Categories: ଖେଳ

‘ରୋହିତଙ୍କ ବ୍ୟତିତ ଅନ୍ୟ ବିକଳ୍ପ ନାହିଁ’

ନୂଆଦିଲ୍ଲୀ,୨୮।୧: ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଖେଳାଯିବାକୁ ଥିବା ଘରୋଇ ସିରିଜ୍‌ରେ ଦିନିକିଆ- ଟି୨୦ ଅଧିନାୟକ ଭାବେ ଦାୟିତ୍ୱ ନିର୍ବାହ କରିବେ ରୋହିତ ଶର୍ମା। ନିକଟରେ ବିରାଟ କୋହଲି ଟେଷ୍ଟ ଅଧିନାୟକତ୍ୱ ଛାଡ଼ି ଥିବା ଯୋଗୁ ତାଙ୍କ ସ୍ଥାନରେ ରୋହିତଙ୍କୁ ଏହି ଦାୟିତ୍ୱ ଦିଆଯିବା ନେଇ ଚର୍ଚ୍ଚା ହେଉଛି। ମୋଟାମୋଟି ସେ ତିନୋଟିଯାକ ଫର୍ମାଟରେ ଭାରତର ନେତୃତ୍ୱ ନେବେ ବୋଲି କୁହାଯାଉଛି। ଏସବୁ ମଧ୍ୟରେ ବିସିସିଆଇ ଚୟନ କମିଟିର ପୂର୍ବ ସଦସ୍ୟ ସବା କରିମ ବଡ଼ ବୟାନ ଦେଇଛନ୍ତି।
ବର୍ତ୍ତମାନ ସମୟରେ ରୋହିତଙ୍କ ବ୍ୟତିତ ଦଳରେ ଅନ୍ୟ ବିକଳ୍ପ ନାହାନ୍ତି, ଯାହାକୁ ତିନୋଟି ଫର୍ମାଟ ଦାୟିତ୍ୱ ଦିଆଯାଇପାରେ। ଯଦି ରୋହିତଙ୍କୁ ଏହି ଦାୟିତ୍ୱ ଦିଆଯିବ ତେବେ ଏହା କିଛି ସମୟ ପାଇଁ ହେବ। କାରଣ ଭାରତୀୟ ଟିମ୍‌ ପାଇଁ ୨୦୨୩ ବହୁତ ଗୁରୁତ୍ୱପୂର୍ଣ୍ଣ। ଏହି ବର୍ଷ ବିଶ୍ୱ କପ୍‌ ଏବଂ ଆଇସିସି ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଅଛି। ଏଣୁ ବୋର୍ଡକୁ ଏହି ଦୁଇ ଟୁର୍ନାମେଣ୍ଟ ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

Share