ଇଜିପ୍ଟର ପୂର୍ବତନ ପ୍ରଧାନମନ୍ତ୍ରୀ ଶେରିଫ ଇସମେଲଙ୍କ ବିୟୋଗ

କାଇରୋ, ୬।୨: ଇଜିପ୍ଟର ପୂର୍ବତନ ପ୍ରଧାନମନ୍ତ୍ରୀ ଶେରିଫ ଇସମେଲଙ୍କ ପରଲୋକ ଘଟିଛି। ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଶେରିଫ ପାଚନକ୍ରିୟାଜନିତ ରୋଗରେ ଆକ୍ରାନ୍ତ ଥିଲେ। ୨୦୧୫ରୁ ୨୦୧୮ ପର୍ଯ୍ୟନ୍ତ ସେ ଇଜିପ୍ଟର ପ୍ରଧାନମନ୍ତ୍ରୀ ଦାୟିତ୍ୱରେ ରହିଥିଲେ। ଶନିବାର ଇଜିପ୍ଟ ରାଷ୍ଟ୍ରପତି ଅବଦେଲ-ଫାତହାଲ-ସିସି ଶେରିଫଙ୍କ ବିଯୋଗ ନେଇ ସୂଚନା ଦେଇଛନ୍ତି।

Share