‘ଅନ୍ତର୍ଜାତୀୟ ବଜାରରେ ସେବା ଯୋଗାଇବ ଇଭୋସ୍‌’

ଭୁବନେଶ୍ୱର,୨୦ା୧:ରାଜ୍ୟର ପ୍ରମୁଖ ରିଅଲ ଇଷ୍ଟେଟ୍‌ କମ୍ପାନୀ ଇଭୋସ୍‌ ବିଲ୍ଡକନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଆଗାମୀ ଦିନରେ ଜାତୀୟ ଓ ଅନ୍ତଜାତୀୟ ବଜାରରେ ଆନୁଷ୍ଠାନିକ ସେବା ଯୋଗାଇବ ବୋଲି ଇଭୋସ୍‌ ପକ୍ଷରୁ କୁହାଯାଇଛି। ଏପରିକି ଇଭୋସ୍‌ ଦୁବାଇ,ସାଉଦି ଆରବ, ଇଂଲଣ୍ଡ, କୁଏତ୍‌ ଭଳି ୧୨ଟି ଦେଶରେ ବାସ କରୁଥିବା ପ୍ରବାସୀ ଭାରତୀୟ ଓଡ଼ିଆ(ଏନ୍‌ଆର୍‌ଆଇଓ) ସମୁଦାୟଙ୍କ ମଧ୍ୟରେ କମ୍ପାନୀ ତା’ର ପ୍ରିମିୟର ଓ ବିଳାସପୂର୍ଣ୍ଣ ପ୍ରକଳ୍ପଗୁଡ଼ିକର ଆବଶ୍ୟକ ପ୍ରଚାରପ୍ରସାରକରି ବାସଗୃହ ଉପଯୋଗୀ ସେବା ଯୋଗାଇଦେବାକୁ ଅନ୍ତର୍ଜାତୀୟ ବଜାରରେ ପ୍ରବେଶ କରିଛି। ଉଲ୍ଲେଖଯୋଗ୍ୟ, ଅନ୍ତଃରାଷ୍ଟ୍ରୀୟ ଘରୋଇ ସଂସ୍ଥା ତଥା ଦୁବାଇର ସେରୋ ପ୍ରପର୍ଟିଜ୍‌ ରିଅଲ୍‌ ଇଷ୍ଟେଟ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ସହଯୋଗରେ କମ୍ପାନୀ ଉକ୍ତ ସେବା ଯୋଗାଇଦେବ ବୋଲି ଇଭୋସ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଉଭୟ ସେରୋ ପ୍ରପର୍ଟିଜ୍‌ ରିଅଲ୍‌ ଇଷ୍ଟେଟ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଏବଂ ଇଭୋସ୍‌ ବିଲ୍ଡକନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ମଧ୍ୟରେ ଏକ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷରିତ ହୋଇଯାଇଛି। ଏ ସମ୍ପର୍କରେ ଇଭୋସ୍‌ ବିଲ୍ଡକନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଏମ୍‌ଡି କଳିଙ୍ଗ କେଶରୀ ରଥ କହିଛନ୍ତି, କମ୍ପାନୀ ବିଶ୍ୱାସ କରୁଥିବା ମୂଳ ମୂଲ୍ୟବୋଧ ‘ନିର୍ଭରଯୋଗ୍ୟତା, ଗୁଣବତ୍ତା, ଗ୍ରାହକ କୈନ୍ଦ୍ରିକତା ଓ ନିରନ୍ତର ଅପ୍‌ଗ୍ରେଡେଶନ’କୁ ସର୍ବଦା ଗୁରୁତ୍ୱ ଦେଇ ଆସିଛି। ଏପରିକି ଆମେ ଗ୍ରାହକଙ୍କ ଦୃଷ୍ଟିକୋଣକୁ ବୁଝି ଏବଂ ସେମାନଙ୍କ ସହ ସୁସମ୍ପର୍କ ଓ ବିଶ୍ୱାସ ସ୍ଥାପନକରି ବଜାରରେ ଏକ ବେଞ୍ଚମାର୍କ ସ୍ଥାପନ କରିବାକୁ ଚାହୁଁଛୁ। ସେହିପରି ସେରୋ ପ୍ରପର୍ଟିଜ୍‌ ରିଅଲ୍‌ ଇଷ୍ଟେଟ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ପ୍ରତିଷ୍ଠାତା ଅନିଲ ଦାସ କହିଥିଲେ, ଭାରତ ଓ ଭାରତ ବାହାରେ ରହୁଥିବା ଓଡ଼ିଆ ନାଗରିକମାନଙ୍କୁ ଆମେ ଏକ ଗୁଣାତ୍ମକ ସେବା ଯୋଗାଇଦେବୁ। ଗୁରୁବାର ସ୍ଥାନୀୟ ଶହୀଦନଗରସ୍ଥିତ ଏକ ହୋଟେଲରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଉଭୟ ସଂସ୍ଥାର ସହଭାଗିତା ସମ୍ପର୍କରେ ବିସ୍ତୃତ ଆଲୋଚନା ଓ ଉଭୟ କମ୍ପାନୀର ଆଭିମୁଖ୍ୟ ସମ୍ପର୍କରେ ଇଭୋସ୍‌ର ଉଭୟ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ବିସ୍ତୃତ ଆଲୋକପାତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri