ଉନ୍ନାଓରେ ୧୧ ପୋଲିଂ ବୁଥ୍‌ରେ ଇଭିଏମ୍‌-ଭିଭିପାଟ ଖରାପ୍‌

ଉନ୍ନାଓ,୨୩।୨: ଉତ୍ତରପ୍ରଦେଶରେ ଚତୁର୍ଥ ପର୍ଯ୍ୟାୟରେ ବୁଧବାର ମତଦାନ ଜାରି ରହିଥିବା ବେଳେ ଅନେକ ସ୍ଥାନରେ ଲୋକମାନେ ଭୋଟ ଦେବାରୁ ବଞ୍ଚିତ ହୋଇଛନ୍ତି। କେଉଁଠାରେ ଲୋକମାନେ ନିଜେ ଭୋଟ ବର୍ଜନ କରିଛନ୍ତି ତ ଆଉ କେଉଁଠାରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଭୋଟ ଦେଇପାରିନାହାନ୍ତି। ଇତିମଧ୍ୟରେ ଉନ୍ନାଓରେ ୧୧ଟି ପୋଲିଂ ବୁଥ୍‌ରେ ମତଦାନ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ଏହି ବୁଥ୍‌ଗୁଡ଼ିକରେ ଇଭିଏମ୍‌ ଓ ଭିଭିପାଟରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। ପୁରଓ୍ବା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବୁଥ୍‌ ସଂଖ୍ୟା ୪୩୫, ୩୬୩, ୨୨୬, ୧୮୩ ଓ ୨୩୮ରେ ଇଭିଏମ୍‌ ମେସିନ ଖରାପ୍‌ ହୋଇଥିବା ସୂଚନା ରହିଛି। ସେହିପରି ସଫିପୁରର ବୁଥ୍‌ ନମ୍ବର ୨୫୦ରେ ଭିଭିପାଟ ଓ ବୁଥ୍‌ ନମ୍ବର ୩୧୮ରେ ଇଭିଏମ୍‌ ମେସିନ୍‌ ଖରାପ ହୋଇଛି। ସେହିଭଳି ବାଙ୍ଗରମଉର ବୁଥ୍‌ ନମ୍ବର ୨୮୩, ୩୪୧, ୫ ଓ ୪୪ରେ ଇଭିଏମ୍‌ ମେସିନ୍‌ ଖରାପ ହୋଇଥିବା ଜଣାପଡ଼ିଛି। ଯେଉଁଥିପାଇଁ ଭୋଟରଙ୍କୁ ଭୋଟ ଦେବାରେ ଆସୁବିଧା ଉପୁଜିଛି।

Share