Posted inଜାତୀୟ

ପୂର୍ବତନ CJIଙ୍କୁ ମିଳିଲା ନୂଆ ଠିକଣା, ଅବସର ନେବାର ୨୬୫ ଦିନ ପରେ ଖାଲି କଲେ ସରକାରୀ ବଙ୍ଗଳା

ନୂଆଦିଲ୍ଲୀ,୩।୮: ଭାରତର ପୂର୍ବତନ ମୁଖ୍ୟ ବିଚାରପତି (CJI) ଡି.ଓ୍ବାଇ ଚନ୍ଦ୍ରଚୂଡ଼ ଜାତୀୟ ରାଜଧାନୀରେ ଥିବା ସୁପ୍ରିମକୋର୍ଟର ମୁଖ୍ୟଙ୍କ ସରକାରୀ ବାସଭବନ ଖାଲି କରିଛନ୍ତି। ଭାରତର ୫୦ତମ ସିଜେଆଇ ଜଷ୍ଟିସ ଚନ୍ଦ୍ରଚୂଡ଼ ୮ ନଭେମ୍ବର,୨୦୨୪ରେ ଅବସର ନେଇଥିଲେ। ନିକଟରେ ନୂଆଦିଲ୍ଲୀର ୫, କୃଷ୍ଣ ମେନନ ମାର୍ଗରେ ଥିବା CJIଙ୍କ ସରକାରୀ ବାସଭବନରେ ନିର୍ଦ୍ଧାରିତ ସମୟଠାରୁ ଅଧିକ ସମୟ ରହିବାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଜଷ୍ଟିସ ଚନ୍ଦ୍ରଚୂଡ଼ ୭ ଜୁଲାଇରେ ‘PTI’ ସହିତ ଆଲୋଚନାରେ ପରିସ୍ଥିତି ସ୍ପଷ୍ଟ କରି କହିଥିଲେ ଯେ ଜିନିଷ ପ୍ୟାକ ହୋଇସାରିଛି ଏବଂ ସେ ଖୁବ ଶୀଘ୍ର ତାଙ୍କ ପତ୍ନୀ ଏବଂ ପିଲାମାନଙ୍କ ସହିତ ଏକ ଭଡା ସରକାରୀ ବାସଭବନକୁ ଯିବେ। ଜଷ୍ଟିସ ଚନ୍ଦ୍ରଚୂଡ଼, ତାଙ୍କ ପତ୍ନୀ କଳ୍ପନା ଏବଂ ଝିଅ ପ୍ରିୟଙ୍କା ଏବଂ ମାହି ନୂଆଦିଲ୍ଲୀର ୫ କୃଷ୍ଣ ମେନନ ମାର୍ଗରେ ଥିବା CJIଙ୍କ ସରକାରୀ ବାସଭବନରେ ରହୁଥିଲେ। ପ୍ରିୟଙ୍କା ଏବଂ ମାହି ଉଭୟ ଦିବ୍ୟାଙ୍ଗ। ବଙ୍ଗଳାରେ ନିର୍ଦ୍ଧାରିତ ସମୟଠାରୁ ଅଧିକ ସମୟ ରହିବାର କାରଣ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରି ଜଷ୍ଟିସ ଚନ୍ଦ୍ରଚୂଡ଼ କହିଥିଲେ, ଆମେ ପ୍ରକୃତରେ ଆମର ଜିନିଷପତ୍ର ପ୍ୟାକ କରିସାରିଛୁ। ଆମର ଜିନିଷପତ୍ର ସମ୍ପୂର୍ଣ୍ଣ ପ୍ୟାକ ହୋଇସାରିଛି। କିଛି ଜିନିଷପତ୍ର ନୂତନ ଘରକୁ ପଠାଯାଇସାରିଛି ଏବଂ କିଛି ଏଠାରେ ଷ୍ଟୋର ରୁମରେ ରଖାଯାଇଛି।

ସରକାରୀ ବଙ୍ଗଳାରେ ତାଙ୍କ କଥିତ ଅଧିକ ସମୟ ରହିବା ସମ୍ପର୍କରେ ସୁପ୍ରିମକୋର୍ଟ ପ୍ରଶାସନ କେନ୍ଦ୍ର ସରକାରଙ୍କୁ ପଠାଇଥିବା ଚିଠିର ଉତ୍ତରରେ ସେ ଏହା କହିଥିଲେ। ପୂର୍ବତନ ମୁଖ୍ୟ ବିଚାରପତି ଏହି ବିବାଦ ଉପରେ ଦୁଃଖ ପ୍ରକାଶ କରିଥିଲେ ଏବଂ ତାଙ୍କ ଝିଅମାନଙ୍କର ସ୍ବାସ୍ଥ୍ୟ ଅବସ୍ଥାର ଉଦାହରଣ ଦେଇଥିଲେ, ଯେଉଁମାନଙ୍କୁ ‘ହ୍ପିଲଚେୟାର’ ଅନୁକୂଳ ଘର ଆବଶ୍ୟକ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri