ପୂର୍ବତନ ଓ୍ବାର୍ଡ ମେମ୍ବର ଦମ୍ପତିଙ୍କୁ ହତ୍ୟା: ଜଙ୍ଗଲ ଭିତରେ ପଡରହିଛି ମୃତଦେହ

ଫୁଲବାଣୀ,୯।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଗୋଚ୍ଛାପଡା ଥାନା ଅଞ୍ଚଳରେ ପୂର୍ବତନ ଓ୍ବାର୍ଡ ମେମ୍ବର ଦମ୍ପତ୍ତିଙ୍କୁ ହତ୍ୟା କରାଯାଇିଛି। ଶୁକ୍ରବାର ରାତିରେ ଏହି  ଘଟଣା ଘଟିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଜଙ୍ଗଲରେ ମୃତଦେହ ପଡିରହିଛି। ଦୁର୍ଗମ ତଥା ମାଓ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରେ ପୋଲିସ ପହଞ୍ଚି ପାରି ନାହିଁ। ମୃତକ ହେଲେ ଲୁଇସିଂ ପଞ୍ଚାୟତ ଗୁମାନଦଣି ଗ୍ରାମର ପୂର୍ବତନ ଓ୍ବାର୍ଡ ମେମ୍ବର ଦାହିରା କହଁର ଓ ତାଙ୍କ ସ୍ତ୍ରୀ।
ସୂଚନାଯୋଗ୍ୟ, ଶୁକ୍ରବାର ରାତିରେ ସଲାଗୁଡା ପଞ୍ଚାୟତ ଗାଡିପଦର ନିକଟସ୍ଥ କାସେରୁ ଜଙ୍ଗଲ ଭିତରେ ଉଭୟଙ୍କ ମୃତଦେହ ପଡିଥିବା ନେଇ ପରିବାର ଲୋକେ ସୂଚନାପାଇଥିଲେ। ଏହାପରେ ସେମାନେ ଲୁଇସିଂ ସରପଞ୍ଚ ସୁଦର୍ଶନ କହଁରଙ୍କୁ ଖବର ଦେଇଥିଲେ। ସରପଞ୍ଚ ପୋଲିସକୁ ଏ ନେଇ ଜଣାଇ ଥିଲେ। ତେବେ ଅତ୍ୟନ୍ତ ଦୁର୍ଗମ ତଥା ମାଓଅଧ୍ୟୁଷିତ ଅଞ୍ଚଳ ହୋଇ ଥିବାରୁ ପୋଲିସ ସେଠାକୁ ଯାଇ ପାରି ନାହିଁ।
ଦାହିରା ୨୦୧୨ରେ ଓ୍ବାର୍ଡ ମେମ୍ବର ଥିବା ବେଳେ ତାଙ୍କ ସ୍ତ୍ରୀ ମଧ୍ୟ ୨୦୧୭ରେ ଓ୍ବାର୍ଡ ମେମ୍ବରଥିଲେ। ତେବେ ସେମାନଙ୍କୁ କିଏ କାହିଁକି ହତ୍ୟା କରିଛି, ସେ ସମ୍ପର୍କରେ କିଛି ଜଣା ପଡିନାହିଁ।  ଏହା ମାଓବାଦୀଙ୍କ କାଣ୍ଡ ବୋଲି କୁହାଯାଉଥିଲେ ମଧ୍ୟ ଘଟଣାସ୍ଥଳରେ କୌଣସି ମାଓ ପୋଷ୍ଟର କିମ୍ବା ଲିଫଲେଟ ମିଳିନାହିଁ। ଅପରପକ୍ଷରେ ଏହା ବ୍ୟକ୍ତିଗତ ଗଣ୍ଡଗୋଳ କାରଣରୁ ଘଟି ଥାଇପାରେ ବୋଲି ଅନୁମାନ କରାଯାଉଛି।
କିଛି ଦିନ ତଳେ ନୂଆକରି ଖୋଲିଥିବା ବଦାପାଜୁ ବିଏସ୍‌ଏଫ କ୍ୟାମ୍ପରୁ ମାତ୍ର ୩ କିମି ଦୂରରେ ଏହି ଘଟଣା ଘଟିଛି। ଏ ନେଇ ସୂଚନା ମିଳିଥିବା କହିଛନ୍ତି ଗୋଚ୍ଛାପଡା ଥାନା ଅଧିକାରୀ ପ୍ରଭାତ କୁମାର ବେହେରା।

Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri