ଆଇଏଫ୍‌ଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୨୧।୯(ବ୍ୟୁରୋ): ଆଇଏଫ୍‌ଏସ୍‌ ଅଧିକାରୀସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି ରାଜ୍ୟସରକାର। ୧୯୯୪ ବ୍ୟାଚ୍‌ ଆଇଏଫ୍‌ଏସ୍‌ କେ.ମୁରୁଗେସନଙ୍କୁ ରାଜ୍ୟ ପରିବେଶ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି । ତେବେ ପୂର୍ବରୁ ପରିବେଶ ନିର୍ଦ୍ଦେଶକ ଥିବା ଆଇଏଫ୍‌ଏସ୍‌ ସୁଶାନ୍ତ ନନ୍ଦଙ୍କୁ ପିସିସିଏଫ(ନୋଡାଲ)କୁ ବଦଳି କରାଯାଇଛି। ସେ ଅତିରିକ୍ତ ଭାବେ ଚିଲିକା ଉନ୍ନୟନ ପ୍ରାଧିକରଣର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଆଇଜିଜେଏମ୍‌ପି ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବେ । ସେହିପରି ଖଣି ନିର୍ଦ୍ଦେଶକ ତଥା ୨୦୦୧ ଆଇଏଫ୍‌ଏସ୍‌ ଜି. ରାଜେଶ ଅତିରିକ୍ତ ଭାବେ ଓଏମବିଏଡିସି କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇବେ ।