ପୂର୍ବତନ ଓ୍ବାର୍ଡ ମେମ୍ବର ଦମ୍ପତିଙ୍କୁ ହତ୍ୟା: ଜଙ୍ଗଲ ଭିତରେ ପଡରହିଛି ମୃତଦେହ

ଫୁଲବାଣୀ,୯।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଗୋଚ୍ଛାପଡା ଥାନା ଅଞ୍ଚଳରେ ପୂର୍ବତନ ଓ୍ବାର୍ଡ ମେମ୍ବର ଦମ୍ପତ୍ତିଙ୍କୁ ହତ୍ୟା କରାଯାଇିଛି। ଶୁକ୍ରବାର ରାତିରେ ଏହି  ଘଟଣା ଘଟିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଜଙ୍ଗଲରେ ମୃତଦେହ ପଡିରହିଛି। ଦୁର୍ଗମ ତଥା ମାଓ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରେ ପୋଲିସ ପହଞ୍ଚି ପାରି ନାହିଁ। ମୃତକ ହେଲେ ଲୁଇସିଂ ପଞ୍ଚାୟତ ଗୁମାନଦଣି ଗ୍ରାମର ପୂର୍ବତନ ଓ୍ବାର୍ଡ ମେମ୍ବର ଦାହିରା କହଁର ଓ ତାଙ୍କ ସ୍ତ୍ରୀ।
ସୂଚନାଯୋଗ୍ୟ, ଶୁକ୍ରବାର ରାତିରେ ସଲାଗୁଡା ପଞ୍ଚାୟତ ଗାଡିପଦର ନିକଟସ୍ଥ କାସେରୁ ଜଙ୍ଗଲ ଭିତରେ ଉଭୟଙ୍କ ମୃତଦେହ ପଡିଥିବା ନେଇ ପରିବାର ଲୋକେ ସୂଚନାପାଇଥିଲେ। ଏହାପରେ ସେମାନେ ଲୁଇସିଂ ସରପଞ୍ଚ ସୁଦର୍ଶନ କହଁରଙ୍କୁ ଖବର ଦେଇଥିଲେ। ସରପଞ୍ଚ ପୋଲିସକୁ ଏ ନେଇ ଜଣାଇ ଥିଲେ। ତେବେ ଅତ୍ୟନ୍ତ ଦୁର୍ଗମ ତଥା ମାଓଅଧ୍ୟୁଷିତ ଅଞ୍ଚଳ ହୋଇ ଥିବାରୁ ପୋଲିସ ସେଠାକୁ ଯାଇ ପାରି ନାହିଁ।
ଦାହିରା ୨୦୧୨ରେ ଓ୍ବାର୍ଡ ମେମ୍ବର ଥିବା ବେଳେ ତାଙ୍କ ସ୍ତ୍ରୀ ମଧ୍ୟ ୨୦୧୭ରେ ଓ୍ବାର୍ଡ ମେମ୍ବରଥିଲେ। ତେବେ ସେମାନଙ୍କୁ କିଏ କାହିଁକି ହତ୍ୟା କରିଛି, ସେ ସମ୍ପର୍କରେ କିଛି ଜଣା ପଡିନାହିଁ।  ଏହା ମାଓବାଦୀଙ୍କ କାଣ୍ଡ ବୋଲି କୁହାଯାଉଥିଲେ ମଧ୍ୟ ଘଟଣାସ୍ଥଳରେ କୌଣସି ମାଓ ପୋଷ୍ଟର କିମ୍ବା ଲିଫଲେଟ ମିଳିନାହିଁ। ଅପରପକ୍ଷରେ ଏହା ବ୍ୟକ୍ତିଗତ ଗଣ୍ଡଗୋଳ କାରଣରୁ ଘଟି ଥାଇପାରେ ବୋଲି ଅନୁମାନ କରାଯାଉଛି।
କିଛି ଦିନ ତଳେ ନୂଆକରି ଖୋଲିଥିବା ବଦାପାଜୁ ବିଏସ୍‌ଏଫ କ୍ୟାମ୍ପରୁ ମାତ୍ର ୩ କିମି ଦୂରରେ ଏହି ଘଟଣା ଘଟିଛି। ଏ ନେଇ ସୂଚନା ମିଳିଥିବା କହିଛନ୍ତି ଗୋଚ୍ଛାପଡା ଥାନା ଅଧିକାରୀ ପ୍ରଭାତ କୁମାର ବେହେରା।

Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆର ଶୀର୍ଷ ଗୁପ୍ତଚର ଅଧିକାରୀଙ୍କୁ ଆକ୍ରମଣ

ମସ୍କୋ,୬।୨: ମସ୍କୋରେ ଏକାଧିକ ଗୁଳି ମାଡ଼ ହେବା ପରେ ଜଣେ ବରିଷ୍ଠ ରୁଷୀୟ ସେନା ଜେନେରାଲ ଆହତ ହୋଇଛନ୍ତି। ସହରର ଉତ୍ତର-ପଶ୍ଚିମ ଉପକଣ୍ଠରେ ଏକ ଆବାସିକ କୋଠାରେ…

ରେକର୍ଡ ବୁକ ଦୋହଲାଇ ଦେଲେ Vaibhav Suryavanshi, ବିଶ୍ୱକପ ଫାଇନାଲରେ ସଭିଙ୍କୁ କଲେ ଚକିତ

ନୂଆଦିଲ୍ଲୀ,୬।୨: ବୈଭବ ସୂର୍ଯ୍ୟବଂଶୀ ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ ର ଫାଇନାଲରେ ଶୁକ୍ରବାର ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ହରାରେ ସ୍ପୋଟର୍‌ସ କ୍ଲବରେ ଇଂଲଣ୍ଡ ୧୯ ବର୍ଷରୁ…

ରୋଗୀଙ୍କୁ ଔଷଧ ଖୁଆଇବେ ସ୍ବାସ୍ଥ୍ୟକର୍ମୀ

ଭୁବନେଶ୍ୱର,୬୬।୨: ଫାଇଲେରିଆ ନିରାକରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବଡ଼ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି। ଏଣିକି ସ୍ବାସ୍ଥ୍ୟକର୍ମୀ ଘରକୁ ଘର ଯାଇ ଫାଇଲେରିଆରେ ଆକ୍ରାନ୍ତ…

କୋରାପୁଟରେ ପରୀକ୍ଷା ପେ’ ଚର୍ଚ୍ଚା, ସିଧା ଯୋଡ଼ି ହେଲେ ଛାତ୍ରୀଛାତ୍ର

କୋରାପୁଟ,୬ା୨(ଅମିତାଭ ବେହେରା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନବମ ପରୀକ୍ଷା ପେ’ ଚର୍ଚ୍ଚା କାର୍ଯ୍ୟକ୍ରମର ସିଧା ପ୍ରସାରଣ ଶୁକ୍ରବାର ସାରା ଦେଶର ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ଚାଲିଥିଲା ବେଳେ…

ଦିଲ୍ଲୀପ ରାୟଙ୍କ ନିର୍ବାଚନୀ ମାମଲା ଚାଲିବ: ହାଇକୋର୍ଟ

ଭୁବନେଶ୍ୱର,୬।୨: ହାଇକୋର୍ଟରେ ରାଉଲକେଲା ବିଧାନସଭା ନିର୍ବାଚନୀ ମାମଲାର ଶୁଣାଣି ହୋଇଛି। ବିଧାୟକ ଶାରଦା ନାୟକଙ୍କ ବିରୋଧରେ ୩ ମାମଲାକୁ  ହାଇକୋର୍ଟ ଖାରଜ କରିଛନ୍ତି । ଅନ୍ୟପକ୍ଷେ, ୩…

କେଉଁଥିରେ ତିଆରି ହୋଇଛି T20 World Cup Trophy ? ଜାଣନ୍ତୁ ଏହାର ଓଜନ ସହ ମୂଲ୍ୟ କେତେ

ନୂଆଦିଲ୍ଲୀ,୬।୨: ୨୦୨୬ T20 World Cup ଫେବୃଆରୀ ୭ରୁ ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟରେ କୋଡ଼ିଏଟି ଦଳ ଅଂଶଗ୍ରହଣ କରୁଛନ୍ତି। ସମସ୍ତ ଦଳକୁ ଚାରୋଟି ଗ୍ରୁପରେ ବିଭକ୍ତ…

ଶୁକ୍ରବାର ନମାଜ ସମୟରେ ଆତ୍ମଘାତୀ ବୋମା ବିସ୍ଫୋରଣ, ୧୨ ମୃତ

ଇସଲାମାବାଦ,୬।୨: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଏକ ଭୟଙ୍କର ବୋମା ବିସ୍ଫୋରଣ ହୋଇଛି। ସିଆ ମସଜିଦ, କସର୍‌-ଏ-ଖାଦିଜାତୁଲ କୁବ୍ରାରେ ଶୁକ୍ରବାର ନମାଜ ପାଠ ସମୟରେ ଏକ ଆତ୍ମଘାତୀ ବିସ୍ଫୋରଣ…

୪ ଦିନ ଚଳଚଞ୍ଚଳ ରହିବ ପଦ୍ମନାଭପୁର, ଆଜି ଲକ୍ଷ୍ମୀନୃସିଂହ ମନ୍ଦିରରେ…

ଦିଗପହଣ୍ଡି,୬ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ କୁମୁଟି ସାହିରେ ଶ୍ରୀଲକ୍ଷ୍ମୀନୃସିଂହ ଠାକୁରଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ନିମନ୍ତେ ଶୁକ୍ରବାର ଫାଲଗୁନ କୃଷ୍ଣପକ୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri