Categories: ଜାତୀୟ

‘ମୋ ନାଁରେ କରାଯାଉଛି ଅପପ୍ରଚାର’

ନୂଆଦିଲ୍ଲୀ,୧୩।୭: ପୂର୍ବତନ ଉପରାଷ୍ଟ୍ରପତି ହମିଦ୍‌ ଅନସାରୀଙ୍କୁ ନେଇ ପାକିସ୍ତାନୀ ଖବରଦାତା ନୁସରତ ମିର୍ଜା କରିଥିବା ଦାବି ଭାରତୀୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି। ଏନେଇ ବୁଧବାର ଅନସାରୀ ଏକ ସ୍ପଷ୍ଟୀକରଣ ଦେଇଛନ୍ତି।
ସେ କହିଛନ୍ତି, ମୁଁ ତାଙ୍କୁ କେବେ ଡାକିଥିଲି ନା କେବେ ଭେଟିଛି। ମୋ ବିରୋଧରେ ମିଡିଆରେ ଏକପ୍ରକାର ମିଥ୍ୟାପ୍ରଚାର କରାଯାଉଛି। ଏଥିରେ ଭାଜପା ପ୍ରବକ୍ତା ସାମିଲ ଥିବା ସେ କହିଛନ୍ତି।
ସୂଚନାଯୋଗ୍ୟ,ପାକିସ୍ତାନର ଏକ ୟୁଟ୍ୟୁବ ଚ୍ୟାନେଲକୁ ସାକ୍ଷାତକାରରେ ଦେଇ ଖବରଦାତା ନୁସରତ ମିର୍ଜା ଏକ ବଡ଼ ଖୁଲାସା କରିଥିଲେ। ସେ କହିଥିଲେ, ତତ୍କାଳୀନ ଉପରାଷ୍ଟ୍ରପତି ହମିଦ ଅନସାରୀ ଏବଂ ଏକ ଇଂରାଜୀ ଖବରକାଗଜ ମିଲି ଗ୍ୟାଜେଟର ସଂସ୍ଥାପକ ଜଫରୁଲ ଇସଲାମ ଖାନଙ୍କ ନିମନ୍ତ୍ରଣ କ୍ରମେ ସେ ଭାରତ ଯାଇଥିଲେ। ଏଠାରେ ‘ଆତଙ୍କବାଦ’ ଉପରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାଗ ନେବାର ସୁଯୋଗ ମିଳିଥିଲା। ସେ ସମୟରେ ତାଙ୍କୁ ଭାରତରେ ଅନେକ ସମ୍ବେଦନଶୀଳ ଗୁଇନ୍ଦା ସୂଚନା ମିଳିଥିଲା। ଏହି ସବୁ ଗୁଇନ୍ଦା ସୂଚନାକୁ ସେ ପାକିସ୍ତାନୀ ଗୋଇନ୍ଦା ବିଭାଗ ଆଇଏସଆଇକୁ ହସ୍ତାନ୍ତର କରିଥିବା କଥା ସ୍ବୀକାର କରିଛନ୍ତି। ମିର୍ଜାଙ୍କ ଏହି ଦାବି ପରେ ସୋସିଆଲ ମିଡିଆରେ ହଙ୍ଗାମା ସୃଷ୍ଟି ହୋଇଛି।

 

Share