କପି କରି ଧରାପଡ଼ିଲେ ପରୀକ୍ଷାର୍ଥୀ

ପାଟଣା,୧୪ା୩(ସ୍ବ.ପ୍ର.): ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ବିଶ୍ୱବିଦ୍ୟାଳୟ ପରିଚାଳିତ ଯୁକ୍ତ ୩ ବିଜ୍ଞାନ ଓ କଳା ପରୀକ୍ଷା ଶୁକ୍ରବାରଠାରୁ ଆରମ୍ଭ ହୋଇଛି। କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ଆଞ୍ଚଳିକ ମହାବିଦ୍ୟାଳୟରେ ପରୀକ୍ଷା ଦେଉଥିବା ଜଣେ ପରୀକ୍ଷାର୍ଥୀ କପି କରି ଧରାପଡ଼ିଛନ୍ତି। ମହାବିଦ୍ୟାଳୟରେ ଯୁକ୍ତ ୩ ବିଜ୍ଞାନ ଓ କଳାର କୋର ୨ ପରୀକ୍ଷାର ଦ୍ୱିତୀୟ ଦିନରେ ବିଜ୍ଞାନରେ ୧୯୧ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଛନ୍ତି। କଳାରେ ୨୭୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ଅଧ୍ୟକ୍ଷ ତଥା ପରୀକ୍ଷା ନିୟନ୍ତ୍ରକ ବିରେନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ସୋମବାର ସମ୍ମାନ ପରୀକ୍ଷା ଚାଲିଥିବା ବେଳେ ଜଣେ ଘରୋଇ ମହାବିଦ୍ୟାଳୟର କମ୍ପ୍ୟୁଟର ଛାତ୍ର ଅସାଧୁ ଉପାୟ ଅବଲମ୍ବନ କରି ଧରାପଡ଼ିଛନ୍ତି। ଫ୍ଲାଇଙ୍ଗ ସ୍କ୍ବାଡ ପରୀକ୍ଷାର୍ଥୀଙ୍କୁ ଧରି ଏମପି କରିଥିବା ଜଣାପଡ଼ିଛି। ଅନ୍ୟପକ୍ଷେ ପରୀକ୍ଷା କେନ୍ଦ୍ର ଝରକା ଗୁଡ଼ିକ ନିକଟରେ ପ୍ରବଳ କପି ପଡ଼ିଥିବା ଦେଖିବାକୁ ମିଳିଥିଲା। ଅନୁରୂପ ଭାବେ ତୁରୁମୁଙ୍ଗାସ୍ଥିତ ଦଧି ବାମନ ଡିଗ୍ରୀ ମହାବିଦ୍ୟାଳୟ ବିଜ୍ଞାନରେ ୫୦ ଓ କଳାରେ ୧୨୯ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି।