ଆଇଏଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୨୭।୬(ବ୍ୟୁରୋ)- ରାଜ୍ୟ ସରକାର ଆଇଏଏସ ସ୍ତରରେ ଅଦଳ ବଳଦ କରିଛନ୍ତି। ୨୦୧୭ ବ୍ୟାଚର ୫ ଜଣ ଆଇଏଏସ ଅଫିସରଙ୍କୁ ବଦଳି କରାଯାଇଛି। ରବିବାର ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଓମଫେଡ ସଜିଜିଏମ ଥିବା ୨୦୧୭ ବ୍ୟାଚ ଆଇଏଏସ ସୋମେଶ କୁମାର ଉପାଧ୍ୟାୟଙ୍କୁ ଟିଟିଲାଗଡ ଉପ ଜିଲାପାଳ ଭାବେ ବଦଳି କରାଯାଇଥିବା ବେଳେ ତାଙ୍କୁ ଟିଟିଟିଲାଗଡ ମ୍ୟୁନିସିପାଲିଟିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସେହିପରି ଓଏମସି ଇଡି ଥିବା ପି. ଅନଭେଶା ରେଡ୍ଡୀଙ୍କୁ ବାରିପଦା ଉପଜିଲାପାଳ ଓ ବାରିପଦା ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅ୍‌ତିରିକ୍ତ ଦାୟିତ୍ୱ ଦିଆଯାଇଥିବା ବେଳେ ଗ୍ରୀଡକୋ ଇଡି ଥିବା ପାଟିଲ ଆଶିଷ ଇଶ୍ୱରଙ୍କୁ ବାଲେଶ୍ୱର ଉପଜିଲାପାଳ ଓ ବାଲେଶ୍ୱର ମ୍ୟୁନିସିପାଲିଟିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ବଦଳି କରାଯାଇଛି। ଓକାମ ଓଏସଡି ଥିବା ଦିବାକର ଟି.ଏସ ଙ୍କୁ କଳାହାଣ୍ଡି ଜିଲା ଧର୍ମଗଡ ଉପଜିଲାପାଳ ଭାବେ ନିଯୁକ୍ତି କରାଯାଇଥିବା ବେଳେ ଧର୍ମଗଡ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସେହିପରି ଓଟିଡିସି ଏମଡି ଥିବା ହେମ କାନ୍ତ ସାଏଙ୍କୁ ଜୟପୁର ଉପଜିଲାପାଳ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଜୟପୁର ମ୍ୟୁନିସିପାଲିଟିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।