Posted inଜାତୀୟ

ଇଭିଏମ୍‌ ମକ୍‌ ପୋଲ୍‌: ଭାଜପାକୁ ଯାଇଛି ଅତିରିକ୍ତ ଭୋଟ

ନୂଆଦିଲ୍ଲୀ,୧୯ା୪(ପି.ଟି.):ଦେଶରେ ଲୋକ ସଭା ନିର୍ବାଚନ ଚାଲିଥିବାବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ୍‌ରେ ଜାଲିଆତି ଅଭିଯୋଗକୁ ନେଇ ବିବାଦ ଲାଗିରହିଛି। ସେଥିପାଇଁ ଭୋଟର ଭେରିଫାଏବଲ୍‌ ପେପର ଅଡିଟ୍‌ ଟ୍ରେଲ୍‌ (ଭିଭିପିଏଟି) ସ୍ଲିପ୍‌ଗୁଡ଼ିକର ସମ୍ପୂର୍ଣ୍ଣ ଯାଞ୍ଚ କରିବା ପାଇଁ ହୋଇଥିବା ଆବେଦନ ଉପରେ ସର୍ବୋଚ୍ଚ ଅଦାଲତ ଗୁରୁବାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି। ଶୁଣାଣି ବେଳେ କେରଳରେ ମକ୍‌ ଭୋଟିଂ ସମୟରେ ଇଭିଏମ୍‌ରେ ଭାଜପା ସପକ୍ଷରେ ଅତିରିକ୍ତ ଭୋଟ ରେକର୍ଡ ହୋଇଥିବାର ଅଭିଯୋଗ ହୋଇଥିଲା। ଏହାର ଯାଞ୍ଚ କରିବାକୁ ସୁପ୍ରିମକୋର୍ଟ ଭାରତର ନିର୍ବାଚନ କମିଶନ (ଇସିଆଇ)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା ଏବଂ ଦୀପଙ୍କର ଦତ୍ତାଙ୍କ ଖଣ୍ଡପୀଠ ଶୁଣାଣି କରିବା ବେଳେ ଏକ ଗଣମାଧ୍ୟମ ରିପୋର୍ଟ ଆଧାରରେ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହା ନିର୍ବାଚନ ପ୍ରକ୍ରିୟା ହୋଇଥିବାରୁ ପବିତ୍ରତା ରହିବା ଜରୁରୀ। ଯାହା ଆଶା କରାଯାଉଥିଲା ତାହା ହେଉନାହିଁ, ଏଭଳି ଆଶଙ୍କା କାହା ମନରେ ରହିବା ଉଚିତ ନୁହେଁ ବୋଲି ସର୍ବୋଚ୍ଚ ଅଦାଲତ ଟିପ୍ପଣୀ ଦେଇଛନ୍ତି।
ଆବେଦନକାରୀ ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫମର୍‌ସ (ଏଡିଆର୍‌) ପକ୍ଷରୁ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଉପସ୍ଥିତ ରହି ମନୋରମା ଅନ୍‌ଲାଇନରେ ପ୍ରକାଶିତ ରିପୋର୍ଟ ସମ୍ପର୍କରେ ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଉକ୍ତ ରିପୋର୍ଟ ଅନୁଯାୟୀ କେରଳର କସରଗୋଡ ନିର୍ବାଚନ ମଣ୍ଡଳୀରେ ଇଭିଏମ୍‌ର
ମକ୍‌ ପୋଲିଂ କରାଯାଇଥିଲା। ଅନୂ୍ୟନ ୪ଟି ଇଭିଏମ୍‌ରେ ଭୁଲ୍‌ବଶତଃ ଭାଜପା ସପକ୍ଷରେ ଅଧିକ ଭୋଟ ଯାଇଥିବା ନେଇ ଉଭୟ ବାମ ଗଣତାନ୍ତ୍ରିକ ମେଣ୍ଟ (ଏଲ୍‌ଡିଏଫ୍‌) ଏବଂ ସଂଯୁକ୍ତ ଗଣତାନ୍ତ୍ରିକ ମେଣ୍ଟ (ୟୁଡିଏଫ୍‌) ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଭିଭିପିଏଟିରେ ଲାଗିଥିବା ଅସ୍ବଚ୍ଛ କାଚ ବଦଳରେ ସ୍ବଚ୍ଛ କାଚ ଲଗାଇବାକୁ ମଧ୍ୟ ଆବେଦନକାରୀମାନେ ଦାବି କରିଛନ୍ତି। ଫଳରେ ଇଭିଏମ୍‌ରେ ଭୋଟ ଦେବା ସମୟରେ ୭ ସେକେଣ୍ଡ ପାଇଁ ଭିଭିପିଏଟିର ଆଲୋକ ଜଳୁଥିବାବେଳେ ଭୋଟରମାନେ ସ୍ବଚ୍ଛ କାଚ ଉକ୍ତ ସ୍ଲିପ୍‌କୁ ଦେଖିପାରିବେ ଏବଂ ସେମାନଙ୍କ ଭୋଟ ପ୍ରକୃତ ପ୍ରାର୍ଥୀଙ୍କ ପାଖକୁ ଯାଇଛି କି ନାହିଁ ନିଶ୍ଚିତ ହୋଇପାରିବେ। ନିର୍ବାଚନ କମିଶନଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମନୀନ୍ଦର ସିଂ ଏବଂ ଆବେଦନକାରୀମାନଙ୍କ ତରଫରୁ ପ୍ରଶାନ୍ତ ଭୂଷଣ, ଗୋପାଳ ଶଙ୍କରନାରାୟଣନ ଓ ଅନ୍ୟ ଆଇନଜୀବୀମାନେ ଉପସ୍ଥିତ ଥିଲେ।
ତେବେ ମକ୍‌ ପୋଲିଂ ବେଳେ ୪ଟି ଇଭିଏମ୍‌ରେ ଭାଜପାକୁ ଗୋଟିଏ ଲେଖାଏ ଅଧିକ ଭୋଟ ଯାଇଥିବା ରିପୋର୍ଟକୁ ଗୁରୁବାର ନିର୍ବାଚନ କମିଶନ ଖଣ୍ଡନ କରିଛନ୍ତି। ଏଭଳି ଖବର ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଇସି ଅଧିକାରୀ ନିତେଶ କୁମାର ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ। ଜିଲାପାଳଙ୍କଠାରୁ ମିଳିଥିବା ଅଭିଯୋଗକୁ ଆମେ ଯାଞ୍ଚ କରିଛୁ ଏବଂ ତାହା ମିଛ ବୋଲି ଜଣାପଡ଼ିଥିବା ନିତେଶ କହିଥିଲେ। ମଙ୍ଗଳବାର ଶୁଣାଣି ବେଳେ ଇଭିଏମ୍‌ ବଦଳରେ ପୁଣିଥରେ ବାଲଟ ପେପର ବ୍ୟବସ୍ଥାକୁ ଫେରିବା ପାଇଁ ହୋଇଥିବା ଦାବିକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri