Categories: ଫୁରସତ

ଗୋଡ଼ରେ ପରୀକ୍ଷା ଦେଇ ଚର୍ଚ୍ଚାରେ

ରାୟପୁର: ଛତିଶଗଡ଼ର ସୁରଗିଜା ଜିଲା ଅମ୍ବିକାପୁରର ଜଣେ ପରୀକ୍ଷାର୍ଥୀ ଗୋଡ଼ରେ ଦ୍ୱାଦଶ ପରୀକ୍ଷା ଦେଇ ଚର୍ଚ୍ଚାକୁ ଆସିଛନ୍ତି। ୧୭ ବର୍ଷୀୟ ମହେଶ ସିଂ ଗରିବ ପରିବାରର ହୋଇଥିବାବେଳେ ସେ ଫୋକୋମେଲିଆ ରୋଗରେ ପୀଡ଼ିତ। ଏହି ରୋଗ ପାଇଁ ତାଙ୍କ ହାତ ଓ ଗୋଡ଼ ବିକୃତ ହୋଇଯାଇଛି। ହେଲେ ତାଙ୍କର ପାଠପଢ଼ା ପ୍ରତି ଥିବା ଆଗ୍ରହ ପାଇଁ ସେ ଅନ୍ୟମାନଙ୍କର ପ୍ରେରଣା ପାଲଟିଛନ୍ତି। ସେ ପ୍ରଥମ ଶ୍ରେଣୀରୁ ହିଁ ତାଙ୍କ ବାମ ଗୋଡ଼ରେ ଲେଖିବା ଆରମ୍ଭ କରିଥିଲେ। ଏଥିପାଇଁ ତାଙ୍କୁ ଅନେକେ ଉତ୍ସାହିତ କରିଥିବା ସେ କହିଛନ୍ତି। ସେ ଆଗକୁ ଜଣେ ହିନ୍ଦୀ ସ୍କୁଲ ଶିକ୍ଷକ ହେବେ ବୋଲି ଆଶା ରଖିଛନ୍ତି। ତାଙ୍କୁ ଗୋଡ଼ରେ ଅଧିକ ସମୟ ଲେଖିବାକୁ କଷ୍ଟ ହେଉଥିଲେ ମଧ୍ୟ ସେ ସମସ୍ତ ପ୍ରଶ୍ନର ଉତ୍ତର ଲେଖିବାକୁ ଚେଷ୍ଟା କରିଛନ୍ତି। ସେ କଳା ବିଭାଗର ଛାତ୍ର ହୋଇଥିବାବେଳେ ପରୀକ୍ଷାରେ ତାଙ୍କର ୭୦% ମାର୍କ ରହିବ ବୋଲି କହିଛନ୍ତି। ସେ ଛୋଟ ଥିବାବେଳେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା। ତାଙ୍କର ଦୁଇ ବଡ଼ ଭଉଣୀ ଅଛନ୍ତି। ସେମାନେ ଏବେ ବିବାହ କରିସାରିଲେଣି। ତାଙ୍କ ମା’ଙ୍କୁ ଏବେ ୬୦ ବର୍ଷ ବୟସ। ସେ ପାଠପଢ଼ିବା ସହ ଘର ଚଳାଇବାରେ ମା’ଙ୍କୁ ଚାଷକାର୍ଯ୍ୟରେ ସାହାଯ୍ୟ କରୁଥିବା କହିଛନ୍ତି।

Share