‘ଅନ୍ତର୍ଜାତୀୟ ବଜାରରେ ସେବା ଯୋଗାଇବ ଇଭୋସ୍‌’

ଭୁବନେଶ୍ୱର,୨୦ା୧:ରାଜ୍ୟର ପ୍ରମୁଖ ରିଅଲ ଇଷ୍ଟେଟ୍‌ କମ୍ପାନୀ ଇଭୋସ୍‌ ବିଲ୍ଡକନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଆଗାମୀ ଦିନରେ ଜାତୀୟ ଓ ଅନ୍ତଜାତୀୟ ବଜାରରେ ଆନୁଷ୍ଠାନିକ ସେବା ଯୋଗାଇବ ବୋଲି ଇଭୋସ୍‌ ପକ୍ଷରୁ କୁହାଯାଇଛି। ଏପରିକି ଇଭୋସ୍‌ ଦୁବାଇ,ସାଉଦି ଆରବ, ଇଂଲଣ୍ଡ, କୁଏତ୍‌ ଭଳି ୧୨ଟି ଦେଶରେ ବାସ କରୁଥିବା ପ୍ରବାସୀ ଭାରତୀୟ ଓଡ଼ିଆ(ଏନ୍‌ଆର୍‌ଆଇଓ) ସମୁଦାୟଙ୍କ ମଧ୍ୟରେ କମ୍ପାନୀ ତା’ର ପ୍ରିମିୟର ଓ ବିଳାସପୂର୍ଣ୍ଣ ପ୍ରକଳ୍ପଗୁଡ଼ିକର ଆବଶ୍ୟକ ପ୍ରଚାରପ୍ରସାରକରି ବାସଗୃହ ଉପଯୋଗୀ ସେବା ଯୋଗାଇଦେବାକୁ ଅନ୍ତର୍ଜାତୀୟ ବଜାରରେ ପ୍ରବେଶ କରିଛି। ଉଲ୍ଲେଖଯୋଗ୍ୟ, ଅନ୍ତଃରାଷ୍ଟ୍ରୀୟ ଘରୋଇ ସଂସ୍ଥା ତଥା ଦୁବାଇର ସେରୋ ପ୍ରପର୍ଟିଜ୍‌ ରିଅଲ୍‌ ଇଷ୍ଟେଟ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ସହଯୋଗରେ କମ୍ପାନୀ ଉକ୍ତ ସେବା ଯୋଗାଇଦେବ ବୋଲି ଇଭୋସ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଉଭୟ ସେରୋ ପ୍ରପର୍ଟିଜ୍‌ ରିଅଲ୍‌ ଇଷ୍ଟେଟ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଏବଂ ଇଭୋସ୍‌ ବିଲ୍ଡକନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ମଧ୍ୟରେ ଏକ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷରିତ ହୋଇଯାଇଛି। ଏ ସମ୍ପର୍କରେ ଇଭୋସ୍‌ ବିଲ୍ଡକନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଏମ୍‌ଡି କଳିଙ୍ଗ କେଶରୀ ରଥ କହିଛନ୍ତି, କମ୍ପାନୀ ବିଶ୍ୱାସ କରୁଥିବା ମୂଳ ମୂଲ୍ୟବୋଧ ‘ନିର୍ଭରଯୋଗ୍ୟତା, ଗୁଣବତ୍ତା, ଗ୍ରାହକ କୈନ୍ଦ୍ରିକତା ଓ ନିରନ୍ତର ଅପ୍‌ଗ୍ରେଡେଶନ’କୁ ସର୍ବଦା ଗୁରୁତ୍ୱ ଦେଇ ଆସିଛି। ଏପରିକି ଆମେ ଗ୍ରାହକଙ୍କ ଦୃଷ୍ଟିକୋଣକୁ ବୁଝି ଏବଂ ସେମାନଙ୍କ ସହ ସୁସମ୍ପର୍କ ଓ ବିଶ୍ୱାସ ସ୍ଥାପନକରି ବଜାରରେ ଏକ ବେଞ୍ଚମାର୍କ ସ୍ଥାପନ କରିବାକୁ ଚାହୁଁଛୁ। ସେହିପରି ସେରୋ ପ୍ରପର୍ଟିଜ୍‌ ରିଅଲ୍‌ ଇଷ୍ଟେଟ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ପ୍ରତିଷ୍ଠାତା ଅନିଲ ଦାସ କହିଥିଲେ, ଭାରତ ଓ ଭାରତ ବାହାରେ ରହୁଥିବା ଓଡ଼ିଆ ନାଗରିକମାନଙ୍କୁ ଆମେ ଏକ ଗୁଣାତ୍ମକ ସେବା ଯୋଗାଇଦେବୁ। ଗୁରୁବାର ସ୍ଥାନୀୟ ଶହୀଦନଗରସ୍ଥିତ ଏକ ହୋଟେଲରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଉଭୟ ସଂସ୍ଥାର ସହଭାଗିତା ସମ୍ପର୍କରେ ବିସ୍ତୃତ ଆଲୋଚନା ଓ ଉଭୟ କମ୍ପାନୀର ଆଭିମୁଖ୍ୟ ସମ୍ପର୍କରେ ଇଭୋସ୍‌ର ଉଭୟ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ବିସ୍ତୃତ ଆଲୋକପାତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri