Categories: ଜାତୀୟ

ପରୀକ୍ଷାରେ ଛାତ୍ରୀଙ୍କୁ ୨୦୦ରୁ ୨୧୨ ନମ୍ବର: ତଦନ୍ତ ନିର୍ଦ୍ଦେଶ

ଅହମ୍ମଦାବାଦ,୭ା୫: ଗୁଜରାଟର ଡାହୋଡ ଜିଲାରେ ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀଙ୍କୁ ପରୀକ୍ଷାରେ ୨୦୦ରୁ ୨୧୨ ନମ୍ବର ଦିଆଯାଇଥିବା ଜଣାପଡ଼ିବା ପରେ ଏହାକୁ ନେଇ ବିବାଦ ଦେଖାଦେଇଛି। ଘଟଣାର ତଦନ୍ତ ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ବଂଶୀବେନ୍‌ ମନିଶଭାଇ ନାମ୍ନୀ ଏହି ଛାତ୍ରୀ ଗୁଜରାଟୀ ଭାଷାରେ ୨୦୦ ନମ୍ବରରୁ ୨୧୧ ରଖିଥିବାବେଳେ ଗଣିତରେ ୨୦୦ରୁ ୨୧୨ ନମ୍ବର ପାଇଛନ୍ତି। ମୋଟ ନମ୍ବରଠାରୁ ଜଣକୁ ଅଧିକ ନମ୍ବର ଦିଆଯିବା ଅନେକଙ୍କୁ ବିସ୍ମିତ କରିଛି। ତ୍ରୁଟି ନଜରକୁ ଆସିବା ପରେ ଫଳାଫଳକୁ ସଂଶୋଧନ କରାଯାଇ ଗୁଜରାଟୀରେ ୧୯୧ ଏବଂ ଗଣିତରେ ୧୯୦ ନମ୍ବର ଦିଆଯାଇଛି।

Share