ଗୋପରୁ ପ୍ରାକୃତିକ ଗ୍ୟାସ ସନ୍ଧାନ ମିଳିବା ଘଟଣା: ମେଶିନରେ ପଥର ବାଜିବାରୁ ଖନନ ବନ୍ଦ

ଗୋପ,୨୬।୫(ଡି.ଏନ୍‌.ଏ.): ପୁରୀ ଜିଲା ଗୋପ ପଞ୍ଚାୟତର କୁଶୁପୁରୁ ଗ୍ରାମ ନିକଟରୁ ବାହାରିବାକୁ ଥିବା ପ୍ରାକୃତିକ ଗ୍ୟାସ ସନ୍ଧାନ ଏବେ ଆଶା ମଉଳିଛି। ଅଏଲ ଇଣ୍ତିଆ କମ୍ପାନୀ ପକ୍ଷରୁ କରାଯାଉଥିବା ସେସମିକ ସର୍ଭେରେ ଖନନ ପାଇଁ ଲଗାଯାଇଥିବା ରିଗ୍‌ ମେଶିନରୁ ବହୁ ତଳ ପର୍ଯ୍ୟନ୍ତ ଖନନ ସତ୍ତ୍ୱେ କୌଣସି ତୈଳର ସନ୍ଧାନ ନ ମିଳି ପଥର ବାଜିବାରୁ ଶେଷରେ କାର୍ଯ୍ୟ ବନ୍ଦ କରାଯାଇଛି। କମ୍ପାନୀ ପକ୍ଷରୁ ଏବେ ଲଗାଯାଇଥିବା ଅତ୍ୟାଧୁନିକ ରିଗ୍‌ ମେଶିନଗୁଡ଼ିକୁ ଖୋଲି ଅନ୍ୟତ୍ର ଗ୍ରାମକୁ ଯିବା ପାଇଁ ବ୍ୟବସ୍ଥା ଆରମ୍ଭ ହୋଇଛି। ପ୍ରକାଶ ଯେ, ଅଏଲ ଇଣ୍ତିଆ କମ୍ପାନୀ ପକ୍ଷରୁ ୨୦୨୦ ମସିହାରୁ ଜିଲାର ବିଭିନ୍ନ ସ୍ଥାନରେ ପ୍ରାକୃତିକ ଗ୍ୟାସ ସନ୍ଧାନ ଲାଗି ଖନନ କାର୍ଯ୍ୟ କରାଯାଇଥିଲା। ପରେ ଗୋପର କୁଶୁପୁରୁ ଓ ମହଲପଡା ପଞ୍ଚାୟତର ଚିତେରା ଗ୍ରାମ ନିକଟରେ ପର୍ଯ୍ୟାପ୍ତ ପରିମାଣର ପ୍ରାକୃତିକ ଗ୍ୟାସ ଥିବା ସନ୍ଧାନ ମିଳିଥିଲା। ଏହି ପ୍ରାକୃତିକ ଗ୍ୟାସ ସନ୍ଧାନ ସାଟେଲାଇଟ ଚିତ୍ର ଦ୍ବାରା ମଧ୍ୟ ଜଣାପଡିଥିଲା। ଫଳରେ କମ୍ପାନୀ ପକ୍ଷରୁ କୁଶୁପୁରୁରେ ସନ୍ଧାନ ମିଳିଥିବା ଜମି ଅଧିଗ୍ରହଣ କରାଯାଇ କେତେଜଣ ଚାଷୀଙ୍କୁ ୩ ବର୍ଷ ପାଇଁ ୯୭ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବା ପରେ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ବିଭିନ୍ନ ରାଜ୍ୟରୁ କେତେକ ଅତ୍ୟାଧୁନିକ ମେଶିନ ଅଣାଯାଇଥିଲା। ଏହି ଖନନ କାର୍ଯ୍ୟରେ ମୁଖ୍ୟ ଅତ୍ୟାଧୁନିକ ରିଗ ମେଶିନ ଆସିବା ପରେ ଅଏଲ ଇଣ୍ତିଆ କମ୍ପାନୀ ପକ୍ଷରୁ ବିଧାୟକ ସମୀର ରଞ୍ଜନ ଦାଶଙ୍କ ଦ୍ୱାରା ଖନନ କାର୍ଯ୍ୟ ଶୁଭାରମ୍ଭ କରାଯାଇଥିଲା। ୩ ହଜାର ମିଟର ତଳେ ପର୍ଯ୍ୟାପ୍ତ ପରିମାଣର ପ୍ରାକୃତିକ ଗ୍ୟାସ ସହିତ ପେଟ୍ରୋଲ ଡିଜେଲ ଥିବାର ସୂଚନା ମିଳିଥିଲା। ହେଲେ ଏହି ଅତ୍ୟାଧୁନିକ ରିଗ ମେଶିନ ମାତ୍ର ୧୨ ଶହ ମିଟର ଯାଏଁ ବାରମ୍ବାର ଖନନ କାର୍ଯ୍ୟ କରିବା ପରେ ବିରାଟକାୟ ପଥର ବାଧକ ସାଜିବା ସହିତ ରିଗ ମେଶିନ କାର୍ଯ୍ୟ କରିପାରି ନ ଥିଲା। ଏପରି ଅବସ୍ଥା ଉପୁଜିବା ପରେ ଏବେ ଅଏଲ ଇଣ୍ତିଆ କମ୍ପାନୀ ପକ୍ଷରୁ ସମସ୍ତ କାର୍ଯ୍ୟକୁ ବନ୍ଦ କରାଯାଇଛି। ମାତ୍ର ଏବେ ଏହି ଅତ୍ୟାଧୁନିକ ମେଶିନଗୁଡିକୁ ଗୋପ ବ୍ଲକ ଅନ୍ତର୍ଗତ ମହଲପଡା ପଞ୍ଚାୟତର ଚିତେରା ଗ୍ରାମ ନିକଟରେ ସନ୍ଧାନ ମିଳିଥିବା ପ୍ରାକୃତିକ ଗ୍ୟାସ ସ୍ଥାନକୁ ଯାଉଥିବା ଜଣାପଡିଛି। ଏ ପ୍ରସଙ୍ଗରେ ଅଏଲ ଇଣ୍ତିଆ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳିପାରି ନାହିଁ। କିନ୍ତୁ ଯାହା ସୂଚନା ମିଳିଛି ମହଲପଡା ପଞ୍ଚାୟତର ଚିତେରା ଗ୍ରାମ ନିକଟରେ ପ୍ରାକୃତିକ ଗ୍ୟାସ ସନ୍ଧାନ ମିଳିଥିବା ସ୍ଥାନରେ କାର୍ଯ୍ୟ ଚାଲୁ ରହିବ। ପରେ ଗୋପର କୁଶୁପୁରୁ ନିକଟରେ ବାଧକ ସାଜିଥିବା ପଥରକୁ କିପରି ଭଙ୍ଗାଯିବ ସେ ସମ୍ପର୍କରେ ଅଏଲ୍‌ ଇଣ୍ତିଆ କମ୍ପାନୀ ପକ୍ଷରୁ ଆଲୋଚନା ପରେ ଯାହା କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓକିଲ ସଙ୍ଘର ନିର୍ବାଚନ ସଭାପତି ଉମେଶ, ସମ୍ପାଦକ ରାମଚନ୍ଦ୍ର

ଦାରିଙ୍ଗବାଡ଼ି,୨୯।୩ (ଅରୁଣ ସାହୁ): ଦାରିଙ୍ଗବାଡ଼ି ଓକିଲ ସଙ୍ଘର ନିର୍ବାଚନ ଶନିବାର ବିଧିବଧ ଭାବେ ଅନୁଷ୍ଠିତ ହୋଇଛି। ଚଳିତ ଥର ନିର୍ବାଚନ ଫଳାଫଳ ଅତି ରୋମାଞ୍ଚକର ରହିଥିଲା। କେବଳ…

୧୦୦ ତମ ଭଞ୍ଜ ସଙ୍ଗୀତ ଆସର: ପ୍ରଚାର, ପ୍ରସାର ଲକ୍ଷ୍ୟ ନେଇ…

ଭଞ୍ଜନଗର, ୨୯।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଆନନ୍ଦ ସଙ୍ଗୀତାୟନ ପକ୍ଷରୁ ଭଞ୍ଜ ସଙ୍ଗୀତର ପ୍ରଚାର ପ୍ରସାର ଲକ୍ଷ୍ୟ ନେଇ ଆଜକୁ କିଛି ବର୍ଷ ହେବ ମାସକୁ…

ହର୍ମୁଜକୁ ନେଇ ଇରାନ ସହ ପାକିସ୍ତାନ କଲା ବଡ଼ ଡିଲ୍‌, ତାଟକା ହେଲା ସାରା ବିଶ୍ୱ!

ଇସଲାମାବାଦ,୨୯।୩: ଆମେରିକା ଏବଂ ଇସ୍ରାଏଲ ବିରୋଧରେ ଇରାନର ସଂଘର୍ଷ ବନ୍ଦ କରିବା ପାଇଁ ଚାଲିଥିବା ପ୍ରୟାସ ମଧ୍ୟରେ, ପାକିସ୍ତାନ ଏକ ବଡ଼ କୂଟନୈତିକ ସଫଳତା ହାସଲ କରିଛି।…

କିଏ ଜାଣିଥିଲା ଆଜି ହେବ ଶେଷ ଫେରି: ବାଇକ୍‌ ଉପରେ ମାଡିଗଲା ବାଲି ବୋଝେଇ ହାଇୱା

ଧର୍ମଗଡ଼,୨୯।୩(ଘାସିରାମ ଜଗତ): କଳାହାଣ୍ଡି ଧର୍ମଗଡ-ବୋଡ଼େନ ରାସ୍ତା ବିଅରବାର ନିକଟରେ ରବିବାର ସକାଳୁ  ଦୁର୍ଘଟଣା ଘଟିଛି।  ବାଲି ବୋଝେଇ ହାଇୱା ଧକ୍କାରେ ଜଣେ ଫେରିବାଲାଙ୍କ ମୃତ୍ୟୁ ଘଟିଛି। ମୃତୁ…

ତାରିଣୀ ଛକ ମାର୍କେଟରେ ଅଗ୍ନିକାଣ୍ଡ: ଜଳିଗଲା ୭ଦୋକାନର ଲକ୍ଷାଧିକ…

ଧର୍ମଶାଳା/ବ୍ରହ୍ମବରଦା (ଶିବ ପ୍ରସାଦ ମହାନ୍ତି/ଯଯାତି କେଶରୀ ବେହେରା): ଯାଜପୁର ଜିଲା ବ୍ରହ୍ମବରଦା ଥାନା ତାରିଣୀ ଛକ ମାର୍କେଟରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ପାଖାପାଖି ୭…

ପେଟ୍ରୋଲ ରେଟ୍‌ ଆଗକୁ ବଢିବ କି? ମୋଦି କହିଦେଲେ ସତକଥା…

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇସ୍ରାଏଲ ଏବଂ ଆମେରିକା ଇରାନ ଉପରେ ଆକ୍ରମଣ ଆରମ୍ଭ କଲେ। ପ୍ରତିଶୋଧ ସ୍ୱରୂପ, ଇରାନ ହର୍ମୁଜ…

ଶିକ୍ଷା ବୋଝ ନୁହେଁ, ଆବିଷ୍କାର ଭଳି ଅନୁଭବ ହେବା ଉଚିତ

ପ୍ର- ଶିକ୍ଷା ଶିଳ୍ପର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଭାବେ ଦେଶରେ ଶିକ୍ଷା କ୍ଷେତ୍ର କେଉଁ ସବୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି ବୋଲି ଆପଣ ଭାବନ୍ତି? ଉ- ଛାତ୍ରୀଛାତ୍ର…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri