Posted inରାଜ୍ୟ

ଓଡ଼ିଶାର ଅବସରପ୍ରାପ୍ତ ଆଇଏଫଏସ ଅଧିକାରୀଙ୍କୁ ମିଳିଲା ବାଡ଼ ଦାୟିତ୍ୱ

ଭୁବନେଶ୍ୱର,୮ା୧: ଓଡ଼ିଶାର ଅବସରପ୍ରାପ୍ତ ଆଇଏଫଏସ (IFS) ଅଧିକାରୀ ସୁଶାନ୍ତ ନନ୍ଦଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି କେନ୍ଦ୍ର ସରକାର। ପୁନର୍ଗଠିତ ‘ପ୍ରୋଜେକ୍ଟ ଏଲିଫ୍ୟାଣ୍ଟ’ର ଷ୍ଟିଅରିଂ କମିଟିରେ ସୁଶାନ୍ତ ନନ୍ଦ ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି। ବୁଧବାର କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ଏହି ନୂତନ କମିଟି ଗଠନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

ମାର୍ଚ୍ଚ ୨୦୨୨ରେ ଗଠିତ ପ୍ୟାନେଲ ବଦଳରେ ଏହି ନୂତନ କମିଟି କାର୍ଯ୍ୟ କରିବ। କେନ୍ଦ୍ର ପରିବେଶ ମନ୍ତ୍ରୀ ଏହାର ଅଧ୍ୟକ୍ଷତା କରିବେ। ୧୯୮୯ ବ୍ୟାଚର ଅଧିକାରୀ ନନ୍ଦ ନଭେମ୍ବର ୨୦୨୪ରେ ପିସିସିଏଫ (ବନ୍ୟପ୍ରାଣୀ) ଭାବେ ଅବସର ଗ୍ରହଣ କରିଥିଲେ। ହାତୀ-ଟ୍ରେନ୍ ଦୁର୍ଘଟଣା ରୋକିବା ଏବଂ ମଣିଷ-ବନ୍ୟଜନ୍ତୁ ମଧ୍ୟରେ ସଂଘର୍ଷ ପରିଚାଳନା କ୍ଷେତ୍ରରେ ତାଙ୍କର ବିଶେଷ ଅଭିଜ୍ଞତା ରହିଛି।

ଏହି କମିଟିରେ ଅଣ-ସରକାରୀ ସଦସ୍ୟ ଭାବେ ଡକ୍ଟର ସମୀର ସିହ୍ନା, ଡକ୍ଟର ନାରାୟଣ ଶର୍ମା ଏବଂ WWF-ଇଣ୍ଡିଆର ରବି ସିଂହ ମଧ୍ୟ ସ୍ଥାନ ପାଇଛନ୍ତି। ୩ ବର୍ଷିୟା କାର୍ଯ୍ୟକାଳ ବିଶିଷ୍ଟ ଏହି କମିଟି ୧୯୯୨ରେ ଆରମ୍ଭ ହୋଇଥିବା ‘ପ୍ରୋଜେକ୍ଟ ଏଲିଫ୍ୟାଣ୍ଟ’ର ସମୀକ୍ଷା କରିବା ସହ ହାତୀଙ୍କ ବାସସ୍ଥାନ ଓ ଚଲାପଥର ସୁରକ୍ଷା ଉପରେ କାର୍ଯ୍ୟ କରିବ।

ସୁଶାନ୍ତ ନନ୍ଦ ଅବସର ପରେ ମଧ୍ୟ ସୋସିଆଲ ମିଡିଆ ମାଧ୍ୟମରେ ପ୍ରକୃତି ଓ ଜୈବ ବିବିଧତା ସମ୍ପର୍କରେ ସଚେତନତା ସୃଷ୍ଟି କରି ବେଶ୍ ଲୋକପ୍ରିୟ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକଙ୍କୁ ନବୀନ ନିବାସ ଡକରା, ଅପରାହ୍ନ ୫ଟାରେ ବଡ଼ ବୈଠକ

ଭୁବନେଶ୍ବର,୨୭।୨: ଅପରାହ୍ନ ୫ଟାରେ ନବୀନଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଏନେଇ ସମସ୍ତ ବିଜେଡି ବିଧାୟକଙ୍କୁ ନବୀନ ନିବାସ ଡକରା ହୋଇଛି । ରାଜ୍ୟ ସଭା ନିର୍ବାଚନକୁ…

ଆସନ୍ତା ୭ଦିନ ପର୍ଯ୍ୟନ୍ତ ଶୁଖିଲା ପାଗ, ୩ଦିନରେ ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର,୨୭ା୨ (ବନ୍ଦନା ସେଠୀ): ରାଜ୍ୟରେ ବୃଦ୍ଧି ପାଇବ ଦିନ ଓ ରାତି ତାପମାତ୍ରା। ଆସନ୍ତା ୩ଦିନ ମଧ୍ୟରେ ସର୍ବାଧିକ ବା ଦିନ ତାପମାତ୍ରାରେ ୨ରୁ ୩ ଡିଗ୍ରୀ…

ବିଜେଡି ବୈଠକକୁ ନେଇ ଉଠିଲା ପ୍ରଶ୍ନ: ବଢୁଛି ଅସନ୍ତୋଷ

ଭୁବନେଶ୍ୱର, ୨୭।୨(ସୁନିତ୍‌ ମିଶ୍ର):ବିଜେଡିର ରାଜନୈତିକ ବ୍ୟାପାର କମିଟି (ପିଏସି) ବୈଠକ ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନବୀନ ନିବାସଠାରେ ଗୁରୁବାର…

ଲାଇସେନ୍ସ ଫି ୧୦% ବୃଦ୍ଧି, ମହଙ୍ଗା ହୋଇପାରେ ମଦ ଦର

ନୂଆଦିଲ୍ଲୀ,୨୭ା୨: ଦିଲ୍ଲୀରେ ମଦ ଏବେ ମହଙ୍ଗା ହୋଇପାରେ । ନୂତନ ଉତ୍ପାଦ ନୀତି ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନଥିବା ବେଳେ, ଦିଲ୍ଲୀ ସରକାର “ହୋଟେଲ, କ୍ଲବ ଏବଂ ରେଷ୍ଟୁରାଣ୍ଟ” ବର୍ଗରେ୨୦୨୬-୨୭ଆର୍ଥିକ…

ବିଜୟ ସତ୍ତ୍ୱେ ଭାରତକୁ ମିଳିଲାନି ଫାଇଦା: ଏବେ ବି ଟେନ୍‌ସନ୍‌ରେ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୨୭।୨: ଭାରତ ୨୦୨୬ ଟି-୨୦ ବିଶ୍ୱକପର ସୁପର ୮ ପର୍ଯ୍ୟାୟରେ ଜିମ୍ବାୱେକୁ ପରାସ୍ତ କରି ସେମିଫାଇନାଲ ସ୍ଥାନ ପାଇଁ ଆଶା ଉଜ୍ଜୀବିତ ରଖିଛି। ଚେନ୍ନାଇର ଏମଏ ଚିଦାମ୍ବରମ…

ଅନ୍‌ଲାଇନ କଣ୍ଟେଣ୍ଟ ପାଇଁ ଉତ୍ତରଦାୟୀ ରୁହନ୍ତୁ ଡିଜିଟାଲ ପ୍ଲାଟ୍‌ଫର୍ମ: ଅଶ୍ୱିନୀ

ନୂଆଦିଲ୍ଲୀ,୨୭ା୨(ପି.ଟି.): ଡିଜିଟାଲ ପ୍ଲାଟ୍‌ଫର୍ମଗୁଡ଼ିକରେ ପ୍ରକାଶ ପାଉଥିବା ଅନ୍‌ଲାଇନ କଣ୍ଟେଣ୍ଟ ପାଇଁ ସେମାନଙ୍କୁ ଉତ୍ତରଦାୟିତ୍ୱ ନେବାକୁ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। କଣ୍ଟେଣ୍ଟ ବା ବିଷୟବସ୍ତୁର…

୬,୬,୬,୬,୬….ମାତ୍ର ୧୪ ବଲ୍‌ରେ କମାଲ୍‌ କରିଦେଲେ ବୈଭବ ସୂର୍ଯ୍ୟବଂଶ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୬।୨: IPL 2026 ପୂର୍ବରୁ ବୈଭବ ସୂର୍ଯ୍ୟବଂଶୀ ପୁଣି ଥରେ ଚମତ୍କାର ଫର୍ମରେ ଅଛନ୍ତି। ସେ ଚଳିତ DY ପାଟିଲ T20 ଟୁର୍ନାମେଣ୍ଟରେ ଏହି ସଫଳତା ହାସଲ…

କ୍ରିକେଟର ରିଙ୍କୁ ସିଂଙ୍କ ବାପାଙ୍କ ଦେହାନ୍ତ, ଲିଭର କ୍ୟାନସରରେ ପୀଡ଼ିତ….

ନୂଆଦିଲ୍ଲୀ,୨୭ା୨: ଭାରତୀୟ କ୍ରିକେଟର ରିଙ୍କୁ ସିଂଙ୍କ ପିତାଙ୍କ ଦେହାନ୍ତ ହୋଇଛି । ସେ ଗ୍ରେଟର ନୋଏଡାର ଯଥାର୍ଥ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ରିଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri