ଉତ୍କର୍ଷ ଓଡ଼ିଶା-୨୦୨୫ ଏକ ସଂକଳ୍ପ

ଆସନ୍ତା ସପ୍ତାହରେ ଉତ୍କର୍ଷ ଓ ସମାବେଶ ହେବାକୁ ଥିବାବେଳେ, ଏହାର ୧୦ଦିନ ପୂର୍ବରୁ ସିଙ୍ଗାପୁର ସହ ୮ଟି ପ୍ରକଳ୍ପ ଉପରେ ଆମେ ବୁଝାମଣାପତ୍ର ସ୍ବାକ୍ଷର କରିଛୁ। ୨ ଦିନିଆ ଓ ଗସ୍ତରେ ଥିବା ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶନ୍ମୁଗରତ୍ନମଙ୍କ ଉପସ୍ଥିତିରେ ଏହା ସମ୍ପନ୍ନ ହୋଇଛି। ଇଣ୍ଡଷ୍ଟ୍ରିଆଲ ପାର୍କ, ଗ୍ରୀନ୍‌ ହାଇଡ୍ରୋଜେନ ମାନୁଫାକ୍ଚରିଂ, ଗ୍ରୀନ୍‌ ଶିପିଂ କରିଡର୍‌, ସେମିକଣ୍ଡକ୍ଟର, ନୂତନ ସହର ବିକାଶ, ପେଟ୍ରୋକେମିକାଲ ଓ ଦକ୍ଷତା ବିକାଶ ଆଦି କ୍ଷେତ୍ରରେ ଏହି ଏମ୍‌ଓୟୁ ହୋଇଛି। ବିଗତ ୭ ମାସରେ ଓଡ଼ିଶାକୁ ବିକାଶ କ୍ଷେତ୍ରରେ ଆଗକୁ ବଢ଼େଇବା ଲାଗି ଅନେକ ଯୁଗାନ୍ତକାରୀ ପଦକ୍ଷେପ ନିଆଯାଇଛି। ୨୦୩୬ ସୁଦ୍ଧା ସମୃଦ୍ଧ ରାଜ୍ୟରେ ପରିଣତ କରି ୨୦୪୭ ସୁଦ୍ଧା ବିକଶିତ ଭାରତର ଅଭିବୃଦ୍ଧି ଇଞ୍ଜିନ ଭାବରେ ଓଡ଼ିଶାକୁ ଗଢ଼ି ତୋଳିବା ଆମର ଲକ୍ଷ୍ୟ। ଏହି କ୍ରମରେ ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ଏକ ଐତିହାସିକ ଘଟଣା, ଯାହା ଦେଶର ଶ୍ରେଷ୍ଠ ୫ ରାଜ୍ୟ ମଧ୍ୟରେ ଓଡ଼ିଶାକୁ ସ୍ଥାନିତ କରିବାର ଉପକ୍ରମ ମାତ୍ର।
ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶା ସମ୍ଭାବନାକୁ ସାକାର କରିବାକୁ ଓଡ଼ିଶାର ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ବ୍ୟାପକ ନିବେଶ ଆବଶ୍ୟକ ହେଉ ଥିବାରୁ ଦେଶ ଓ ବିଶ୍ୱର ନିବେଶକଙ୍କୁ ଓଡ଼ିଶାରେ ପୁଞ୍ଜି ନିବେଶ କରିବା ପାଇଁ ଆମେ ନିମନ୍ତ୍ରଣ କରିଛୁ। ସେହି ଲକ୍ଷ୍ୟ ନେଇ ଦିଲ୍ଲୀ ଓ ମୁମ୍ବାଇରେ ଆମେ ‘ରାଜପଥ ପ୍ରଦର୍ଶନ’ କରିଛୁ ଏବଂ ସିଙ୍ଗାପୁର ଗସ୍ତ କରିଛୁ। ‘ଟିମ୍‌ ଓଡ଼ିଶା’କୁ ସାଥିରେ ଧରି ସିଙ୍ଗାପୁରରେ ବିଭିନ୍ନ ଅଗ୍ରଣୀ ଶିଳ୍ପସଂସ୍ଥା ପରିଦର୍ଶନ କଲାବେଳେ ବିଭିନ୍ନ ଶିଳ୍ପପତିମାନଙ୍କ ସହ ଆମେ ଆଲୋଚନା କରିଥିଲୁ। ସିଙ୍ଗାପୁର ସରକାରଙ୍କ ବିଭିନ୍ନ ମନ୍ତ୍ରୀମାନଙ୍କ ସହିତ ମଧ୍ୟ ଆଲୋଚନା କରି ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶନ୍ମୁଗରତ୍ନମଙ୍କୁ ଓଡ଼ିଶା ଆସିବାକୁ ନିମନ୍ତ୍ରଣ କରିଥିଲୁ। ଆମ ନିମନ୍ତ୍ରଣ ରକ୍ଷା କରି ଓଡ଼ିଶା ଗସ୍ତରେ ଆସିଥିଲେ ସିଙ୍ଗାପୁର ରାଷ୍ଟ୍ରପତି। ତାଙ୍କର ଦୁଇ ଦିନିଆ ଓଡ଼ିଶା ଗସ୍ତ ଆମ ପାଇଁ ଯେତିକି ଉତ୍ସାହପ୍ରଦ, ସେତିକି ସମ୍ମାନର ବିଷୟ ଥିଲା। ଏହି ଗସ୍ତର ପ୍ରଭାବ ଅତ୍ୟନ୍ତ ସୁଦୂରପ୍ରସାରୀ ସାବ୍ୟସ୍ତ ହେବାକୁ ଯାଉଛି।
ଆଧୁନିକ ସହରାଞ୍ଚଳ ଯୋଜନାରୁ ଆରମ୍ଭ କରି ନୂତନ ସହର ପ୍ରତିଷ୍ଠା, ପେଟ୍ରୋଲିୟମ, କେମିକାଲ୍ସ, ଗ୍ରୀନ୍‌ ଏନର୍ଜି, ଖାଦ୍ୟ ପ୍ରକ୍ରିୟାକରଣ, ବାୟୋ-ଟେକ୍ନୋଲଜି ଓ ଦକ୍ଷତା ବିକାଶ ପରି ଆଧୁନିକ କ୍ଷେତ୍ରର ବିକାଶ ପାଇଁ ବର୍ତ୍ତମାନ ଆମର କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଓଡ଼ିଶାକୁ ଆଗକୁ ନେବା ପାଇଁ ଏହା ଏକ ପ୍ରକୃଷ୍ଟ ସମୟ। ପ୍ରଥମଥର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆସିବା ଫଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କର ଓଡ଼ିଶାର ବିକାଶ ଉପରେ ସ୍ବତନ୍ତ୍ର ଦୃଷ୍ଟି ରହିଛି। ତାଙ୍କର ଦୂରଦୃଷ୍ଟିସମ୍ପନ୍ନ ପୂର୍ବୋଦୟ ଯୋଜନାରେ ଓଡ଼ିଶାର ବିକାଶକୁ ସେ ସ୍ବତନ୍ତ୍ର ଗୁରୁତ୍ୱ ଦେଇ ଆସୁଛନ୍ତି। ସେଥିପାଇଁ ଗତ ୭ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ଚାରିଥର ଓଡ଼ିଶା ଗସ୍ତରେ ଆସିଲେଣି। ଆସନ୍ତା ସପ୍ତାହରେ ପ୍ରଧାନମନ୍ତ୍ରୀ ପଞ୍ଚମ ଥର ପାଇଁ ଓଡ଼ିଶା ଆସିବେ ଓ ଉତ୍କର୍ଷ ଓଡ଼ିଶା ସମାବେଶରେ ସାମିଲ ହେବେ। କେନ୍ଦ୍ର ସରକାରଙ୍କ ସହଯୋଗ କାରଣରୁ ଆମର ସମସ୍ତ ବିକାଶମୂଳକ ପଦକ୍ଷେପ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ମାଇଲଖୁଣ୍ଟ ସାବ୍ୟସ୍ତ ହେବାକୁ ଯାଉଛି।
ଆଗାମୀ ସମାବେଶରେ ଭାଗନେବେ ୫୦୦ ବିଦେଶୀ ପୁଞ୍ଜିନିବେଶକଙ୍କ ସହ ୫୦ ହଜାର ନିବେଶକ। ଭାରତୀୟ ଶିଳ୍ପସଂଘ ଏଥର ଜାତୀୟ ଶିଳ୍ପ ସହଯୋଗୀ ରହିଛନ୍ତି। ୧୨ ରାଷ୍ଟ୍ର ରହିବେ କଣ୍ଟ୍ରି ଇନ୍‌ ଫୋକସ। ଆମ ସରକାର ଆସିବା ପରଠାରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟକୁ ୧ ଲକ୍ଷ ୮୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରତିଶ୍ରୁତି ମିଳିସାରିଛି I ଏସବୁ ପ୍ରକଳ୍ପ ବାସ୍ତବରୂପ ନେବାପରେ, ୧ ଲକ୍ଷ ୧୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ୫୦ ହଜାରରୁ ଊଦ୍ଧର୍‌ବ ଶିଳ୍ପ ପ୍ରତିନିଧି ଏଥିରେ ସାମିଲ ହେବେ।
ଏହି ସମାବେଶରେ ଆଲୋଚନାକୁ ସହଭାଗିତା ଏବଂ ପ୍ରଗତିରେ ରୂପାନ୍ତରିତ କରାଯିବ I ଆମେ ପ୍ରତ୍ୟେକ ଜିଲାରେ ଯେଉଁ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ପାର୍କ ବିକଶିତ କରିବା, ଏକ ପ୍ରତ୍ୟକ୍ଷ ନିବେଶ ପାର୍କ, ମଲ୍ଟିମୋଡାଲ ଲଜିଷ୍ଟିକ୍ସ ପାର୍କ ଏବଂ ନୂତନ ଶିଳ୍ପ କରିଡର ସ୍ଥାପନ କରିବାର ଯୋଜନା ରଖିଛୁ, ତାହାକୁ ବାସ୍ତବରେ ପରିଣତ କରିବା ପାଇଁ ଉତ୍କର୍ଷ ଓଡ଼ିଶା ସମାବେଶ ସହଯୋଗ କରିବ।
ଗତବର୍ଷ ଜୁଲାଇ ମାସରେ ନୀତି ଆୟୋଗ ବୈଠକରେ ମୁଁ ଓଡ଼ିଶାର ଟେକ- ପ୍ରଫେଶନାଲ୍‌ସ, ଷ୍ଟାର୍ଟଅପ ଇକୋସିଷ୍ଟମ ଏବଂ ସେମିକଣ୍ଡକ୍ଟର ନୀତି ଉଲ୍ଲେଖ କରି ଓଡ଼ିଶାକୁ ଏକ ସେମିକଣ୍ଡକ୍ଟର ହବ୍‌ ଭାବରେ ପ୍ରତିଷ୍ଠା କରିବାରେ କେନ୍ଦ୍ରର ସମର୍ଥନ ଲୋଡ଼ିଥିଲି। ସେମିକଣ୍ଡକ୍ଟର ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଶିଳାନ୍ୟାସ କରିଛୁ। ଗତ ଡିସେମ୍ବର ୨୩ ତାରିଖରେ ଗ୍ରୀଡ୍‌କୋ ଏବଂ ଆଇଫରେଷ୍ଟ ମିଳିତ ଭାବେ ‘ଓ ସୌରଶକ୍ତି ନିବେଶକ ସମ୍ମିଳନୀ’ ଆୟୋଜନ କରି ୨୦୩୦ ସୁଦ୍ଧା ୭.୫ ଗିଗାୱାଟ କ୍ଷମତାବିଶିଷ୍ଟ ଅକ୍ଷୟ ଶକ୍ତି ହାସଲ କରିବାକୁ ସ୍ଥିର କରିବା ଆମର ପ୍ରତିବଦ୍ଧତାକୁ ଦର୍ଶାଏ। ଏହା ରାଜ୍ୟର ୧୦.୯୫ ଗିଗାୱାଟ ଭଳି ବୃହତ୍‌ ଲକ୍ଷ୍ୟ ପୂରଣରେ ସହାୟକ ହେବ। ଆଗାମୀ ଦିନରେ ଓ ଅକ୍ଷୟ ଶକ୍ତିର ଭଣ୍ଡାର କରିବା ଦିଗରେ ଆମେ ଏଭଳି ରୋ ପ୍ରସ୍ତୁତ କରୁଛୁ, ଯାହା ପୁଞ୍ଜିବିନିଯୋଗକୁ ଆକର୍ଷିତ କରିବ।
ଉତ୍କର୍ଷ ଓଡ଼ିଶା ସମାବେଶକୁ ତ୍ରୁଟିଶୂନ୍ୟ ଭାବରେ ଓ ଆକର୍ଷଣୀୟ ଭାବରେ ପରିଚାଳନା କରି ଜାତୀୟ ଓ ଅନ୍ତର୍ଜାତୀୟ ନିବେଶକମାନଙ୍କ ପାଖରେ ଓଡ଼ିଶାର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଆମେ ଯତ୍ନବାନ ରହିଛୁ। ଏହାଦ୍ୱାରା ଆଗାମୀ ଦିନରେ ଓଡ଼ିଶା ଦୀର୍ଘକାଳ ଧରି ପୁଞ୍ଜିନିବେଶକମାନଙ୍କ ପାଇଁ ପସନ୍ଦର ସ୍ଥାନ ହୋଇପାରିବ। ଜାନୁଆରୀ ୨୮-୨୯ ଦୁଇ ଦିନ ଧରି ୪ଟି ପ୍ଲେନାରୀ ସେଶନ, ୧୬ଟି ସେକ୍ଟରାଲ ସେଶନ ଓ ୪ଟି ଗୋଲ ଟେବୁଲ ବୈଠକ ଅନୁଷ୍ଠିତ ହେବ। ଏହି ଦୁଇଦିନରେ ପ୍ରାୟ ୩୦୦୦ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଶିଳ୍ପପତି, ପୁଞ୍ଜିନିବେଶକାରୀ, ଷ୍ଟାର୍ଟଅପ୍‌ ଉଦ୍ୟୋଗୀ ଓ ଶିଳ୍ପସଂସ୍ଥା ସହିତ ଜଡ଼ିତ ବ୍ୟକ୍ତିମାନେ ଯୋଗଦେବେ।
୨୮ ତାରିଖ ଦିନ ଆମର ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଉପସ୍ଥିତ ଶିଳ୍ପପତି ଓ ପୁଞ୍ଜିନିବେଶକାରୀମାନଙ୍କୁ ଉଦ୍‌ବୋଧନ ଦେବେ। ୨୦୦୩ ମସିହାରେ ଭାରତରେ ପ୍ରଥମଥର ପାଇଁ ‘ଭାଇବ୍ରାଣ୍ଟ ଗୁଜରାତ’ ନାମରେ ଶିଳ୍ପ ସମ୍ମିଳନୀ କରି ଭାରତରେ ଶିଳ୍ପବିପ୍ଳବ ସୃଷ୍ଟି କରିଥିଲେ ଗୁଜରାତ ମୁଖ୍ୟମନ୍ତ୍ରୀ ରହିଥିବା ମୋଦିଜୀ I ତାଙ୍କର ମହତ୍ତ୍ୱାକାଂକ୍ଷୀ ପରିକଳ୍ପନା ଅନୁସାରେ ଆଗାମୀ ବର୍ଷମାନଙ୍କରେ ଓଡ଼ିଶା ହେବ ଭାରତ ବର୍ଷର ଅଭିବୃଦ୍ଧି ଇଞ୍ଜିନ I ସେହି ଲକ୍ଷ୍ୟରେ ଅନୁପ୍ରାଣିତ ହୋଇ ଅନୁଷ୍ଠିତ ହେବାକୁ ଯାଉଛି ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମ I ତାଙ୍କର ଗରିମାମୟ ଉପସ୍ଥିତିରେ କାର୍ଯ୍ୟକ୍ରମର ଅୟମାରମ୍ଭ ହେବା ଏକ ଶୁଭ ସୂଚନା I ସେଠାରେ ଉପସ୍ଥିତ ଥିବା ଦେଶ ବିଦେଶର ଶିଳ୍ପପତି, ପୁଞ୍ଜି ନିବେଶକାରୀ, ଯୁବ ଷ୍ଟାର୍ଟଅପ ଏବଂ ୟୁନିକର୍ଣ୍ଣ ଉଦ୍ୟୋଗୀ ବିଶେଷ ଭାବେ ବିଭିନ୍ନ ରାଜ୍ୟରୁ ଆସି ଯୋଗଦେଇଥିବା ନିମନ୍ତ୍ରିତ ଶିଳ୍ପୋଦ୍ୟୋଗୀ ସଙ୍ଗଠନ କର୍ମକର୍ତ୍ତାମାନେ ଓଡ଼ିଶାରେ ବିପୁଳ ଶିଳ୍ପ-ସମ୍ଭାବନାକୁ ପ୍ରତ୍ୟକ୍ଷ କରିବେ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସେମାନଙ୍କୁ କିଭଳି ସହଯୋଗ କରିବେ, ତାହା ଉପଲବ୍ଧି କରିବେ I ଏହି ଦୁଇଦିନ ମଧ୍ୟରେ ଶିଳ୍ପର ବିଭିନ୍ନ କ୍ଷେତ୍ର ସମ୍ବନ୍ଧିତ ସ୍ବତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବା ସହିତ ବିଶିଷ୍ଟ ଶିଳ୍ପପତିମାନଙ୍କ ଅଭିଭାଷଣ, ମୋ ସହିତ ବଡ଼ ବଡ଼ ଶିଳ୍ପସଂସ୍ଥାର ସି.ଇ.ଓ.ମାନଙ୍କ ଗୋଲ ଟେବୁଲ ବୈଠକ, ଓଡ଼ିଆ ଉଦ୍ୟୋଗୀମାନଙ୍କ ପାଇଁ ସ୍ବତନ୍ତ୍ର ଅଧିବେଶନ ଏବଂ ପ୍ରତିଷ୍ଠିତ ମହିଳା ବ୍ୟବସାୟ ନେତୃତ୍ୱଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ। ଏହା ସହିତ ‘ସୁଭଦ୍ରାରୁ ମୁଦ୍ରା’ ନାମରେ ଓଡ଼ିଆ ମହିଳା ଉଦ୍ୟୋଗୀମାନଙ୍କ ପାଇଁ ସ୍ବତନ୍ତ୍ର ଆଲୋଚନାଚକ୍ର ଅନୁଷ୍ଠିତ ହେବ। ଜାନୁଆରୀ ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ଶିଳ୍ପ ପ୍ରଦର୍ଶନୀ ଅନୁଷ୍ଠିତ ହେବ।
ଗତବର୍ଷ ସେପ୍ଟେମ୍ବର ୨୭ ତାରିଖରେ ‘ଉତ୍କର୍ଷ ଓଡ଼ିଶା’ର ଲୋଗୋ ମୁଁ ଉନ୍ମୋଚନ କଲାବେଳେ ସମଗ୍ର ବିଶ୍ୱର ନିବେଶକଙ୍କୁ ଓଡ଼ିଶାରେ ନିବେଶ କରିବା ପାଇଁ ଆମନ୍ତ୍ରଣ କରିଥିଲି। ଏହା ପୂର୍ବରୁ ଆମେ ଦିଲ୍ଲୀ ଓ ମୁମ୍ବାଇରେ ଅଗ୍ରଣୀ ବ୍ୟବସାୟ ନେତୃତ୍ୱଙ୍କ ସହ ଆଲୋଚନା କରିଛୁ। ସେବେଠୁ ‘ଉତ୍କର୍ଷ ଓଡ଼ିଶା-୨୦୨୫’କୁ ସଫଳ ଭାବେ ଆୟୋଜନ କରି ରାଜ୍ୟରେ ବିପୁଳ ପୁଞ୍ଜି ବିନିଯୋଗ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଆସୁଛୁ। ଆଗାମୀ ଦିନରେ ଦେଶର ଆଉ କିଛି ରାଜ୍ୟରେ ମଧ୍ୟ ନିବେଶକ ସମ୍ମିଳନୀ ଲାଗି ଯୋଜନା କରିଛୁ। ଶିଳ୍ପ ଉତ୍ପାଦନ କ୍ଷେତ୍ରରେ ଆମକୁ ଅଧିକ ଉତ୍କର୍ଷ ହାସଲ କରିବାର ଅଛି। ସେଥି ପାଇଁ ଆଗକୁ ଅନେକ କାର୍ଯ୍ୟକ୍ରମ ମଧ୍ୟ କରିବାର ଯୋଜନା ରହିଛି। ଆମେ ଭାରତ ବର୍ଷର ଶିଳ୍ପ କ୍ଷେତ୍ରରେ ଓଡ଼ିଶାକୁ ସ୍ବତନ୍ତ୍ରତା ଦେବୁ। ଆମେ ରାଜ୍ୟବାସୀଙ୍କୁ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ କରିବାର ପ୍ରତିଶ୍ରୁତି ଦେଇଛୁ I ସେହି ସଫଳତା ପାଇଁ ଆମେ ନିରନ୍ତର ପ୍ରୟାସ କରି ଚାଲିବୁ।
ଉତ୍କର୍ଷ ଓଡ଼ିଶା-୨୦୨୫ କେବଳ ପୁଞ୍ଜି ଆକର୍ଷିତ କରିବ ନାହିଁ; ବରଂ ଏକ ପ୍ରମୁଖ ସ୍ଥଳ ଭାବେ ଏହା ନିବେଶକଙ୍କୁ ସରକାରଙ୍କ ସହ ମିଳିତ ଭାବେ କାର୍ଯ୍ୟ କରିବାକୁ ସୁଯୋଗ ଦେବ। ଓଡ଼ିଶା ମାଟିରେ ଏକ ସମୃଦ୍ଧ ବ୍ୟବସାୟିକ ପରିବେଶ ଗଠନ କରିବା ଆମର ଲକ୍ଷ୍ୟ। ଏହା ସହ ନିରନ୍ତର ସୁଷମ ଶିଳ୍ପ ଅଭିବୃଦ୍ଧି କରିବାକୁ ଆମେ ଲକ୍ଷ୍ୟ ରଖିଛୁ। ଆମର ସମୃଦ୍ଧ ଉତ୍କଳୀୟ ପରମ୍ପରାକୁ ବିକଶିତ କରିବା ପାଇଁ ପ୍ରୟାସରତ ରହିବାକୁ ଆମେ ଅଙ୍ଗୀକାରବଦ୍ଧ। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଉତ୍କଳ ଟ୍ୟାନେରୀ ଯୋତା କାରଖାନାରେ ଉଚ୍ଚ ଗୁଣମାନ ସମ୍ପନ୍ନ ଉତ୍ପାଦନ ହିଁ ଆମର ଅସ୍ମିତାର ପରିଚୟ, ଯାହା ଆମେ ରକ୍ଷା କରିବାକୁ ଉଦ୍ୟମ କରିବୁ। ଉତ୍କର୍ଷ ଓଡ଼ିଶା-୨୦୨୫ ଆମପାଇଁ କେବଳ ଏକ ସମାବେଶ ନୁହେଁ, ଏକ ସଂକଳ୍ପ। ଆମର ଏହି ସଂକଳ୍ପ ପୂରଣରେ ସହଯୋଗର ହାତ ବଢ଼ାଇବାକୁ ସମସ୍ତଙ୍କ ସହଯୋଗ କାମନା କରୁଛି। ବନ୍ଦେ ଉତ୍କଳ ଜନନୀ।
ମୁଖ୍ୟମନ୍ତ୍ରୀ, ଓଡ଼ିଶା, ଭୁବନେଶ୍ବର


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri