Posted inରାଜ୍ୟ

ଓଡ଼ିଶାର ଅବସରପ୍ରାପ୍ତ ଆଇଏଫଏସ ଅଧିକାରୀଙ୍କୁ ମିଳିଲା ବାଡ଼ ଦାୟିତ୍ୱ

ଭୁବନେଶ୍ୱର,୮ା୧: ଓଡ଼ିଶାର ଅବସରପ୍ରାପ୍ତ ଆଇଏଫଏସ (IFS) ଅଧିକାରୀ ସୁଶାନ୍ତ ନନ୍ଦଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି କେନ୍ଦ୍ର ସରକାର। ପୁନର୍ଗଠିତ ‘ପ୍ରୋଜେକ୍ଟ ଏଲିଫ୍ୟାଣ୍ଟ’ର ଷ୍ଟିଅରିଂ କମିଟିରେ ସୁଶାନ୍ତ ନନ୍ଦ ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି। ବୁଧବାର କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ଏହି ନୂତନ କମିଟି ଗଠନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

ମାର୍ଚ୍ଚ ୨୦୨୨ରେ ଗଠିତ ପ୍ୟାନେଲ ବଦଳରେ ଏହି ନୂତନ କମିଟି କାର୍ଯ୍ୟ କରିବ। କେନ୍ଦ୍ର ପରିବେଶ ମନ୍ତ୍ରୀ ଏହାର ଅଧ୍ୟକ୍ଷତା କରିବେ। ୧୯୮୯ ବ୍ୟାଚର ଅଧିକାରୀ ନନ୍ଦ ନଭେମ୍ବର ୨୦୨୪ରେ ପିସିସିଏଫ (ବନ୍ୟପ୍ରାଣୀ) ଭାବେ ଅବସର ଗ୍ରହଣ କରିଥିଲେ। ହାତୀ-ଟ୍ରେନ୍ ଦୁର୍ଘଟଣା ରୋକିବା ଏବଂ ମଣିଷ-ବନ୍ୟଜନ୍ତୁ ମଧ୍ୟରେ ସଂଘର୍ଷ ପରିଚାଳନା କ୍ଷେତ୍ରରେ ତାଙ୍କର ବିଶେଷ ଅଭିଜ୍ଞତା ରହିଛି।

ଏହି କମିଟିରେ ଅଣ-ସରକାରୀ ସଦସ୍ୟ ଭାବେ ଡକ୍ଟର ସମୀର ସିହ୍ନା, ଡକ୍ଟର ନାରାୟଣ ଶର୍ମା ଏବଂ WWF-ଇଣ୍ଡିଆର ରବି ସିଂହ ମଧ୍ୟ ସ୍ଥାନ ପାଇଛନ୍ତି। ୩ ବର୍ଷିୟା କାର୍ଯ୍ୟକାଳ ବିଶିଷ୍ଟ ଏହି କମିଟି ୧୯୯୨ରେ ଆରମ୍ଭ ହୋଇଥିବା ‘ପ୍ରୋଜେକ୍ଟ ଏଲିଫ୍ୟାଣ୍ଟ’ର ସମୀକ୍ଷା କରିବା ସହ ହାତୀଙ୍କ ବାସସ୍ଥାନ ଓ ଚଲାପଥର ସୁରକ୍ଷା ଉପରେ କାର୍ଯ୍ୟ କରିବ।

ସୁଶାନ୍ତ ନନ୍ଦ ଅବସର ପରେ ମଧ୍ୟ ସୋସିଆଲ ମିଡିଆ ମାଧ୍ୟମରେ ପ୍ରକୃତି ଓ ଜୈବ ବିବିଧତା ସମ୍ପର୍କରେ ସଚେତନତା ସୃଷ୍ଟି କରି ବେଶ୍ ଲୋକପ୍ରିୟ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପମିଶ୍ରିତ, ଭେଜାଲ ଖାଦ୍ୟ ହେଉଛି ପ୍ରସ୍ତୁତ, ଅଭିଯୋଗ କଲେ ଦୋକାନୀ ଦେଉଛନ୍ତି ଏଭଳି ଧମକ

ଗଞ୍ଜାମ,୯।୧(ବିଦ୍ୟାଧର ସାହୁ ): ଖାଦ୍ୟର ମାନ ଯାଞ୍ଚ ହେଉନଥିବାରୁ ଗଞ୍ଜାମ ସହରରେ ଅପମଶ୍ରିତ, ଭେଜାଲ ଖାଦ୍ୟ ପ୍ରସ୍ତୁତ ହେଉଥିବା ଅଭିଯୋଗ ହୋଇଛି । ଗଞ୍ଜାମ ସହର...

ପୋଲିସ ଗାଡ଼ିରେ ନାହିଁ ପିୟୁସି

କାକଟପୁର/ଅସ୍ତରଙ୍ଗ,୮ା୧(ଶୁଭଦର୍ଶନ ମିଶ୍ର/ପ୍ରଦୀପ୍ତ କୁମାର ଦୀକ୍ଷିତ): ପ୍ରଦୂଷଣ ସାର୍ଟିଫିକେଟ ପାଇଁ ସାଧାରଣ ଲୋକେ ହଇରାଣ ହେଉଛନ୍ତି। ଧାଡ଼ିରେ ଛିଡା ହୋଇ ସମୟ ବରବାଦ କରୁଛନ୍ତି। ଏପରିକି ଗାଡ଼ି...

ସୁଧୁରୁନି ବାଂଲାଦେଶ: ପୁଣି ICC ନିକଟରେ କଲା ଗୁହାରି

ନୂଆଦିଲ୍ଲୀ,୯।୧: ଭାରତ ଏବଂ ଶ୍ରୀଲଙ୍କା ଦ୍ୱାରା ଆୟୋଜିତ ହେବାକୁ ଥିବା ICC ଟି-୨୦ ବିଶ୍ୱକପ ୨୦୨୬ ପାଇଁ ବାଂଲାଦେଶ କ୍ରିକେଟ ବୋର୍ଡ (BCB) ଏହାର ଖେଳାଳିମାନଙ୍କୁ...

କମିବନି ଭକ୍ତନିବାସ ପାର୍କିଂ ଫି: ୪ ଚକିଆ ଗାଡି ପାର୍କିଂ କଲେ ଦେବାକୁ ପଡିବ ଏତିକି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କଲେ ସ୍ପଷ୍ଟ

ପୁରୀ,୯।୧: ଶ୍ରୀମନ୍ଦିର ଭକ୍ତନିବାସ ପାର୍କିଂ ଫି ୫୦୦ ଟଙ୍କା ରହିବ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସ୍ପଷ୍ଟ କରିଛନ୍ତି। ମୁଖ୍ୟ ପ୍ରଶାସକ କହିଛନ୍ତି,...

କୋଟି କୋଟି ଟଙ୍କା ଖର୍ଚ୍ଚ ପରେ ବି ଲୋକଙ୍କୁ ମିଳୁନି ପାଣି

କର୍ଲାମୁଣ୍ଡା,୯ା୧(ପ୍ରଦୀପ କୁମାର ସାହୁ): ସରକାର ସମସ୍ତଙ୍କୁ ପିଇବା ପାଣି ଯୋଗାଇବା ନିମନ୍ତେ ବିଭନ୍ନ ସ୍ଥାନରେ ବସୁଧା ଯୋଜନାରେ ପାଣି ଟାଙ୍କି ନିର୍ମାଣ କାର୍ଯ୍ୟ ଟେଣ୍ଡର ଜରିଆରେ...

ଥାନା ଘେରିଲେ ଶତାଧିକ ମହିଳା: ଗିରଫ ଆନ୍ଦୋଳନକାରୀଙ୍କୁ ଛାଡ଼ିବା ଦାବିରେ…

ମାର୍ଶାଘାଇ, ୯।୧(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ୫୩ ନଂ ଜାତୀୟ ରାଜପଥର କେନ୍ଦ୍ରାପଡା ଜିଲା ସିଳିପୁର ଛକରେ ଅଣ୍ଡର ପାସ ପୋଲ ଦାବିରେ ଗତ ୪ ଦିନ...

ଝାରସୁଗୁଡ଼ାରେ ୭୨ ବର୍ଷର ରେକର୍ଡ ଭାଙ୍ଗିଲା ଶୀତ, ସର୍ବନିମ୍ନ ତାପମାତ୍ରା ରହିଛି…

ଝାରସୁଗୁଡ଼ା,୯ା୧(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲାରେ ପ୍ରବଳ ଶୀତ ଲହରି ଜାରି ରହିଥିବା ବେଳେ ଗୁରୁବାର ରାତିରେ ସର୍ବନିମ୍ନ ତାପମାତ୍ରା ୪. ୬ ଡିଗ୍ରୀକୁ ଖସି...

Shukra Gochar Rashifal: ଶନିଙ୍କ ରାଶିରେ ପ୍ରବେଶ କରିବେ ଶୁକ୍ର, ଜାନୁଆରୀ ୧୩ ପରେ ଏହି ୩ଟି ରାଶି…

ଭୌତିକ ସୁଖ ଏବଂ ସୃଜନଶୀଳତାର ଦାୟିତ୍ୱରେ ଥିବା ଶୁକ୍ର ଗ୍ରହ ଜାନୁଆରୀ ୧୩ ତାରିଖରେ ଧନୁ ରାଶିରୁ ମକର ରାଶିକୁ ଗମନ କରିବେ। ଏହି ଗମନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri