ପାଣିପାଗ ସୂଚନା ମିଳିବାରେ ବ୍ୟତିକ୍ରମ

ନୂଆଗାଁ,୨୯।୧୦ (ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକର କାପ୍ତାପଲି ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପାଣିପାଗର ପୂର୍ବାନୁମାନ ସୂଚନା ଓ କୃଷି ସୂଚନା ଦେବା ନିମନ୍ତେ ଗ୍ରାମ ବିକାଶ ସଂସ୍ଥା ତରଫରୁ କାପ୍ତାପଲ୍ଲୀ ଗ୍ରାମରେ ସୂଚନା ଫଳକର ବ୍ୟବସ୍ଥା କରାଯାଇଛି । ତେବେ ସୂଚନା ଫଳକର ଉଦ୍ଦେଶ୍ୟରେ ବ୍ୟତିକ୍ରମ ଦେଖା ଯାଉଥିବା ଅଭିଯୋଗ ହେଉଛି । ଆଗାମୀ ୭ ଦିନ ପାଇଁ ପାଣିପାଗ କ’ଣ ରହିବ ଓ ପାଣିପାଗ ତଥା ସମୟାନୁସାରେ କୃଷି କାର୍ଯ୍ୟ ପାଇଁ କଣ କରିବାକୁ ହେବ ସେ ସମ୍ବନ୍ଧୀୟ ସୂଚନା ପ୍ରତ୍ୟେକ ସୋମବାର ଦିନ ଲେଖାଯିବା ପାଇଁ କାପ୍ତାପଲି ଗ୍ରାମର ସର୍ବସାଧାରଣ ସ୍ଥାନରେ ଦୀର୍ଘ ବର୍ଷ ହେଲା ଏକ ଫଳକ ବ୍ୟବସ୍ଥା କରାଯାଇଛି । ସେଥିପାଇଁ ଜଣେ ବ୍ୟକ୍ତି ନିୟୋଜିତ ରହିବ । ଗ୍ରାମ ବିକାଶ ତରଫରୁ ସୂଚନା ମିଳିବା ପରେ ହସ୍ତଗତ ତଥ୍ୟକୁ ଉକ୍ତ ସୂଚନା ଫଳକରେ ଲେଖାଯିବ । ଯେପରିକି ପବନର ବେଗ ଓ ଦିଗ, ସର୍ବାଧିକ ଏବଂ ସର୍ବନିମ୍ନ ତାପମାତ୍ରା, ସର୍ବାଧିକ ଏବଂ ସର୍ବନିମ୍ନ ଆର୍ଦ୍ରତା ଏବଂ ଚାଷ ପାଇଁ କିଛି ଆବଶ୍ୟକୀୟ ଉପଦେଶର ସୂଚନା ଏହି ବୋର୍ଡରେ ଉଲ୍ଲେଖ କରାଯାଇଥାଏ ା ସୂଚନା ଫଳକ ପ୍ରସ୍ତୁତ ହୋଇଥିଲେ ମଧ୍ୟ ସେଠାରେ କୌଣସି ସୂଚନା ଲେଖା ଯାଉ ନ ଥିବା ବେଳେ ଗତ ୩ ମାସ ପୂର୍ବେ କାପ୍ତାପଲି ଗ୍ରାମର ବନିତା ବେହେରାଙ୍କୁ ଉକ୍ତ ସୂଚନା ଫଳକରେ ସୂଚନା ଲେଖିବା କାର୍ଯ୍ୟରେ ନିୟୋଜିତ କରାଯାଇଛି । ପ୍ରତି ସୋମବାର ଦିନ ବନିତାଙ୍କର ମୋବାଇଲକୁ ସମସ୍ତ ସୂଚନା ଆସିବା ପରେ ସେ ତାଙ୍କର ଦାୟିତ୍ୱ ନିର୍ବାହ କରି ତଥ୍ୟକୁ ସୂଚନା ଫଳରେ ଲେଖିଥାଆନ୍ତି। ଏହି କାର୍ଯ୍ୟପାଇଁ ତାଙ୍କୁ ମାସିକ ବେତନ ଦେବା ପାଇଁ ଗ୍ରାମ ବିକାଶ ତରଫରୁ କୁହାଯାଇଥିଲା । କିନ୍ତୁ ଦୀର୍ଘ ୩ ମାସ ହେଲା ତାଙ୍କୁ ବେତନ ନ ଦେବାରୁ ସେ ଆଉ ସୂଚନା ଲେଖୁ ନାହାନ୍ତି, ଯାହା ଫଳରେ ଲୋକମାନେ ସୂଚନା ପାଇବାରୁ ବଞ୍ଚତ୍ତ ହେଉଛନ୍ତି ା ସେଥିପ୍ରତି ବିଭାଗୀୟ କର୍ମକର୍ତ୍ତା ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri