Categories: ଜାତୀୟ

ମତଦାନ ପରେ ସ୍କୁଟିରେ ବୁହା ହେଲା ଇଭିଏମ୍‌: ନିର୍ବାଚନ ଆୟୋଗଙ୍କୁ ସ୍ପଷ୍ଟିକରଣ ମାଗିଲେ ରାଜନୈତିକ ଦଳ

ଚେନ୍ନାଇ,୭।୪: ତାମିଲନାଡୁରେ ୨୩୪ଟି ବିଧାନସଭା ଆସନ ପାଇଁ ମଙ୍ଗଳବାର ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ମତଦାନ ପରେ ସ୍କୁଟିରେ ଇଭିଏମ୍‌ ବୁହା ହେବା ଘଟଣା ସାମ୍ନାକୁ ଆସିଛି। ଏହାକୁ ନେଇ ରାଜ୍ୟରେ ରାଜନୈତିକ ହଇଚଇ ସୃଷ୍ଟି ହୋଇଛି। ଏଥିସହ ରାଜନୈତିକ ଦଳମାନେ ଏନେଇ ନିର୍ବାଚନ ଆୟୋଗକୁ ସ୍ପଷ୍ଟିକରଣ ମାଗିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ମଙ୍ଗଳବାର ସନ୍ଧ୍ୟାରେ ବେଲାଚେରୀ ବୁଥ୍‌ରେ ମତଦାନ ସରିବା ପରେ ଗୋଟିଏ ସ୍କୁଟିରେ ୨ଜଣ ବ୍ୟକ୍ତି ଇଭିଏମ୍‌କୁ ବୋହି ନେଇଥିଲେ। ଏହାକୁ ଦେଖି ସ୍ଥାନୀୟ ଲୋକେ ସେମାନଙ୍କୁ ଘେରିବା ସହ ପୋଲିସକୁ ଖବର ଦେଇଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ଡିଏମ୍‌କେ ଦାବି କରିଛି ଯେ, ଉକ୍ତ ବ୍ୟକ୍ତି ଇଭିଏମ୍‌ ସହ କୌଣସି ଅଦଳ ବଦଳ କରିବାକୁ ଚାହଁୁଥିଲେ। ଏହାପୂର୍ବରୁ ସ୍ଥାନୀୟ ଲୋକମାନେ ସେମାନଙ୍କୁ କାବୁ କରିନେଇଥିଲେ। ଏହାପରେ ପୋଲିସ ସେମାନଙ୍କୁ ଗିରଫ କରିଥିଲା। ଅନ୍ୟପଟେ କଂଗ୍ରେସ ଓ ଡିଏମ୍‌କେ ଏହି ଘଟଣାକୁ ନେଇ ନିର୍ବାଚନ ଆୟୋଗଙ୍କୁ ସ୍ପଷ୍ଟିକରଣ ମାଗିଛି।

Share