ଶିକ୍ଷକଙ୍କ ପାଇଁ ପରୀକ୍ଷା

ଶିକ୍ଷା ଅଧିକାର ଆଇନ ୨୦୦୯ ଅନୁଯାୟୀ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ସ୍ତରରେ ୬ରୁ ୧୪ ବର୍ଷ ବୟସ ମଧ୍ୟରେ ସବୁ ବାଳିକା ବାଳକଙ୍କ ପାଇଁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ନିଶ୍ଚିତ କରାଯାଇଛି। ଏହି ଦୁଇ ସ୍ତରର ସ୍କୁଲ ସହ ମାଧ୍ୟମିକ ସ୍କୁଲରେ ଗୁଣାତ୍ମକ ଶିକ୍ଷା ପାଇଁ ୟୁନାଇଟେଡ୍‌ ନେଶନ୍ସ ଇଣ୍ଟରନ୍ୟାଶନାଲ୍‌ ଚିଲ୍‌ଡ୍ରେନ୍ସ ଏମରଜେନ୍ସି ଫଣ୍ଡ(ୟୁନିସେଫ୍‌) ସରକାରଙ୍କ ସହ ମିଶି କାମ କରୁଛି। ଏହା ସହ ଜାତୀୟ ଶିକ୍ଷାନୀତି ୨୦୨୦ ମଧ୍ୟ ସମାନ ଓ ଗୁଣାତ୍ମକ ଶିକ୍ଷା ଯୋଗାଇଦେବାର ଲକ୍ଷ୍ୟ ରଖିଛି। ଶିକ୍ଷା କ୍ଷେତ୍ରରେ ଅନ୍ତର୍ଜାତୀୟ ସଙ୍ଗଠନଗୁଡ଼ିକର ସହଭାଗିତା ରହିଥିଲେ ମଧ୍ୟ ଦେଶରେ ସ୍କୁଲ ପିଲାଙ୍କ ଶିକ୍ଷାରେ ଉନ୍ନତି ପାରିପାର୍ଶ୍ୱିକ ଶୈକ୍ଷିକ ପରିବେଶ ଉପରେ ନିର୍ଭରକରେ। ସ୍କୁଲକୁ ଯେପରି ସବୁ ପିଲା ପଢ଼ିବାକୁ ଯିବେ ସେଥିପାଇଁ ମଧ୍ୟାହ୍ନଭୋଜନଠାରୁ ଆରମ୍ଭକରି ମାଗଣାରେ ସାଇକେଲ, ପୋଷାକ, ବହି ଆଦି ଯୋଗାଇ ଦିଆଯାଉଛି। ଏପରିକି ମାଡ଼ ଭୟରେ ପିଲାମାନେ ସ୍କୁଲ ଛାଡ଼ି କିଭଳି ନ ଯିବେ ସେଥିପାଇଁ ବିଦ୍ୟାଳୟକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ନାମିତ କରାଯାଇଛି। କେବଳ ନାମରେ ଅଟକିଯାଇନାହିଁ, ଯଦି କୌଣସି ଶିକ୍ଷୟିତ୍ରୀଶିକ୍ଷକ ମାଡ଼ ମାରୁଥିବାର ପ୍ରମାଣ ମିଳୁଛି,ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବାର ଦୃଷ୍ଟାନ୍ତ ମଧ୍ୟ ଗଣମାଧ୍ୟମରୁ ଜଣାପଡ଼ୁଛି। ଶିକ୍ଷକଙ୍କ ଶିକ୍ଷାଦାନର ପ୍ରତିବଦ୍ଧତା ଉପରେ ପିଲାଙ୍କ ପାଠପଢ଼ା ନିର୍ଭର କରେ। ଛାତ୍ରୀଛାତ୍ର କିଭଳି ସହଜରେ ପାଠ ବୁଝିପାରିବେ ଓ ଶିକ୍ଷା ପ୍ରତି ଆଗ୍ରହ ବଢ଼ିବ, ସେହି ଦିଗରେ ଶିକ୍ଷକମାନେ ଚେଷ୍ଟା କରିବା ଦରକାର। ଏହା କହିଲାବେଳକୁ ନିଶ୍ଚିତ ଭାବେ ଧ୍ୟାନ ଦିଆଯିବା ଦରକାର ଯେ, ଶ୍ରେଣୀଗୃହ ଓ ମାଷ୍ଟରଙ୍କର ସର୍ବନିମ୍ନ ଯୋଗ୍ୟତା ସହ ଚାହିଦା ମଧ୍ୟ ପୂରଣ ହେବା କଥା। କେବଳ ଦରମା ବଢ଼ିଲେ ଶିକ୍ଷୟିତ୍ରୀ ଶିକ୍ଷକ ଉଚିତ ମାନର ପାଠ ପଢ଼ାଇବେ ବୋଲି ଭାବିବା ତ୍ରୁଟିପୂର୍ଣ୍ଣ। ଆଜକୁ ଚାରି ପାଞ୍ଚ ଦଶନ୍ଧି ପୂର୍ବେ ଶିକ୍ଷକମାନଙ୍କ ଅନୁଶାସନରେ ପିଲାମାନେ ରହୁଥିଲେ। ଅର୍ଥାତ୍‌ ପାଠପଢ଼ାରେ ଶ୍ରେଣୀ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଥିଲା। ପିଲାମାନେ ମଧ୍ୟ ବିନା ଟ୍ୟୁଶନରେ ଭଲ ପଢ଼ିବାକୁ ଚେଷ୍ଟା କରୁଥିଲେ। ଶିକ୍ଷକଙ୍କ ପ୍ରତି ସମ୍ମାନ ଓ ଭୟ ମଧ୍ୟ ଥିଲା। ସାଧାରଣରେ କୁହାଯାଇଥାଏ-ଭୟ ଥିଲେ ଜୟ ହୁଏ। ଏବେ ଶୈକ୍ଷିକ ବାତାବରଣ ଫୁଲାଫାଙ୍କିଆ ହୋଇଯାଇଥିବାରୁ ଅନେକ ପିଲା ଶ୍ରେଣୀରେ ମନ ଦେଇ ପଢ଼ୁନାହାନ୍ତି। ପ୍ରାଇଭେଟ୍‌ କୋଚିଂ ଧୀରେ ଧୀରେ ଶ୍ରେଣୀଗୃହ ପଢ଼ାକୁ ପ୍ରତିସ୍ଥାପନ କରିଚାଲିଛି, ଯାହା ଆଗକୁ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି କଲାଣି।
ଏବେ ସ୍କୁଲ ପାଠ ପାଇଁ ଯେମିତି ଟ୍ୟୁଶନ ହୋଇଯାଇଛି ସବୁକିଛି। କେନ୍ଦ୍ରର କମ୍ପ୍ରେହେନସିଭ୍‌ ମୋଡ୍ୟୁଲାର ସର୍ଭେ( ସିଏମ୍‌ଏସ୍‌) ପକ୍ଷରୁ ଅଗଷ୍ଟ ଶେଷ ସପ୍ତାହରେ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି ଯେ, ଦେଶରେ ସରକାରୀ ଓ ବେସରକାରୀ ସ୍କୁଲରେ ପଢ଼ୁଥିବା ପିଲାମାନଙ୍କ ମଧ୍ୟରୁ ପାଖାପାଖି ୩୦ ପ୍ରତିଶତ ସ୍କୁଲ ପାଠ ବୁଝିବା ପାଇଁ ଘରୋଇ କୋଚିଂ ଉପରେ ନିର୍ଭର କରୁଛନ୍ତି। ନ୍ୟାଶନାଲ ସାମ୍ପୁଲ ସର୍ଭେର ୮୦ ତମ ରାଉଣ୍ଡର ଏକ ଅଂଶ ଭାବେ ସିଏମ୍‌ଏସ୍‌ ଏହି ତଥ୍ୟ ପ୍ରସ୍ତୁତ କରିଛି ଏବଂ ଏହାକୁ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ପକ୍ଷରୁ ଉପସ୍ଥାପନ କରାଯାଇଛି। ଏଥିରେ ଓଡ଼ିଶାର ତଥ୍ୟକୁ ଦେଖିଲେ ନବମ ଓ ଦଶମ ଶ୍ରେଣୀର ୬୮.୭ ପ୍ରତିଶତ ପିଲା ଏବଂ ପ୍ରାଥମିକ ସ୍ତରରେ ୩୪.୨ ପ୍ରତିଶତ (ମୋଟ ପିଲା ସଂଖ୍ୟାର ୫୦ ପ୍ରତିଶତରୁ ଅଧିକ) ପିଲାଙ୍କୁ ସେମାନଙ୍କ ଅଭିଭାବକମାନେ ଟ୍ୟୁଶନ ପଠାଉଛନ୍ତି। ଏଥିପାଇଁ ସହରାଞ୍ଚଳରେ ଅଭିିଭାବକମାନେ ବାର୍ଷିକ ୧୦,୮୯୯ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଗ୍ରାମାଞ୍ଚଳରେ ଏହା ୩,୫୪୭ ଟଙ୍କା।
ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ଦେବା ଲାଗି ଉଚ୍ଚ ପ୍ରଶିକ୍ଷିତ ଶିକ୍ଷକଙ୍କ ଆବଶ୍ୟକତା ରହିଛି। ହେଲେ ସବୁ ବିଦ୍ୟାଳୟରେ ଆବଶ୍ୟକତା ଅନୁଯାୟୀ ସେଭଳି ଶିକ୍ଷକ ନ ଥିବାରୁ ପିଲାମାନେ ଠିକ୍‌ ଭାବେ ପାଠ ବୁଝିପାରୁନାହାନ୍ତି। ଫଳସ୍ବରୂପ, ଘରୋଇ ଟ୍ୟୁଶନ ଦରକାର ପଡ଼ୁଛି। ଏହି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟ ୧ ସେପ୍ଟେମ୍ବରରେ ଦେଇଥିବା ରାୟ ପ୍ରଣିଧାନଯୋଗ୍ୟ। ଶିକ୍ଷକ ଭାବେ ନିଯୁକ୍ତି ପାଇବାକୁ ଚାହୁଁଥିବା ଓ ଚାକିରିରେ ଥିବା ଶିକ୍ଷକ ପଦୋନ୍ନତି ପାଇଁ ଆଶା ରଖିଥିଲେ, ସେମାନଙ୍କୁ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଟିଇଟି)ରେ ଉତ୍ତୀର୍ଣ୍ଣ ହେବା ବାଧ୍ୟତାମୂଳକ ବୋଲି କୋର୍ଟ କହିଛନ୍ତି। ଏଥିରୁ ବୁଝିବାକୁ ହେବ ଯେ, ସ୍କୁଲରେ ଶିକ୍ଷାଦାନ କରୁଥିବା ଶିକ୍ଷକଙ୍କ ମାନ କମ୍‌ ଥିବା ସ୍ପଷ୍ଟ ହେଉଛି। ପାଠ ବୁଝିପାରୁ ନ ଥିବାରୁ ଅନେକ ମାତାପିତା ଓ ଅଭିଭାବକ ସେମାନଙ୍କ ପିଲାଙ୍କୁ ଟ୍ୟୁଶନ ଦେବାକୁ ବାଧ୍ୟ ହେଉଛନ୍ତି। ଅଧିକ ମାର୍କ ରଖିବା ଲୋଭରେ ନିଜ ପିଲାଙ୍କୁ ଦୌଡ଼ାଉଥିବା ମାତାପିତା ଟ୍ୟୁଶନକୁ ଯେଭଳି ଗୁରୁତ୍ୱ ଦେଉଛନ୍ତି, ସ୍କୁଲ ଶିକ୍ଷାର ମାନ ପ୍ରତି ପ୍ରାଧାନ୍ୟ ଦେଉନାହାନ୍ତି। ଅନ୍ୟ ଏକ ଚିନ୍ତାର ବିଷୟ ହେଉଛି, ଯଦି ଟ୍ୟୁଶନ ଉପରେ ପିଲାମାନେ ଅଧିକ ନିର୍ଭରଶୀଳ ହେବେ, ତା’ହେଲେ ସେହି ଟ୍ୟୁଶନର ମୂଲ୍ୟ ବୃଦ୍ଧି ହେବ ଏବଂ ଅଭିଭାବକଙ୍କୁ ଅଧିକା ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ। ସେଭଳି ସ୍ଥିତି ଉପୁଜିଲେ ଅର୍ଥନୈତିକ ଦୁର୍ବଳ ଶ୍ରେଣୀରେ ପ୍ରଥମେ କନ୍ୟା ଓ ଦ୍ୱିତୀୟ ସ୍ତରରେ ପୁଅପିଲାମାନଙ୍କର ପାଠପଢ଼ିବା ବନ୍ଦ ହୋଇଯାଇପାରେ, ଯାହା ଦେଶ ପାଇଁ ଅଧିକ କ୍ଷତିକାରକ ହେବ। ଦୁଃଖର ବିଷୟ, ଏହି ଦିଗକୁ କେହି ଧ୍ୟାନ ଦେଉନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ସୁନା ଚେନ ଓ ଟଙ୍କା ଲୁଟିନେଲେ, ଗାଁରେ ଚାପା ଉତ୍ତେଜନା

ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

‘ମୋର ବିଜୟ କି ଲାଭ ଯଦି ଲଦାଖ ହାରିଯାଏ?’ ଜେଲରୁ ମୁକୁଳିବା ପରେ ମୁହଁ ଖୋଲିଲେ ସୋନମ ୱାଙ୍ଗଚୁକ

ୱାଶିଂଟନ,୧୭।୩: ପ୍ରାୟ ୧୭୦ ଦିନ କାରାଗାରରେ ବିତାଇବା ପରେ ଶନିବାର ଜେଲରୁ ମୁକୁଳିଛନ୍ତି ଲଦାଖର ବିଶିଷ୍ଟ ଶିକ୍ଷାବିତ୍ ତଥା ପରିବେଶ କର୍ମୀ ସୋନମ ୱାଙ୍ଗଚୁକ। କେନ୍ଦ୍ର ସରକାର…

ହରମୁଜରେ ଫସିଲା ପାକିସ୍ତାନର ତେଲ ଜାହାଜ, ଇରାନ କଲା ବଡ଼ ଘୋଷଣା

ତେହରାନ,୧୭।୩: ଇରାନ ପାକିସ୍ତାନର ବାଣିଜି୍ୟକ ତୈଳ ଟ୍ୟାଙ୍କରକୁ ହରମୁଜ ମଧ୍ୟରେ ଏହାର କ୍ଷେତ୍ରୀୟ ଜଳସୀମା ଦେଇ ଯିବା ପାଇଁ ଅନୁମତି ପ୍ରଦାନ କରିଛି। ପାକିସ୍ତାନ ନ୍ୟାସନାଲ ସିପିଂ…

ଇସ୍ରାଏଲ ଚାପରେ ଇରାନ ସହ ଯୁଦ୍ଧ ଆରମ୍ଭ କରିଛି ଆମେରିକା: ଇସ୍ତଫା ଦେଲେ ଟ୍ରମ୍ପଙ୍କ…

ୱାଶିଂଟନ,୧୭।୩: ଆମେରିକା ପ୍ରଶାସନରେ ଏକ ବଡ଼ ଧରଣର ବିଭ୍ରାଟ ଦେଖାଦେଇଛି। ଇରାନ ସହ ଚାଲିଥିବା ଯୁଦ୍ଧକୁ ବିରୋଧ କରି ଡୋନାଲ୍ଡ ଟ୍ରମ୍ପଙ୍କ ନ୍ୟାସନାଲ କାଉଣ୍ଟର ଟେରରିଜମ ସେଣ୍ଟର…

୧୧ଟି ଜିଲାରେ ୨୩ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ; ସୃଷ୍ଟି ହେବ ୧୦ ହଜାରରୁ ଅଧିକ ନିଯୁକ୍ତି

ଭୁବନେଶ୍ୱର,୧୭।୩: ରାଜ୍ୟରେ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମଙ୍ଗଳବାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କୁ ଜୋରଦାର ଝଟ୍‌କା, ବଡ଼ ଘୋଷଣା କରି ବିଶ୍ୱରେ ପକାଇଲେ ଚହଳ

ଓ଼୍ବାଶିଂଟନ,୧୭।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ପ୍ରଶାସନକୁ ଏକ ବଡ଼ ଝଟକା ଲାଗିଛି। ଆମେରିକାର ଜାତୀୟ ଆତଙ୍କବାଦ ବିରୋଧୀ କେନ୍ଦ୍ରର ନିର୍ଦ୍ଦେଶକ ଜୋ…

PSL 2026: ହାଇଦ୍ରାବାଦ ଅଧିନାୟକ ହେଲେ ମାର୍ନସ ଲାବୁସେନ, ଚମକାଇଲା ନିଷ୍ପତ୍ତି

କରାଚୀ,୧୭।୩: ଅଷ୍ଟ୍ରେଲିଆର ଷ୍ଟାର୍‌ ବ୍ୟାଟର ମାର୍ନସ ଲାବୁସେନ ପ୍ରଥମ ଥର ପାଇଁ ପାକିସ୍ତାନ ସୁପର ଲିଗ (PSL) ଖେଳିବାକୁ ଯାଉଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ପଦାର୍ପଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri