ଅନୁପ ସାଏଙ୍କୁ କରୋନା

ଝାରସୁଗୁଡ଼ା ଅଫିସ,୨୬।୮: ଝାରସୁଗୁଡ଼ା ଜିଲା ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ କରୋନା। ଏନେଇ ଛତିଶଗଡ଼ ରାଜ୍ୟ ରାୟଗଡ଼ ଜେଲ୍‌ ଅଧିକ୍ଷକ ଏନ୍‌.କେ. ତେହରିଆ ବୁଧବାର ସ୍ପଷ୍ଟ କରିଛନ୍ତି।

ପ୍ରକାଶ ଯେ, ବ୍ରଜରାଜନଗର ଅଞ୍ଚଳର କଳ୍ପନା ଦାସ ଏବଂ ତାଙ୍କ ଝିଅ ବବଳୀଙ୍କ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଅନୁପଙ୍କୁ ଛତିଶଗଡ଼ ପୋଲିସ ଗିରଫ କରିଥିଲା। ଏହି ଘଟଣାରେ ସେ ଗତ ୭ ମାସ ହେବ ରାୟଗଡ଼ ଜେଲରେ ରହି ଆସୁଥିଲେ। ତେବେ ମଙ୍ଗଳବାର ଅନୁପ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ଜେଲ କର୍ତ୍ତୃପକ୍ଷ ସ୍ଥାନୀୟ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସାପରେ ତାଙ୍କୁ ଜିନ୍ଦଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।