Categories: ଜାତୀୟ

ଗୌତମ ଘୋଷଙ୍କ ଘରୁ ଇଭିଏମ୍‌-ଭିଭିପାଟ୍‌ ଜବତ

କୋଲକାତା,୬।୪: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ମଙ୍ଗଳବାର ଜାରି ରହିଛି ରାଜ୍ୟର ୩୧ ଜିଲାରେ ମତଦାନ କରାଯାଉଛି। ଉଲୁବେରିଆ ଅଞ୍ଚଳରେ ତୃଣମୂଳ କଂଗ୍ରେସ ନେତା ଗୌତମ ଘୋଷଙ୍କ ଘରୁ ଇଭିଏମ୍‌ ମେସିନ୍‌ ଏବଂ ଭିଭିପାଟ୍‌ ଜବତ କରାଯାଇଛି। ଏହି ମାମଲାରେ ନିର୍ବାଚନ କମିଶନଙ୍କ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ସେକ୍ଟର ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି। ଏହି ଘଟଣାରେ ସମ୍ପୃକ୍ତ ଥିବା ସମସ୍ତଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ବାଚନ କମିଶନ କହିଛନ୍ତି। ଏହି ଘଟଣା ପରେ ଭାଜପା ପକ୍ଷରୁ ତୃଣମୂଳ କଂଗ୍ରେସକୁ ଘେରିବା ଆରମ୍ଭ ହୋଇଛି।

Share