Categories: ଖେଳ

ପୂର୍ବତନ କ୍ରିକେଟର୍‌ଙ୍କ ଗାଡିକୁ ପିଟିଲା କ୍ୟାଣ୍ଟର

ମିରୁଟ୍‌,୫।୭: ଭାରତୀୟ ଦଳର ପୂର୍ବତନ ଖେଳାଳି ପ୍ରବୀଣ କୁମାର ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ତାଙ୍କ କାରକୁ ଦ୍ରୁତ ଗତିରେ ଆସୁଥିବାବେଳେ ଏକ କ୍ୟାଣ୍ଟର ଧକ୍କା ଦେଇଥିଲା। ସେହି ସମୟରେ ତାଙ୍କ ପୁଅ ମଧ୍ୟ ପ୍ରବୀଣଙ୍କ ସହ କାରରେ ଥିଲେ ଏବଂ ଦୁହେଁ ଦୁର୍ଘଟଣାରୁ ବଞ୍ଚି ଯାଇଥିଲେ। ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୋଲିସ ଅଭିଯୁକ୍ତ କ୍ୟାଣ୍ଟର ଡ୍ରାଇଭରକୁ ଘଟଣାସ୍ଥଳରୁ ଧରିଥିଲା।
ଆନ୍ତର୍ଜାତୀୟ କ୍ରିକେଟ ରେ ପ୍ରବୀଣ କୁମାରଙ୍କୁ ଭାରତୀୟ ଦଳରୁ ୬୮ଟି ଦିନିକଆ, ୧୦ ଟି-୨୦ ଏବଂ ୬ଟି ଟେଷ୍ଟ ମ୍ୟାଚ ଖେଳିଥିଲେ। ପ୍ରବୀଣ ଦିନିକିଆରେ ୭୭ଟି, ଟି-୨୦ରେ ୮ ଏବଂ ଟେଷ୍ଟରେ ୨୭ ଉଇକେଟ ନେଇଥିଲେ। ଏହା ବ୍ୟତୀତ ୧୧୯ ଆଇପିଏଲ ମ୍ୟାଚରେ ପ୍ରବୀଣ ୯୦ ଉଇକେଟ ନେଇଛନ୍ତି।

Share