Posted inଜାତୀୟ

ସୁଡ଼ଙ୍ଗ ତଳେ ଜୀବନ: ଏବେ ଉପରୁ ୮୬ ମିଟର ଖୋଳିବା ବିକଳ୍ପ ଉପରେ ଭରସା

ଉତ୍ତରକାଶୀ,୨୬।୧୧: ଉତ୍ତରାଖଣ୍ଡର ଉତ୍ତରକାଶୀସ୍ଥିତ ସୁଡ଼ଙ୍ଗରେ ଗତ ୧୨ ତାରିଖରୁ ଫସି ରହିଥିବା ୪୧ ଶ୍ରମିକ କେବେ ବାହାରର ଆଲୋକ ଦେଖିବେ, ତାହା କହିହେଉ ନାହିଁ। ଖନନ କାର୍ଯ୍ୟରେ ନିୟୋଜିତ ଆମେରିକାର ଓଜନଦାର ମେଶିନ୍‌ର ଡ୍ରିଲିଂ ଯନ୍ତ୍ରାଂଶ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଫଳରେ ଶୁକ୍ରବାର ଖନନ କାର୍ଯ୍ୟ ପୁଣିଥରେ ଅଟକିଛି। ରବିବାରଠାରୁ ହାତରେ ଖନନ ଆରମ୍ଭ ହେବ ବୋଲି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଛନ୍ତି। ସୁଡ଼ଙ୍ଗ ଭିତରେ ଫିସିଥିବା ଔଗର ମେଶିନ୍‌ର ଯନ୍ତ୍ରାଂଶଗୁଡ଼ିକୁ କାଟି ବାହାର କରିବା ପାଇଁ ହାଇଦ୍ରାବାଦରୁ ଏକ ସ୍ବତନ୍ତ୍ର ମେଶିନ୍‌ ଅଣାଯାଇଛି। ଉଦ୍ଧାର ପାଇଁ ସମସ୍ତ ସମ୍ଭାବ୍ୟ ଦିଗ ଉପରେ ଉଦ୍ୟମ ଜାରି ରହିଛି।

ତେବେ ଫସିଥିବା ଶ୍ରମିକମାନଙ୍କ ପାଖରେ ପହଞ୍ଚତ୍ବାକୁ ଆଉ ମାତ୍ର ୧୦ରୁ ୧୨ ମିଟର ଖନନ ବାକିଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ପରବର୍ତ୍ତୀ ୫ ମିଟର ମଧ୍ୟରେ କୌଣସି ଧାତବ ପ୍ରତିବନ୍ଧକ ଚିହ୍ନଟ ହୋଇ ନ ଥିବା ଗ୍ରାଉଣ୍ଡ-ପେନେଟ୍ରେଟିଙ୍ଗ ରାଡାରରୁ ଜଣାପଡ଼ିଛି। ଫସିଥିବା ଶ୍ରମିକମାନଙ୍କ ପାଇଁ ସେମାନଙ୍କ ଆତ୍ମୀୟ ଓ ସମ୍ପର୍କୀୟମାନେ ସୁଡ଼ଙ୍ଗ ବାହାରେ ପଡ଼ିରହିଥିବାବେଳେ ସେମାନଙ୍କ ପ୍ରତୀକ୍ଷାର ଅନ୍ତ ଘଟୁନାହିଁ। ଦୁଇ ଦିନରେ ଦୁଇଟି ପ୍ରତିବନ୍ଧକ ସେମାନଙ୍କୁ ଧୈର୍ଯ୍ୟହରା କରିଛି।

ଖନନ କାର୍ଯ୍ୟ ଅଟକିବା ପୂର୍ବରୁ ୪୬.୮ ମିଟର ପର୍ଯ୍ୟନ୍ତ ପାଇପ୍‌ ଟନେଲ ଭିତରକୁ ଯାଇଥିଲା। ଖନନ କାର୍ଯ୍ୟରେ ନିୟୋଜିତ ୨୫ ଟନ୍‌ ଓଜନର ଡ୍ରିଲିଂ ମେଶିନ୍‌ର ବ୍ଲେଡ୍‌ ଭାଙ୍ଗି ମାଟିତଳେ ରହିଯିବାରୁ ଉଦ୍ଧାର କାର୍ଯ୍ୟ ଅଟକିଛି। ତେଣୁ ହାତରେ ଖନନ ପନ୍ଥା ବାଛିବାକୁ ନିଷ୍ପତ୍ତି ହୋଇଛି। ଏହା ହେଲେ ଉଦ୍ଧାର କାର୍ଯ୍ୟକୁ ଆଉ କେତେକ ସପ୍ତାହ ଲାଗିପାରେ ବୋଲି କୁହାଯାଉଛି। ଶୁକ୍ରବାର ଦିନସାରା କାମ ବନ୍ଦ ରହିଥିଲା। ଔଗର ମେଶିନ୍‌ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଅନ୍ତର୍ଜାତୀୟ ଟନେଲ ବିଶେଷଜ୍ଞ ଆର୍ନୋଲ୍ଡ ଡିକ୍ସ କହିଛନ୍ତି।

ଶ୍ରମିକମାନେ ଖାତରେ ୧୦ରୁ ୨୦ ମିଟର ଖୋଳିବା ସହ ଉପରୁ ୮୬ ମିଟର ଗଭୀର ପର୍ଯ୍ୟନ୍ତ ଖନନ ପାଇଁ ଅନ୍ୟ ଏକ ବିକଳ୍ପ ଉପରେ ମଧ୍ୟ ବିଚାର କରାଯାଉଥିବା ସେ କହିଛନ୍ତି।
୬ ଇଞ୍ଚ ଓସାରର ପାଇପ୍‌ ଦେଇ ସୁଡ଼ଙ୍ଗ ଭିତରେ ଥିବା ଶ୍ରମିକମାନଙ୍କ ପାଖକୁ ଖାଦ୍ୟ, ପାଣି ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ପଠାଯାଉଛି। ଫସିଥିବା ଶ୍ରମିକମାନଙ୍କ ପାଖକୁ ଶନିବାର ମୋବାଇଲ୍‌ ଫୋନ୍‌ ଏବଂ ଲୁଡ଼ୁ ପାଲି ପଠାଯାଇଛି। ତାହା ସେମାନଙ୍କ ଟାଇମ୍‌ ପାସ୍‌ରେ ସହାୟକ ହେବା ସହ ଅବସାଦ ଦୂର କରିପାରିବ ବୋଲି ଜଣେ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କୁ CJPର ଚେତାବନୀ: ଛାତ୍ରଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ବନ୍ଦ କର, ନଚେତ୍ ପୁଣି…

ନୂଆଦିଲ୍ଲୀ, ୨୭।୭: ଜନ୍ତର ମନ୍ତରରେ ସିଜେପିର ଧାରଣା ଶେଷ ହୋଇଥିଲେ ମଧ୍ୟ ପୁଣିଥରେ ଆନ୍ଦୋଳନକୁ ନେଇ ସରକାରଙ୍କୁ ଚେତାବନୀ ଦେଇଛି । CJP ମୁଖପାତ୍ର ଆଶୁତୋଷ ରାଙ୍କା…

ଇସ୍ତଫା ଦିଅନ୍ତୁ ଗଣଶିକ୍ଷା ମନ୍ତ୍ରୀ: ଗର୍ଜିଲା ସିପିଆଇ

ଛତ୍ରପୁର,୨୭।୭(ଦିଲ୍ଲୀପ ସାମଲ): ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଗଞ୍ଜାମ ଜିଲା କମିଟି ପକ୍ଷରୁ ଦିଲ୍ଲୀସ୍ଥିତ ଜନ୍ତରମନ୍ତରଠାରେ ହୋଇଥିବା ଯୁବଛାତ୍ର ଆନ୍ଦୋଳନର ସଫଳତା ପରିପ୍ରେକ୍ଷୀରେ ଦେଶର ଅଗଣିତ ଛାତ୍ରୀଛାତ୍ର ଓ…

ପୁଣି ଚର୍ଚ୍ଚାରେ ଦାନ ମାଝୀ, ଏହି କାରଣକୁ ନେଇ ଫିଲ୍ମ ‘ଲାଶ୍’ର ପ୍ରଯୋଜକଙ୍କ ନାଁରେ ଦେଲେ ଏତଲା

ଭବାନୀପାଟଣା,୨୭।୭(ଉତ୍ତମ କୁମାର ଦାଶ): କାନ୍ଧରେ ପତ୍ନୀଙ୍କ ମୃତ ଦେହ ବୋହି ସାରା ବିଶ୍ୱରେ ଏକଦା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିବା କଳାହାଣ୍ଡିର ଦାନ ମାଝୀ ପୁଣି ଚର୍ଚ୍ଚାକୁ ଆସିଛନ୍ତି…

ରଥଯାତ୍ରାର ଅନ୍ତିମ ଯାତ୍ରା ଦେଖିବା ପାଇଁ ଶ୍ରୀକ୍ଷେତ୍ରକୁ ଭକ୍ତଙ୍କ ଆଗମନ

ପୁରୀ,୨୭ା୭: ଆଜି ଘୋଷଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରିବିଜେ। ନୀଳକନ୍ଦରକୁ ବିଜେ କରିବେ ନୀଳାଦ୍ରିନାଥ। ଗୋଟି ପହଣ୍ଡିରେ ଶ୍ରୀମନ୍ଦିର ରତ୍ନବେଦିକୁ ବିଜେ କରିବେ ଦାରୁବିଗ୍ରହ। ଏଥିସହ ଚଳିତବର୍ଷର ବିଶ୍ୱପ୍ରସିଦ୍ଧ…

ଅଗଷ୍ଟ ୧ରୁ ବଦଳିବ ଗ୍ୟାସ ସିଲିଣ୍ଡର ଦର! ମହଙ୍ଗା ହେବ କି ଶସ୍ତା ଜାଣନ୍ତୁ

ନୂଆଦିଲ୍ଲୀ, ୨୭।୭: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଯୋଗୁଁ ସାଧାରଣ ଜନତାଙ୍କୁ ମହଙ୍ଗା ମାଡ଼ର ସମ୍ମୁଖୀନ ହେବାକୁ ପଡିଥିଲା । ତେଲ, ଗ୍ୟାସ ଏବଂ ଅନେକ…

ରେଳ ଟ୍ରାକ୍‌ରେ ଦୁଇ ଫୁଟ ପାଣି, ଦୁଇ ଘଣ୍ଟା ଧରି ଅଟକିଲା କୋରାପୁଟ–ବିଶାଖାପାଟଣମ୍ ଟ୍ରେନ୍

ଟିକିରି, ୨୭।୭ (ପ୍ରଫୁଲ୍ଲ କୁମାର ବେହେରା): ଲଗାଣ ବର୍ଷାର ପ୍ରଭାବ ଏବେ ରେଳ ଚଳାଚଳ ଉପରେ ପଡ଼ିଛି। ରାୟଗଡ଼ା ଜିଲାର ଟିକିରି ଷ୍ଟେଶନ୍ ନିକଟରେ ରେଳ ଟ୍ରାକ୍‌…

ଏହି ଅଭିନେତ୍ରୀଙ୍କ ପ୍ରେମରେ ବୋଲ୍ଡ ହେଲେ ଅର୍ଶଦୀପ ସିଂ

ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଅର୍ଶଦୀପ ସିଂହ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ଅର୍ଶଦୀପ ଇନଷ୍ଟାଗ୍ରାମରେ ମଡେଲ ତଥା ଅଭିନେତ୍ରୀ…

ଘଣ୍ଟାପ୍ରତି ୮୫ କିମି ବେଗରେ ପବନ! IMD ଜାରି କଲା ଚେତାବନୀ, ୧୩ ଘଣ୍ଟା ଭିତରେ ଭୟଙ୍କର ହେବ….

ନୂଆଦିଲ୍ଲୀ, ୨୭।୭: ଦେଶରେ ମୌସୁମୀ ବର୍ଷାର ପ୍ରଭାବ ଜୋରଦାର ଭାବେ ଜାରି ରହିଥିବା ବେଳେ ପୁଣିଥରେ ପାଗ ଅଧିକ ଖରାପ ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri