Posted inଜାତୀୟ

ପ୍ରମାଣ ନଷ୍ଟ ହେବାକୁ ଦିଅନି

କୋଲକାତା,୨୪ା୩: ପଶ୍ଚିମବଙ୍ଗର ବୀରଭୂମ ଜିଲା ରାମପୁରହାଟରେ ୮ ଜଣଙ୍କ ଜୀବନ ନେଇଥିବା ଗୃହଦାହ ଘଟଣାରେ ବୁଧବାର କାଲକାଟା ହାଇକୋର୍ଟ ନିଜ ଆଡ଼ୁ ମାମଲା ରୁଜୁ କରିଛନ୍ତି। ଏହି ସମ୍ବେଦନଶୀଳ ମାମଲାର ପ୍ରମାଣ ଯେପରି ନଷ୍ଟ ନ ହେବ ତା’ର ବ୍ୟବସ୍ଥା କରିବାକୁ ରାଜ୍ୟ ସରକାରଙ୍କୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।
ଗ୍ରାମର ତୃଣମୂଳ କଂଗ୍ରେସ (ଟିଏମ୍‌ସି) ପଞ୍ଚାୟତ ଉପମୁଖ୍ୟ ଭାଦୁ ଶେଖ୍‌ଙ୍କୁ ସୋମବାର ରାତି ୮ଟା ୩୦ରେ ହତ୍ୟା କରାଯାଇଥିଲା। ରାମପୁରହାଟର ବୋଗ୍‌ତୁଇ ଗ୍ରାମରେ ମଙ୍ଗଳବାର ଭୋର ସମୟରେ ଏକ ଭସ୍ମୀଭୂତ ଘରୁ ୨ ଶିଶୁଙ୍କ ସମେତ ୭ ଜଣଙ୍କ ମୃତଦେହ ମିଳିଥିବାବେଳେ ଅନ୍ୟ ଜଣେ ଆହତ ହସ୍ପିଟାଲରେ ଆଖି ବୁଜିଦେଇଥିଲେ। ଏହାକୁ ନେଇ ଶାସକ ଟିଏମ୍‌ସି ଓ ବିରୋଧୀ ଭାଜପା ମଧ୍ୟରେ କାଦୁଅଫିଙ୍ଗା ଲାଗିରହିଥିବାବେଳେ ବୁଧବାର ହାଇକୋର୍ଟ ନିଜ ଆଡ଼ୁ ମାମଲାର ଶୁଣାଣି ଆରମ୍ଭ କରିଛନ୍ତି। ଜଷ୍ଟିସ୍‌ ପ୍ରକାଶ ଶ୍ରୀବାସ୍ତବ ଏବଂ ରାଜଶ୍ରୀ ଭରଦ୍ୱାଜଙ୍କୁ ନେଇ ଗଠିତ ଖଣ୍ଡପୀଠ ଅପରାଧସ୍ଥଳରେ ତୁରନ୍ତ ସିସିଟିଭି କ୍ୟାମେରା ଲଗାଇବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବ ବର୍ଦ୍ଧମାନ ଜିଲା ଜଜ୍‌ଙ୍କ ଉପସ୍ଥିତିରେ ସିସିଟିଭି କ୍ୟାମେରା ସଂଲଗ୍ନ କରାଯିବ, ଯେପରି କି ସବୁ ଦିଗରୁ କଭରେଜ୍‌ ମିଳିପାରିବ ବୋଲି ହାଇକୋର୍ଟ କହିଛନ୍ତି। ଏତିକି ନୁହେଁ, ନୂଆଦିଲ୍ଲୀସ୍ଥିତ ସେଣ୍ଟ୍ରାଲ ଫରେନ୍ସିକ୍‌ ସାଇନ୍ସ ଲାବରେଟୋରି (ସିଏଫ୍‌ଏସ୍‌ଏଲ୍‌)କୁ ମଧ୍ୟ ଅବିଳମ୍ବେ ଘଟଣାସ୍ଥଳ ପରିଦର୍ଶନ କରି ଆବଶ୍ୟକ ପ୍ରମାଣ ସଂଗ୍ରହ ଓ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) କିମ୍ବା ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଦ୍ୱାରା ଏହି ମାମଲାର ତଦନ୍ତ କରାଯିବା ଦାବିରେ ଆଇନଜୀବୀ ଅନିନ୍ଦ୍ୟ କୁମାର ଦାସଙ୍କ ପକ୍ଷରୁ ହୋଇଥିବା ଜନସ୍ବାର୍ଥ ମାମଲାକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି, ରାଜ୍ୟର ତଦନ୍ତକାରୀ ଅଧିକାରୀମାନଙ୍କୁ ପ୍ରଥମେ ସୁଯୋଗ ଦିଆଯାଉ। ସେମାନେ ଗୁରୁବାର ଅପରାହ୍ନ ୨ଟା ସୁଦ୍ଧା କେସ୍‌ ଡାଏରି ଦାଖଲ କରିବେ। ପୂର୍ବ ବର୍ଦ୍ଧମାନ ଜିଲା ଜଜ୍‌ଙ୍କ ପରାମର୍ଶ କ୍ରମେ ପୋଲିସ ଡିଜି ଏବଂ ଆଇଜି ସାକ୍ଷୀମାନଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇଦେବେ। ସାକ୍ଷୀମାନଙ୍କୁ ଯେପରି କେହି ଧମକାଇ ପ୍ରଭାବିତ ନ କରନ୍ତି ସେଦିଗରେ ପୋଲିସ ପଦକ୍ଷେପ ନେବ। ମୃତକମାନଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିବା ନେଇ ଶୁଣାଣି ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଡ୍‌ଭୋକେଟ ଜେନେରାଲ ଏସ୍‌.ଏନ୍‌. ମୁଖାର୍ଜୀ ହାଇକୋର୍ଟଙ୍କୁ ଅବଗତ କରାଇଥିଲେ।

ଅପରାଧ ସ୍ଥଳରେ ଫରେନ୍ସିକ୍‌ ଟିମ୍‌

ଗୃହଦାହ କରାଯାଇଥିବା ସ୍ଥାନରେ ବୁଧବାର ଏକ ଫରେନ୍ସିକ୍‌ ଟିମ୍‌ ପହଞ୍ଚତ୍ ଖୋଳତାଡ଼ ଆରମ୍ଭ କରିଛି। ରାମପୁରହାଟରେ ଉକ୍ତ ଟିମ୍‌ ସବୁ ଦିଗରୁ ପ୍ରମାଣ ସଂଗ୍ରହ କରୁଥିବା ଜଣାପଡ଼ିଛି। ଇତିମଧ୍ୟରେ ଏହି ଘଟଣାରେ ୨୦ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଟିଏମ୍‌ସି ଏମ୍‌ପି ସୁଦୀପ ବନ୍ଦୋପାଧ୍ୟାୟ ସୂଚନା ଦେଇଛନ୍ତି। ଏଥିସହ ଏହି ଘଟଣାକୁ ନେଇ ଭାଜପା ଏମ୍‌ପିମାନେ ଗୃହରେ ରାଜନୀତି ନ କରନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି।

ତଦନ୍ତ ପାଇଁ ପ୍ରସ୍ତୁତ: ସିବିଆଇ

ରାମପୁରହାଟ ଗୃହଦାହ ମାମଲାର ତଦନ୍ତ ପାଇଁ ସିବିଆଇ ପ୍ରସ୍ତୁତ ଥିବା ବୁଧବାର କାଲକାଟା ହାଇକୋର୍ଟଙ୍କୁ ଅବଗତ କରାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ମିଳିଲେ ଏହି ମାମଲାର ତଦନ୍ତ କରିବ ବୋଲି ଶୁଣାଣି ବେଳେ ସିବିଆଇ ଜଷ୍ଟିସ୍‌ ପ୍ରକାଶ ଶ୍ରୀବାସ୍ତବ ଏବଂ ରାଜଶ୍ରୀ ଭରଦ୍ୱାଜଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠଙ୍କୁ ଜଣାଇଛି।

 

ଦୋଷୀଙ୍କୁ ଦଣ୍ଡ ଦେବେ ପଶ୍ଚିମବଙ୍ଗବାସୀ: ମୋଦି
ପଶ୍ଚିମବଙ୍ଗର ବୀରଭୂମ ଜିଲାରେ ଘଟିଥିବା ଗୃହଦାହ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ବ୍ୟକ୍ତ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଏଭଳି ଘୃଣ୍ୟ ଅପରାଧ ଭିଆଇଥିବା ଲୋକଙ୍କୁ ରାଜ୍ୟ ସରକାର ନିଶ୍ଚିତ ଭାବେ ଦଣ୍ଡିତ କରିବେ ବୋଲି ଆଶା। ଅପରାଧୀଙ୍କୁ ପଶ୍ଚିମବଙ୍ଗବାସୀ ଦଣ୍ଡ ଦେବେ। ଅପରାଧୀଙ୍କୁ ଦଣ୍ଡିତ କରିବା ପାଇଁ କେନ୍ଦ୍ର ସରକାର ରାଜ୍ୟକୁ ସବୁ ପ୍ରକାର ସହାୟତା ଦେବେ ବୋଲି ମୋଦି କହିଛନ୍ତି।

ଏଇଟା ୟୁପି ନୁହେଁ: ମମତା

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ରାମପୁରହାଟ ଗସ୍ତ କରିବେ। ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଅବସରରେ ମମତା କହିଛନ୍ତି, ଏଇଟା ଉତ୍ତର ପ୍ରଦେଶ ନୁହେଁ, ପଶ୍ଚିମବଙ୍ଗ। ୟୁପି, ଗୁଜରାଟ ଓ ରାଜସ୍ଥାନରେ ମଧ୍ୟ ଏପରି ଘଟଣା ଘଟିଥାଏ। ଅପରାଧସ୍ଥଳ ପରିଦର୍ଶନ ଲାଗି ୟୁପି ଭଳି ଆମେ କାହାକୁ ଅଟକାଉନାହୁଁ। ୟୁପିର ହାଥ୍‌ରସ ଗଣବଳାତ୍କାର ମାମଲା ବେଳେ ଟିଏମ୍‌ସିର ଏକ ପ୍ରତିନିଧି ଦଳକୁ ସେଠାକୁ ଯାଇଥିବାବେଳେ ଭାଜପା ସରକାର ପ୍ରବେଶ ଅନୁମତି ଦେଇ ନ ଥିବା ମମତା ଅଭିଯୋଗ ଆଣିଛନ୍ତି।

ସିବିଆଇ ତଦନ୍ତ ହେଉ: ଶୁଭେନ୍ଦୁ

ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଗୃହଦାହ ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି। ଶୁଭେନ୍ଦୁଙ୍କ ନେତୃତ୍ୱରେ ଭାଜପାର ଏକ ପ୍ରତିନିଧି ଦଳ ବୀରଭୂମ ଜିଲାର ଅପରାଧସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦ୍ୱାରା ପରିଚାଳିତ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ଉପରେ ଆମର ବିଶ୍ୱାସ ନାହିଁ। ସିବିଆଇକୁ ଏହାର ଦାୟିତ୍ୱ ଦିଆଯାଉ। ବିସ୍ଫୋରଣ ଘଟି ଘରେ ନିଅଁା ଲାଗିଥିବାରୁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ମଧ୍ୟ ଏହାର ତଦନ୍ତ କରିପାରିବ। ରାଷ୍ଟ୍ରପତି ଶାସନ ହିଁ ପଶ୍ଚିମବଙ୍ଗକୁ ରକ୍ଷା କରିପାରିବ ବୋଲି ଶୁଭେନ୍ଦୁ କହିଛନ୍ତି।

 

 

 


Enter your email to get our daily news in your inbox.

