ଓଏଏସ୍‌ ଅଫିସର ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୧୩ା୧୦(ଅନିଲ ଦାସ)-ରାଜ୍ୟ ସରକାର ଓଏଏସ୍‌ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି। ଶୁକ୍ରବାର ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଭୁବନେଶ୍ୱର ଚକବନ୍ଦୀ କମିଶନର ପ୍ରତାପ ଚନ୍ଦ୍ର ରାଉତଙ୍କୁ ସମବାୟ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ବଦଳି କରାଯାଇଥିବା ବେଳେ ମୟୂରଭଞ୍ଜ ଏଡିଏମ୍‌ ରୁଦ୍ରନାରାୟଣ ମହାନ୍ତିଙ୍କୁ ଭୁବନେଶ୍ୱର ଏଡିଏମ୍‌ ଭାବେ ବଦଳି କରାଯାଇଛି। ସେହିପରି ଭୁବନେଶ୍ୱର ଏଡିଏମ୍‌ ଦିଲ୍ଲୀପ କୁମାର ମହାପାତ୍ରଙ୍କୁ ଲଘୁଖଣିଜ ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଥିବା ବେଳେ ଢେଙ୍କାନାଳ ସିଡିଏମ୍‌ଓ ନେତ୍ରାନନ୍ଦ ମଲ୍ଲିକଙ୍କୁ ମୟୂରଭଞ୍ଜ ଏଡିଏମ୍‌, ବ୍ରହ୍ମପୁର ଡେପୁଟି କଲେକ୍ଟର ଶୁଭଶ୍ରୀ ରଥଙ୍କୁ ବାଲେଶ୍ୱର ଅତିରିକ୍ତ ଜିଲାପାଳ, ହିନ୍ଦୋଳ ବିଡିଓ ଶଙ୍କର ମିଶ୍ରଙ୍କୁ ଜଗତ୍‌ସିଂହପୁର ସ୍ପେଶାଲ ଏଲ୍‌ଏଓ ଏବଂ ବାଲେଶ୍ୱର ଅତିରିକ୍ତ ଉପଜିଲାପାଳ ପାର୍ଥସାରଥି ହାଁସଦାଙ୍କୁ ପୁରୀ ଅତିରିକ୍ତ ଜିଲାପାଳ ଭାବେ ବଦଳି କରାଯାଇଛି।