ପରୀକ୍ଷକଙ୍କୁ ମିଳିବ ସାବିତ୍ରୀ ଛୁଟି

ଭୁବନେଶ୍ୱର,୨୭।୫(ବ୍ୟୁରୋ): ପରୀକ୍ଷକ ସାବିତ୍ରୀରେ ଛୁଟି ନେଇପାରିବେ ବୋଲି ଶୁକ୍ରବାର
ସରକାର ଘୋଷଣା କରିଛନ୍ତି। ଏ ନେଇ ସବୁ ବିଇଓ, କ୍ୟାମ୍ପ ଅଧିକାରୀ ଓ ସୁପରଭାଇଜରଙ୍କୁ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଚିଠି ଲେଖାଯାଇଛି। ଖାତା ଦେଖୁଥିବା ଯେକୌଣସି ଶିକ୍ଷକ ଇଚ୍ଛା ଅନୁସାରେ ଛୁଟି ନେଇପାରିବେ ବୋଲି ଚିଠିରେ ଉଲ୍ଲେଖ ଅଛି।