ଟଙ୍କା ଭର୍ତ୍ତି ୬ ସୁଟ୍‌କେସ ସହ ଧରାପଡ଼ିଲେ

ମସ୍କୋ,୨୧।୩: ୟୁକ୍ରେନ ପାର୍ଲାମେଣ୍ଟର ପୂର୍ବତନ ସଦସ୍ୟଙ୍କ ପତ୍ନୀ ପଡ଼ୋଶୀ ଦେଶ ହଙ୍ଗେରୀରେ ୨୮ ନିୟୁତ ଡଲାର ଏବଂ ୧.୩ ନିୟୁତ ୟୁରୋ ଭର୍ତ୍ତି ୬ ସୁଟ୍‌କେସ ସହ ଧରା ପଡ଼ିଛନ୍ତି। ଏ ନେଇ ବେଲାରୁସିଆନ ମିଡିଆ ଆଉଟ୍‌ଲେଟ୍‌ ନେକ୍ସଟାରେ ଏକ ରିପୋର୍ଟ ପ୍ରକାଶ ପାଇଛି।

ନେକ୍ସଟା ପକ୍ଷରୁ ଟଙ୍କା ଭର୍ତ୍ତି ୬ ସୁଟକେସ୍‌ର ଫଟୋ ଶେୟାର କରାଯାଇଛି। ତେବେ କେତେ ଟଙ୍କା ତାଙ୍କ ପାଖରୁ ଉଦ୍ଧାର କରାଯାଇଛି, ତାହାର ସବିଶେଷ ତଥ୍ୟ ଆଇନ ଅନୁଯାୟୀ ପ୍ରକାଶ କରାଯିବ।

ପୂର୍ବତନ ଏମ୍‌ପି କୋଟଭିସ୍ତଭିଙ୍କ ପତ୍ନୀ ୨୮ ନିୟୁତ ଡଲାର (୨୧୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କା) ଏବଂ ୧.୩ ନିୟୁତ ୟୁରୋ (ପ୍ରାୟ ୧୧ କୋଟି ଟଙ୍କା) ଧରି ଜାକାରପାଟୟା ଦେଇ ୟୁକ୍ରେନରୁ ଖସି ପଳାଇବାକୁ ଉଦ୍ୟମ କରିଥିଲେ। ସେ ହଙ୍ଗେରୀ ସୀମାରେ ସୀମା ସୁରକ୍ଷା ବଳ ହାତରେ ଧରା ପଡ଼ିଥିଲେ ବୋଲି ୟୁକ୍ରେନ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି।

Share