Categories: ଜାତୀୟ

ଜବରଦଖଲ ଉଚ୍ଛେଦ: ଆଜି ସୁପ୍ରିମକୋର୍ଟରେ ଶୁଣାଣି

ହଲଦ୍ୱାନି/ନୂଆଦିଲ୍ଲୀ,୫।୧: ଉତ୍ତରାଖଣ୍ଡର ହଲ୍‌ଦ୍ୱାନିଠାରେ ୨୯ ଏକର ରେଲଓ୍ବେ ଜମିରୁ ଜବରଦଖଲ ଉଚ୍ଛେଦ ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ସୁପ୍ରିମକୋର୍ଟ ଗୁରୁବାର ଉକ୍ତ ଆବେଦନର ଶୁଣାଣି କରିବେ।

ଉଚ୍ଛେଦ ବନ୍ଦ କରିବା ଲାଗି ସେଠାରେ ଥିବା ୪,୩୬୫ଟି ଘରର ବାସିନ୍ଦା ବିକ୍ଷୋଭ ଚଳାଇଛନ୍ତି। ଉକ୍ତ ଜମିରେ ୪ଟି ସରକାରୀ ସ୍କୁଲ, ୧୧ଟି ଘରୋଇ ସ୍କୁଲ, ଗୋଟିଏ ବ୍ୟାଙ୍କ, ୨ଟି ଓଭରହେଡ୍‌ ପାଣିଟାଙ୍କି, ୧୦ଟି ମସ୍‌ଜିଦ, ୪ଟି ମନ୍ଦିର ଓ ଅନେକ ଦୋକାନ ରହିଛି।

ଗତ ମାସ ୨୦ ତାରିଖରେ ହାଇକୋର୍ଟ ରେଲଓ୍ବେ ଜମିରୁ ଜବରଦଖଲ ଉଚ୍ଛେଦ ଲାଗି ନିର୍ଦ୍ଦେଶ ଦେବା ପରେ ଜିଲା ପ୍ରଶାସନ ଖବରକାଗଜରେ ଏକ ବିଜ୍ଞପ୍ତି ଜାରି କରିଥିଲେ। ଜାନୁୟାରୀ ୯ ସୁଦ୍ଧା ଜବରଦଖଲକାରୀ ସେମାନଙ୍କ ଜିନିଷପତ୍ର ହଟାଇନେବାକୁ ଉକ୍ତ ବିଜ୍ଞପ୍ତି ଜରିଆରେ ନିର୍ଦ୍ଦେଶ ଦିଆଯାଇଥିଲା। ଏହା ବିରୋଧରେ ଅଧିବାସୀମାନେ ମହମବତି ଶୋଭାଯାତ୍ରା, ଧାରଣା ଜାରି ରଖିଛନ୍ତି।

 

Share