ଗଭୀର ଅମଲା

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ତାଙ୍କ ତଦାରଖରେ ଆମେରିକା ସରକାରଙ୍କ ବିରାଟକାୟ ଅମଲାତନ୍ତ୍ର ବ୍ୟବସ୍ଥାକୁ ସୁଧାରିବା ସହିତ କ୍ଷୁଦ୍ର କରିବା ପାଇଁ ଏକ ନୂତନ ବିଭାଗ ଖୋଲିଛନ୍ତି। ଏହାର ନାମ ହେଉଛି ଡିପାର୍ଟମେଣ୍ଟ ଅଫ୍‌ ଗଭର୍ନମେଣ୍ଟ ଏଫିସିଏନ୍ସି ( ଡିଓଜିଇ)। ଏହାର ନେତୃତ୍ୱ ନେବା ସକାଶେ ନୂଆ ରାଷ୍ଟ୍ରପତି ଏଲନ୍‌ ମସ୍କଙ୍କୁ ଦାୟିତ୍ୱ ଦେଇଛନ୍ତି। ଡିଓଜିଇ ଗଠନର ମୁଖ୍ୟ କାରଣ ହେଉଛି ଆମେରିକାରେ ସରକାରୀ ଅଫିସରମାନେ ଶାସକମାନଙ୍କଠାରୁ ଅଧିକ ଶକ୍ତିଶାଳୀ ହୋଇଗଲେଣି। ଭାରତ ପରିପ୍ରେକ୍ଷୀରେ ଦେଖିବାକୁ ଗଲେ ମୋଦି ନୂତନ ଭାବେ ଯେତେବେଳେ କ୍ଷମତାକୁ ଆସିଥିଲେ ସେତେବେଳେ ‘ଲେସ୍‌ ଗଭର୍ନମେଣ୍ଟ, ମୋର୍‌ ଗଭର୍ନାସ’ ଅର୍ଥାତ୍‌ ସରକାରୀ କଳକୁ କ୍ଷୁଦ୍ର କରାଯିବା ସହିତ ପ୍ରଶାସନିକ ବ୍ୟବସ୍ଥାକୁ ଶକ୍ତିଶାଳୀ କରାଯିବ ବୋଲି କହିଥିଲେ। କିନ୍ତୁ ମୋଦିଙ୍କର ତୃତୀୟ ପାଳିରେ ମଧ୍ୟ ସରକାରୀ କଳକୁ କ୍ଷୁଦ୍ର କରାଯାଇପାରୁନାହିଁ। ଅନ୍ୟ ପକ୍ଷରେ ଶାସକ ଦଳକୁ ସନ୍ତୁଷ୍ଟ ରଖି ନିଜର କ୍ଷମତା ବଢ଼ାଇବାରେ ଭାରତର ଅମଲାତନ୍ତ୍ରୀ ଅତି ଚତୁରତାର ସହିତ ସକ୍ଷମ ହେଉଛନ୍ତି। ଏହି ଅମଲା ବ୍ୟବସ୍ଥା ଡିପ୍‌ ଷ୍ଟେଟ୍‌ ବା ଗଭୀର ଅମଲାତନ୍ତ୍ର ପାଲଟିଯାଇଛି, ଯେଉଁଥିରେ ଅମଲାତନ୍ତ୍ରୀମାନେ ଦୁର୍ନୀତିରେ ଜଡ଼ିତ ହେବା ସହ ସରକାରୀ ନୀତିକୁ ନିୟନ୍ତ୍ରଣ କରୁଛନ୍ତି। ଏହାର ଏକ ସ୍ପଷ୍ଟ ଉଦାହରଣ ଦେଖିବାକୁ ମିଳିଛି ଓଡ଼ିଶାର ବାଲେଶ୍ୱରରେ। ବାଲେଶ୍ୱର ବାଲିଆପାଳ ବ୍ଲକର ୨୮ଟି ପଞ୍ଚାୟତରେ ୧୬୫ ସରକାରୀ ଚାକିରିଆ ରାଶନ କାର୍ଡ ହାତେଇଥିବା ରାଜ୍ୟ ଖାଉଟି ବିଭାଗ ସୂତ୍ରରୁ ଜଣାପଡ଼ିଛି। ଏମାନଙ୍କ ମଧ୍ୟରେ ଅନେକ ଶିକ୍ଷକ, ଇଞ୍ଜିନିୟର, ଅଧ୍ୟାପକ, ପୋଲିସ, ଜିଏସ୍‌ଟି ଅଧିକାରୀ,ଡାଟା ଏଣ୍ଟ୍ରି ଅପରେଟର, ପିଅନ ପ୍ରମୁଖ ରହିଛନ୍ତି। କୌତୂହଳର ବିଷୟ ହେଉଛି ଏହିସବୁ କର୍ମଚାରୀମାନେ ଖାଦ୍ୟ ଯୋଗାଣ ବିଭାଗର ତାଲିକାରୁ ନାମ ହଟାଇବା ପାଇଁ ଜାନୁଆରୀ ୨୦ରେ ବାଲିଆପାଳ ବ୍ଲକ ଅଫିସରେ ଭିଡ଼ ଲଗାଇଥିଲେ। ଏହା ବ୍ୟତୀତ ଭୋଗରାଇ ଏବଂ ଜଳେଶ୍ୱର ବ୍ଲକରେ ଇ-କଓ୍ବୋଇସି ପ୍ରକିୟାରେ ଯଥାକ୍ରମେ ୩୦୨ ଓ ୧୮୦ ସରକାରୀ କର୍ମଚାରୀ ବେଆଇନ ଭାବେ ରାଶନ କାର୍ଡ ନେଇଥିବା କୁହାଯାଇଛି। ବାଲେଶ୍ୱରର ଏହି ତିନୋଟି ବ୍ଲକରେ ରାଶନ କାର୍ଡ ଦୁର୍ନୀତି ସୀମିତ ହୋଇ ରହିନାହିଁ। ଇ-କଓ୍ବୋଇସି ଯାଞ୍ଚ ପ୍ରକିୟା ଜାନୁଆରୀ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବାରୁ ରାଜ୍ୟର ଅନ୍ୟସବୁ ବ୍ଲକ୍‌ରେ ଏଭଳି ସରକାରୀ କର୍ମଚାରୀଙ୍କ ତାଲିକା ଲମ୍ବା ହେବ ବୋଲି କୁହାଯାଉଛି। ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ଚାଉଳ କିମ୍ବା ଗହମ ଗରିବ ନିଅନ୍ତି ବୋଲି ସମସ୍ତେ ଜାଣନ୍ତି। କିନ୍ତୁ ବାଡ଼ ଫସଲ ଖାଇଲା ଭଳି ସରକାରୀ ଚାକିରିଆମାନେ ଗରିବଙ୍କ ଖାଦ୍ୟ ଖାଇଯାଉଛନ୍ତି। ଫଳରେ ଧନୀ ଅଧିକ ଧନୀ ହେବାରେ ଲାଗିଥିବାବେଳେ ଗରିବ ରସାତଳକୁ ଯାଉଛନ୍ତି।
ଦେଖିବାକୁ ଗଲେ ନିଜର ସୁବିଧା ପାଇଁ ଅମଲାତନ୍ତ୍ରୀ କାମ କରୁଛନ୍ତି। କିନ୍ତୁ ସବୁବେଳେ ରାଜନେତାମାନେ ଗାଳି ଖାଆନ୍ତି। ଅନେକ ସମୟରେ ସରକାରୀ କର୍ମଚାରୀମାନେ ଯାହା କରିବେ ତାହାକୁ ନାଗରିକମାନେ ଅଧିକ ବିଶ୍ୱାସ କରନ୍ତି। କିନ୍ତୁ ରାଜନେତା ଚାହଁୁଥିବା ଯୋଜନାଗୁଡ଼ିକୁ ପଣ୍ଡ କରିବା ପାଇଁ ଏହି ଅମଲା ମୁଖ୍ୟତଃ ଦାୟୀ। ବାଲେଶ୍ୱର ଜିଲାର ରାଶନ କାର୍ଡ ଦୁର୍ନୀତି ତାହା ଏବେ ପ୍ରମାଣ କରୁଛି। ଅମଲାତନ୍ତ୍ରୀଙ୍କୁ ଯେଉଁ ସରକାର ଅଧିକ ବିରୋଧ କରିବେ ଭବିଷ୍ୟତରେ ସେହି ସରକାରଙ୍କ ପାଇଁ କାମ କରିବା କଷ୍ଟକର ହୋଇଯିବ। ଶାସକ ଦଳର ରାଜନୈତିକ ସୁବିଧାକୁ ଦେଖି ନିର୍ବାଚନ କମିଶନର କର୍ତ୍ତୃପକ୍ଷମାନେ ତାଙ୍କୁ ସାହାଯ୍ୟ କରୁଥାଇପାରନ୍ତି। ସେହିଭଳି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆୟକର ବିଭାଗ, ସିବିଆଇ, ପୋଲିସ ଏବଂ ଅନ୍ୟସବୁ ସରକାରୀ ଅଙ୍ଗ ଭାରତରେ କେବଳ ବିରୋଧୀଙ୍କୁ ନୁହେଁ, ଭିନ୍ନ ସ୍ବରକୁ ଦମନ କରିବା ପାଇଁ ଆଗଭର ହୋଇ ବାହାରୁଛନ୍ତି। ପରିସ୍ଥିତି ଏବେ ଏଭଳି ହୋଇଛି ଯେ, ଏହି ସଂସ୍ଥାମାନେ ଦେଶର ଗୋଟାପଣ ହୋଇଗଲାବେଳକୁ ଯିଏ ତାଙ୍କର ବେଆଇନ କାର୍ଯ୍ୟକୁ ବିରୋଧ କରୁଛନ୍ତି ସେଭଳି ବ୍ୟକ୍ତି ଦେଶଦ୍ରୋହୀ ଆଖ୍ୟା ପାଉଛନ୍ତି। କିନ୍ତୁ ଅନ୍ୟପଟେ ସେହିମାନେ ହିଁ ଭାରତବର୍ଷ ବା ‘ଇଣ୍ଡିଆନ ଷ୍ଟେଟ୍‌’ ବୋଲି ପରିଚିତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?