All Right Reserved By Dharitri.Com

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ପୋଲିସ, ଜଙ୍ଗଲରେ ଲୁଚାଇ ରଖିଥିଲେ ମାଫିଆ

ନନ୍ଦପୁର/ପାଡୁଆ, ୯।୪(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ପୋଲିସକୁ ଗଞ୍ଜେଇ ଧରପଗଡ ମାମଲାରେ ଏକ ବଡ ସଫଳତା ମିଳିଛି…

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

କାମ ନ କଲେ, ମିଳୁଛି ଛଟେଇ ଧମକ: ବିଧାୟକ କଳିକେଶଙ୍କୁ ଭେଟି ଅଭିଯୋଗ କଲେ ସଫେଇ କର୍ମଚାରୀ, ଏଭଳି ପ୍ରତିଶ୍ରୁତି ଦେଲେ…

ବଲାଙ୍ଗୀର,୯।୪ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ସଫେଇ କର୍ମଚାରୀଙ୍କୁ ସେମାନଙ୍କ କାମ ବାହାରେ ଅତିରିକ୍ତ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିବା…

‘ଭାଇ! ଯଦି ତୁମକୁ…’ଯୁଦ୍ଧବିରତି ମଧ୍ୟରେ ଭାରତକୁ ବଡ଼ ଅଫର ଦେଲା ରୁଷିଆ, ବିଶ୍ୱରେ ଚହଳ

ନୂଆଦିଲ୍ଲୀ,୯।୪: ଯେତେବେଳେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ବିଶ୍ୱର ବିଭିନ୍ନ ଦେଶ ତୈଳ ଅଭାବର ସମ୍ମୁଖୀନ ହେଉଥିଲେ, ସେତେବେଳେ ରୁଷିଆ ଭାରତକୁ ତେଲ ଯୋଗାଇଥିଲା। ଏବେ, ରୁଷିଆ ମଧ୍ୟ…

ଆକ୍ସନ ମୋଡରେ ବନବିଭାଗ, ବେଆଇନ କରତକଳ ଉପରେ ଚଢ଼ାଉ, ମାଲିକ ଫେରାର

ଧାମନଗର,୯।୪(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ଅଞ୍ଚଳରେ ଚାଲୁଥିବା ବେଆଇନ କରତକଳ ଗୁଡିକୁ ଧରିବା ପାଇଁ ବନ ବିଭାଗ ଅଣ୍ଟା ଭିଡିଛି । ଭଦ୍ରକ ଜିଲା ଧାମନଗର ରେଞ୍ଜ ଅଧୀନ…

ଶେଖ ହାସିନାଙ୍କୁ ପ୍ରତ୍ୟର୍ପଣ କର: ଭାରତରେ ପହଞ୍ଚି ଏମିତି କହିଲେ ବାଂଲାଦେଶ ବୈଦେଶିକ ମନ୍ତ୍ରୀ, ମିଳିଲା ଏମିତି ଜବାବ

ଢାକା,୯।୪: ଗତ ବର୍ଷ ଭାରତ-ବାଂଲାଦେଶ ସମ୍ପର୍କରେ ଉତ୍ତେଜନା ଶୀର୍ଷରେ ପହଞ୍ଚିବା ପରେ ବାଂଲାଦେଶ ଏବେ ସମ୍ପର୍କ ଉନ୍ନତ କରିବା ପାଇଁ ପଦକ୍ଷେପ ନେଉଛି। ଏହି ପରିପ୍ରେକ୍ଷୀରେ ବାଂଲାଦେଶର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri