ଏପରି ଛଡ଼ାନ୍ତୁ ମେକ୍‌ଅପ୍‌

ପରଫେକ୍ଟ ମେକ୍‌ଅପ୍‌ ଯେକୌଣସି ଚେହେରାକୁ ବି ଅଧିକ ସୁନ୍ଦର ଏବଂ ଆକର୍ଷଣୀୟ ଲୁକ୍‌ ଦେଇପାରେ। ହେଲେ ଆପଣ ଜାଣନ୍ତିକି, ଏହି ଇନ୍‌ଷ୍ଟାଣ୍ଟ ସୌନ୍ଦର୍ଯ୍ୟ ବୃଦ୍ଧି କରୁଥିବା ମେକ୍‌ଅପ୍‌ ପ୍ରଡ଼କ୍ଟଗୁଡିକୁ ଭଲ ଭାବେ ନ ସଫା କଲେ ତାହା ପରବର୍ତ୍ତୀ ସମୟରେ ବ୍ରଣ, ଦାଗ ଭଳି ବିଭିନ୍ନ ସୌନ୍ଦର୍ଯ୍ୟ ସମସ୍ୟାର କାରଣ ସାଜିଥାଏ। ତେଣୁ ଜାଣିରଖନ୍ତୁ ଏହାକୁ
ଛଡ଼ାଇବାର ଠିକ୍‌ ଉପାୟ…

ମେକ୍‌ଅପ୍‌ ଛଡ଼ାଇବା ଲାଲି ସିଧା ସାବୁନ୍‌ କିମ୍ବା ଫେସ୍‌ଓ୍ବାଶ୍‌ ବ୍ୟବହାର କରିବା ଠିକ୍‌ ନୁହେଁ। ଏହାଦ୍ୱାରା ଭଲ ଭାବେ ମେକ୍‌ଅପ୍‌ ଛାଡ଼ି ନ ଥାଏ ଏବଂ ତ୍ୱଚା ଟାଣି ହେବା ଭଳି ଲାଗିଥାଏ। ତେଣୁ ପ୍ରଥମେ ମେକ୍‌ଅପ୍‌ ରିମୁଭରରେ ଭଲ ଭାବେ ମେକ୍‌ଅପ୍‌କୁ ପୋଛିବା ଦରକାର। ଏଥିପାଇଁ ମାର୍କେଟ୍‌ରେ ମିଳୁଥିବା ବିଭିନ୍ନ ପ୍ରକାରର ମେକ୍‌ଅପ୍‌ ରିମୁଭର ମଧ୍ୟରୁ ଅଲକହଲ୍‌ ଏବଂ କେମିକାଲ ଫ୍ରି ରିମୁଭର କିଣନ୍ତୁ।
ନଡିଆ ତେଲ ମଧ୍ୟ ମେକ୍‌ଅପ୍‌ ଛଡ଼ାଇବା ଲାଗି ଏକ ଭଲ ବିକଳ୍ପ। ପ୍ରଥମେ ମୁହଁରେ ଅଳ୍ପ ନଡ଼ିଆ ତେଲକୁ ଭଲ ଭାବେ ଲଗାଇଦିଅନ୍ତୁ। କିଛି ସମୟ ଛାଡ଼ବା ପରେ ତୁଳା ସାହାଯ୍ୟରେ ପୋଛିଦିଅନ୍ତୁ। ଏଥିରେ ଥିବା ଭିଟାମିନ୍‌ ଏବଂ ପୋଷକତତ୍ତ୍ୱ ମେକ୍‌ଅପ୍‌ ପୋଛିବା ପରେ ସ୍କିନ୍‌କୁ ନରମ ଏବଂ ଚିକଣ ରଖିବାରେ ସାହାଯ୍ୟ କରିଥାଏ।
କ୍ଷୀର ମଧ୍ୟ ଏକ ନ୍ୟାଚୁରାଲ ମେକ୍‌ଅପ୍‌ ରିମୁଭରର କାମ କରିଥାଏ। ତେବେ ଏଥିପାଇଁ ସରଯୁକ୍ତ କ୍ଷୀର ସବୁଠୁ ଭଲ। ଏହାକୁ ମୁହଁରେ ଲଗାଇ ତୁଳା ସାହାଯ୍ୟରେ ପୋଛିଲେ ମେକ୍‌ଅପ୍‌ ସହଜରେ ଛାଡ଼ିଯାଇଥାଏ। ଏଥିରେ କୌଣସି ପାର୍ଶ୍ୱପ୍ରତିକ୍ରିୟା ଦେଖା ଦେଇ ନ ଥାଏ ବରଂ ଏହା ତ୍ୱଚାକୁ ମୁଲାୟମ ରଖିଥାଏ।
ଏକ ଛୋଟ ଚାମଚ ମହୁରେ ଚିମୁଟାଏ ବେକିଂ ସୋଡ଼ା ମିଶାନ୍ତୁ। ଏହି ମିଶ୍ରଣକୁ ବ୍ୟବହାର କରି ଯେକୌଣସି ମେକ୍‌ଅପ୍‌ ସହଜରେ ଛଡ଼ାଇ ପାରିବେ।
ଆଲୋଭେରା ତ୍ୱଚାକୁ ମଶ୍ଚରାଇଜ୍‌ କରି ରଖିବାରେ ସାହାଯ୍ୟ କରିଥାଏ। ତେଣୁ ଆଲୋଭେରାରେ ଅଳ୍ପ ଭେସ୍‌ଲିନ୍‌ ମିଶାଇ ମୁହଁରୁ ମେକ୍‌ଅପ୍‌ ଛଡ଼ାଇବାଲାଗି ବ୍ୟବହାର କରି ପାରିବେ।