ସରକାରୀ ଜମିରୁ ମାଟି ଉଠାଣ

ରୂପସା, ୨୯।୩(ଡି.ଏନ.ଏ.) ବାଲେଶ୍ୱର ଜିଲା ବସ୍ତା ବ୍ଲକ ନଟାକଟା ଗ୍ରାମରେ ଥିବା ସରକାରୀ ଜମିରୁ ବେଆଇନ ଭାବେ ମାଟି ଉଠାଇ ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ସୋମବାର ଉତ୍ତେଜନା ଦେଖାଦେଇଛି। ବେଆଇନ ମାଟି ଖୋଳାକୁ ବିରୋଧ କରି ଗ୍ରାମବାସୀ ଉକ୍ତ ସ୍ଥାନରେ ପହଞ୍ଚତ୍ ଆନ୍ଦୋଳନ ଚେତାବନୀ ଦେଇଛନ୍ତି।
ପଶ୍ଚିମ ପାର୍ଶ୍ୱରେ ଥିବା ସରକାରୀ ଗୋଚର ଜମିରୁ ମାଟି ମାଫିଆ ଓ ଦଲାଲ ମିଶି ଜେସିବି ଏବଂ ଟ୍ରାକ୍ଟର ଲଗାଇ ରାତିଅଧିଆ ଶହ ଶହ ଟ୍ରାକ୍ଟର ମାଟି ଲୁଟ୍‌ କରୁଥିବା ଦେଖିବାକୁ ମିଳିଛି। ଲୋକେ ଅଭିଯୋଗ କରିବାରୁ ଏହା ସରକାରଙ୍କ ୫-ଟି ଯୋଜନାରେ ସ୍ମାର୍ଟ ସ୍କୁଲର ଖେଳପଡ଼ିଆ ନିର୍ମାଣ ପାଇଁ ଯାଉଛି ବୋଲି ଠିକାଦାର ସଫେଇ ଦେଉଛନ୍ତି। ସୋମବାର ଗ୍ରାମର ଶତାଧିକ ମହିଳା ଓ ପୁରୁଷ ମାଟି ଖୋଳାକୁ ବିରୋଧ କରିଥିଲେ। ମାତ୍ର ମାଫିଆମାନେ ସେମାନଙ୍କୁ ବିଭିନ୍ନ ପ୍ରକାର ଧମକ ଦେଉଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମାଞ୍ଚଳରେ ଗୋରୁ ଚରାଇବା ପାଇଁ ଗୋଚର କିସମର ଜମି ରହିଛି। ଅସାଧୁ ବ୍ୟବସାୟୀ ଏହି ଜମିରୁ କିଭଳି ରାଜସ୍ବ ଲୁଟ୍‌ କରିବେ ସେଥିପାଇଁ ପ୍ରଶାସନ ସହ ସଲାସୁତୁରା କରିଥିବା ସାଧାରଣରେ ଚର୍ଚ୍ଚା ହେଉଛି। ବସ୍ତା ତହସିଲ ଅମର୍ଦ୍ଦାରୋଡ଼ ଆର୍‌ଆଇ ଅଫିସ ଅଧୀନ ନଟାକଟା ପଞ୍ଚାୟତର ନଟାକଟା ମୌଜାରେ ଏହି ଘଟଣା ଦେଖିବାକୁ ମିଳିଛି। ଘଟଣା ସମ୍ପର୍କରେ ସ୍ଥାନୀୟ ଆର୍‌ଆଇ ଓ ତହସିଲଦାରଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଘଟଣାସ୍ଥଳରେ କେହି ପହଞ୍ଚତ୍ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅମର୍ଦ୍ଦାରୋଡ ଆର୍‌ଆଇ କାର୍ଯ୍ୟାଳୟଠାରୁ ମାତ୍ର ୫୦ ମିଟର ମଧ୍ୟରେ ଏଭଳି ମାଟି ଚୋରି ହେଉଥିବା ବେଳେ ସରକାରଙ୍କ ରାଜକୋଷରୁ ଲକ୍ଷାଧିକ ଟଙ୍କାର ରାଜସ୍ବ ହାନି ଘଟୁଛି ଓ ଗ୍ରାମାଞ୍ଚଳରେ ଗୋଚର ଜମି ଧୀରେ ଧୀରେ ଲୋପ ପାଇବାକୁ ବସିଛି ବୋଲି ଗାଁ ଲୋକେ କହିଛନ୍ତି।
ସମ୍ପର୍କରେ ସମ୍ପୃକ୍ତ ଠିକାଦାରଙ୍କୁ ପଚାରିବାରୁ ବସ୍ତା ବିଡ଼ିଓ ସିଦ୍ଧେଶ୍ୱର ଉଚ୍ଚବିଦ୍ୟାଳୟ ୫-ଟି କାମ ପାଇଁ ଏହି ଜମିରୁ ମାଟି ଉଠାଇବାକୁ କହିଥିବା ପ୍ରକାଶ କରିଥିଲେ। ବିଡ଼ିଓ ଜ୍ଞାନରଞ୍ଜନ ସାହୁଙ୍କୁ ଯୋଗାଯୋଗ କରିବାରୁ ଏହା ଭିତ୍ତିହୀନ ବୋଲି ପ୍ରକାଶ କରିଛନ୍ତି। ତହସିଲଦାର କାର୍ତ୍ତିକ ଚନ୍ଦ୍ର ଦାଶ ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର, ଗର୍ଭବତୀ ଜଣାପଡିବା ପରେ ଧାର୍ମିକସ୍ଥଳୀ ଭଙ୍ଗାରୁଜା

ଆନନ୍ଦପୁର,୬ା୪(ସୁଶାନ୍ତ କୁମାର ସାହୁ ): ଭିନ୍ନକ୍ଷମ ନାବାଳିକାଙ୍କୁ ୪ମାସ ତଳେ ବଳାତ୍କାର କରି ଫେରାର ହୋଇଯାଇଛି ଗାଁର ଜଣେ ସଂଖ୍ଯାଲଘୁ ସମ୍ପ୍ରଦାର ଯୁବକ । ଘଟଣା ପ୍ରଘଟ…

ଐତିହାସିକ ଗୋପାଳ ବନ୍ଧ ସୌନ୍ଦର୍ଯ୍ୟକରଣ ଲାଗି ଅଣ୍ଟା ଭିଡିଲେ ନିର୍ବାହୀ ଅଧିକାରୀ: ଜବରଦଖଲକାରୀଙ୍କୁ କଡ଼ା ଚେତାବନୀ

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର ମଧ୍ୟରେ ପରିତ୍ୟକ୍ତ ଅବସ୍ଥାରେ ରହିଥିବା ଐତିହାସିକ ଗୋପାଳ ବନ୍ଧକୁ ନେଇ ଦୀର୍ଘଦିନ ହେଲା ସବୁବର୍ଗରୁ ଅସନ୍ତୋଷ ଲାଗିରହିଥିଲା। ତେବେ …

ମା’ ଭଦ୍ରକାଳୀଙ୍କ ପୀଠରୁ ଚୋରି, ହୁଣ୍ଡି ବାକ୍ସ ଭାଙ୍ଗି ଦୁର୍ବୃତ୍ତ…

ଭଦ୍ରକ,୬ା୪(ସନାତନ ରାଉତ): ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠରେ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଥିବାର ଅଭିଯୋଗ ହୋଇଛି। ଭୋର୍‌ ସମୟରେ ମା’ଙ୍କ ପୂଜା ପୂଜା…

ବେପରୁଆ ଗାଡ଼ି ଚାଳନା, ଢାବା ଉପରକୁ କାର୍ ମାଡ଼ିଯିବାରୁ ୨ମୃତ

କୁଆଁରମୁଣ୍ଡା,୬ା୪(ମହେନ୍ଦ୍ର କୁମାର ସାହୁ): ରବିବାର ବିଳମ୍ବିତ ରାତିରେ ୧୪୩ ନମ୍ବର ଜାତୀୟ ରାଜପଥର କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଯମୁନାନାକି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଢାବା ଭିତରକୁ…

ବିଜେଡିକୁ ନେଇ ଏମିତି କହିଲେ ଗଣେଶ୍ବର: ସଂଗଠନ ଉପରେ ପ୍ରଭାବ…

ଭୁବନେଶ୍ୱର,୬।୪: ନେତା ଓ କର୍ମୀ ବିଜେଡି ଛାଡ଼ିବା ନେଇ ଗଣେଶ୍ବର ବେହେରା ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସଂଗଠନ ଉପରେ ପ୍ରଭାବ ନିଶ୍ଚିତ ପଡ଼ିବ ।…

ମହେନ୍ଦ୍ରଗିରିରେ ନିଖୋଜ ପର୍ଯ୍ୟଟକଙ୍କ ମୃତଦେହ ମିଳିଲା, ୩ ସାଙ୍ଗଙ୍କ ସହ ବୁଲିବାକୁ ଯାଇ…

ପାରଳାଖେମୁଣ୍ଡି,୬ା୪(ଗିରିଧାରୀ ପରିଚ୍ଛା): ମହେନ୍ଦ୍ରଗିରିରେ ନିଖୋଜ ଥିବା ପର୍ଯ୍ୟଟକଙ୍କ ମୃତଦେହ ସୋମବାର ସକାଳେ ଉଦ୍ଧାର ହୋଇଛି। ଗତକାଲି କାଳବୈଶାଖୀ ପ୍ରଭାବରେ ବିନୋଦ ଚନ୍ଦ୍ର ଜେନା ନାମକ ଜଣେ ବ୍ୟକ୍ତି…

ଗୋଠଛଡ଼ା ଦନ୍ତାର ଉପଦ୍ରବ, ଦୁଇ ଘର ଭାଙ୍ଗି…..

କେନ୍ଦୁଝର,୫।୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଅନ୍ତର୍ଗତ କଟୁପଶି ଗ୍ରାମରେ ଗୋଠଛଡା ଦନ୍ତାର ଉପଦ୍ରବ । ଗୋଠଛଡା ଦନ୍ତା ଆକ୍ରମଣରେ ଦୁଇ ଜଣଙ୍କ ଘର ଭାଙ୍ଗିଛି ।…

ପରିବେଶ ନିୟମ ଉଲ୍ଲଂଘନ, ସିପିସିବି ନିର୍ଦ୍ଦେଶରେ ରେଙ୍ଗାଲି ଶ୍ୟାମ ମେଟାଲିକ୍ସ ସିଲ୍

ସମ୍ବଲପୁର/ରେଙ୍ଗାଲି,୬୲୪(ପ୍ରମୋଦ ବହିଦାର/ଦେବବ୍ରତ ପଣ୍ଡା): ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ପାଣ୍ଡଲୋଇ ସ୍ଥିତ ଶ୍ୟାମ ମେଟାଲିକ୍ସ ଏଣ୍ଡ ଏନର୍ଜି ଲିମିଟେଡ ବିରୋଧରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri