ଇଭିଏମ୍‌ ଗୋଦାମ, ପାର୍କ ପାଚେରି ଭାଙ୍ଗିଲା ହାତୀ

ଖୋର୍ଦ୍ଧା ଅଫିସ,୧୬ା୧: ଖୋର୍ଦ୍ଧାରେ ହାତୀ ଉପଦ୍ରବ ଲାଗି ରହିଛି। ଶୁକ୍ରବାର ବିଳମ୍ବିତ ରାତିରେ ହାତୀ ଲୋକେଶ୍ୱରରେ ଜଣଙ୍କ ପାଚେରି ଭାଙ୍ଗିବା ସହ ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟ ଇଭିଏମ୍‌ ମେଶିନ ଗୋଦାମ ଗୃହ ପାଚେରି ଭାଙ୍ଗିଦେଇଥିଲା। ପରେ ସେଠାରୁ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱ ଜାନକୀ ବଲ୍ଲଭ ପାର୍କ ଦେଇ ପଛପଟ ପାଚେରି ଭାଙ୍ଗିଥିଲା। ଜାତୀୟ ରାଜପଥରେ ଶ୍ରମିକମାନେ ହାତୀକୁ ଦେଖି ଭୟରେ ଦୌଡିଥିଲେ। ଖବରପାଇ ବନ ବିଭାଗ ଟିମ୍‌ ପହଞ୍ଚି ହାତୀଙ୍କୁ ଜଙ୍ଗଲ ଆଡ଼କୁ ଘଉଡ଼ାଇବାରେ ନାକେଦମ ହେବାକୁ ପଡ଼ିଥିଲା। ଶନିବାର ସନ୍ଧ୍ୟାରେ ଏହି ହାତୀ ଗଡ଼ଖୋର୍ଦ୍ଧାର ସାହିଗଳିରେ ପ୍ରବେଶ କରିବାରୁ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇପଡ଼ିଥିଲେ। ବିଳମ୍ବିତ ରାତିରେ ନିକଟ ଜଙ୍ଗଲକୁ ପଳାଇଥିବା ସୂଚନା ମିଳିଛି।
ମୁତାବକ, ଖୋର୍ଦ୍ଧା ଓ ଟାଙ୍ଗୀ ବନାଞ୍ଚଳରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ସନ୍ଧ୍ୟା ହେଲେ ଖାଦ୍ୟ ଅନ୍ବେଷଣରେ ଗାଁ ମୁହଁା ହେଉଛନ୍ତି। ଫସଲ ଖାଇବା ସହ ନଷ୍ଟ କରୁଛନ୍ତି। ଶୁକ୍ରବାର ରାତିରେ ଏକ ହାତୀ ଜରିପୁଟ ଗଁା ରାସ୍ତାରେ ଦୀର୍ଘ ସମୟ ଧରି ଅଟକି ରହିଥିଲା। ଫଳରେ ଏହି ରାସ୍ତାରେ ଯାତାୟାତ କରୁଥିବା ଲୋକେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଗଁାକୁ ଫେରି ନ ପାରି ହଟହଟା ହୋଇଥିଲେ। ଦୀର୍ଘ ସମୟ ପରେ ହାତୀ ସେଠାରୁ ଆସି ଲୋକେଶ୍ୱରର ଜଣଙ୍କ ବାରିରେ ପଶି କଦଳୀ ଖାଇବା ସହ ପାଚେରି ଭାଙ୍ଗିଥିଲା। ପରେ ସେଠାରୁ କୋଣାର୍କ ନଗର ହନୁମାନ ମନ୍ଦିର ପଛପଟ ଦେଇ ଇଭିଏମ ମେଶିନ ଗୋଦାମ ଗୃହ ସମ୍ମୁଖ ପାଚେରି ଭାଙ୍ଗି ଜିଲାପାଳଙ୍କ କାର୍ଯ୍ୟାଳୟ ଦେଇ ଯାଉଥିବା ବେଳେ ହାତୀକୁ ଦେଖି ଲୋକେ ଦୌଡିଥିଲେ। ଲୋକଙ୍କ ପାଟି ଶୁଣି ହାତୀ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଚାଲିଥିବା ଓଭର ବ୍ରିଜ ନିର୍ମାଣ ସ୍ଥଳ ଦେଇ ଜାନକୀବଲ୍ଲଭ ଉଦ୍ୟାନ ପଛପଟ ଗେଟ ଦେଇ ପାର୍କରେ ପ୍ରବେଶ କରିଥିଲା। ପାର୍କ ପଛପଟେ ରହିଥିବା କାର୍ଯ୍ୟାଳୟ ପାର୍ଶ୍ୱ ପାଚେରି ଭାଙ୍ଗି ଜଙ୍ଗଲ ଆଡକୁ ପଳାଇଥିଲା। ଖବରପାଇ ବନ ବିଭାଗ କର୍ମଚାରୀ ପହଞ୍ଚି ହାତୀର ଗତିବିଧି ଉପରେ ନଜର ରଖିବା ସହ ଜଙ୍ଗଲ ଆଡ଼କୁ ଘଉଡ଼ାଇଥିଲେ ବୋଲି ମାନସ ରଞ୍ଜନ ପଟ୍ଟନାୟକ ଓ ଶ୍ରୀକାନ୍ତ ମହାନ୍ତି କହିଛନ୍ତି। ସୂଚନାଥାଉ କି, ଚନ୍ଦକାରୁ ଖସି ଆସିଥିବା ଏକ ହାତୀପଲ ଏହି ଦୁଇ ବନାଞ୍ଚଳରେ ରହିଛନ୍ତି। ଖୋର୍ଦ୍ଧା ବନାଞ୍ଚଳରେ ଗୋଠଛଡା ଦୁଇଟି ହାତୀ ଜରିପୁଟ, ଶରଧାପୁର, ଲୋକେଶ୍ୱରପୁର, ତୋଟାପଡା ଆଦି ଅଞ୍ଚଳରେ ବୁଲୁଛନ୍ତି। ସେହିପରି ଟାଙ୍ଗୀ ବନାଞ୍ଚଳରେ ୩ଟି ହାତୀ ବୁଲୁଛନ୍ତି। ପ୍ରାୟ ୬୦ରୁ ଊର୍ଦ୍ଧ୍ୱ ଗଁାରେ ପଶି ଉପତ୍ାତ କରୁଛନ୍ତି ବୋଲି ଟାଙ୍ଗୀ ବନ ଅଧିକାରୀ ରବୀନ୍ଦ୍ର ନାଥ ପଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

ପରିବା ଖାଇବାକୁ ଆସି କୂଅରେ ପଡ଼ିଗଲେ ବାରହା, ତାପରେ….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଅଧିନସ୍ଥ ଜ୍ୟୋତିପୁର ବାଉଟିଆପଦା ଗ୍ରାମରେ ଆଜି ଅଭାବନୀୟ ଘଟଣା ଘଟିଛି । ଉକ୍ତ ଗ୍ରାମରେ ଜଣେ…

ଲକ୍ଷାଧିକ ଟଙ୍କା ନେଇ ବାଇକରେ ଯାଉଥିଲେ ଧାନ ବ୍ୟବସାୟୀ, ଅଧାବାଟରେ ବନ୍ଧୁକ ଦେଖାଇ ଲୁଟେରା….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା କେନ୍ଦୁଝର – ପାଟଣା ରାସ୍ତାର ମଇଦାନକେଲ ନିକଟରେ ବଡ଼ ଧରଣର ଲୁଟ୍ । ସୋମବାର ସକାଳେ ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri