ସରକାରୀ ଜମିରୁ ଉଚ୍ଛେଦ, ଝରିଗାଁରେ ଅଶାନ୍ତର ବାତାବରଣ

ଝରିଗାଁ,୨୨ା୬(କିଶୋର ଚନ୍ଦ୍ର ମଣ୍ଡଳ): ୪୦ରୁ ୫୦ବର୍ଷ ଧରି ଲୋକେ ନିଜ ନିଜ ଅଞ୍ଚଳରେ ଘର କରି ପେଟପାଟଣା ପାଇଁ ବ୍ୟବସାୟ କରି ଚଳି ଆସୁଥିବା ବେଳେ ଉକ୍ତ ବ୍ୟବହାର କରିଥିବା ଜମିକୁ ସରକାର ପଟ୍ଟା ଦେବାରେ ଅସମର୍ଥ ରହିଥିବା ବେଳେ ସରକାରୀ ଦଳରେ ରହିଥିବା କିଛି ବ୍ୟକ୍ତି ବିଶେଷଙ୍କ ସ୍ବାର୍ଥ ପାଇଁ ବାରମ୍ବାର ବ୍ଲକ ତଥା ଜିଲା ପ୍ରଶାସନ ନିକଟରେ ସରକାରୀ ଜମିରେ କରିଥିବା ଘର ଏବଂ ଦୋକାନ ଗୃହକୁ ଭାଙ୍ଗିବା ପାଇଁ ଦାବି କରାଯାଉଛି। ଏହା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅଞ୍ଚଳରେ। ଯାହା ଫଳରେ ଏହି ଅଞ୍ଚଳରେ ଅଶାନ୍ତର ବାତାବରଣ ସୃଷ୍ଟି ହେଉଛି।

ପ୍ରଶାସନ ଲୋକଙ୍କୁ ସ୍ଥାୟୀ ଥଇଥାନ କରିବା ବଦଳରେ ବାରମ୍ବାର ଘର ଖାଲି କରି ଭାଙ୍ଗିବା ପାଇଁ ନୋଟିସ୍‌ ଉପରେ ନୋଟିସ୍‌ ଦେଇ ଚାଲିଅଛି l ସରକାରୀ ଜମିରେ ଘର ଏବଂ ଦୋକାନ ବଜାର କରି ରହୁଥିବା ଲୋକେ ଅନିଶ୍ଚିତତା ଓ ଭୟର ବାତାବରଣ ମଧ୍ୟରେ ରହୁଛନ୍ତି। ୧୯୫୮ରେ ବାଂଲାଦେଶ ଗୃହଯୁଦ୍ଧ ସମୟରେ ଥଇଥାନ ପାଇଁ ଭୂ-ବନ୍ଦୋବସ୍ତ ହୋଇଥିଲା। ତା’ପରଠୁ ଏଥି ପ୍ରତି କାହାର ନଜର ନାହିଁ। ଫଳରେ ପ୍ରାୟ ୬୬ ବର୍ଷ ଧରି ଘରଦାର କରି ରହୁଥିବା ଏଠାକାର ଲୋକଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ପ୍ରଶାସନ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇ ହାତୀବାଡ଼ି ଗ୍ରାମର ୨୮ଟି ପରିବାରଙ୍କ ଘରେ ବୁଲଡୋଜର ସାହାଯ୍ୟରେ ଧୂଳିସାତ୍‌ କରିଦେବା ପରେ ଏବେ ଝରିଗାଁ ବ୍ଳକର ୨୩ଟି ପଞ୍ଚାୟତର ଧନୀ ଗରିବ ସମସ୍ତେ କୋକୁଆ ଭୟ ମଧ୍ୟରେ ରହୁଛନ୍ତି। ନିଜ ପୂର୍ବପୁରୁଷଙ୍କ ସ୍ବପ୍ନର ଘରକୁ ବୁଲ୍‌ଡୋଜର ଚଢ଼ାଇବାରୁ କେମିତି ରକ୍ଷା କରିବେ ସେ ଚିନ୍ତାରେ ସମସ୍ତେ । ଝରିଗାଁ ଅଞ୍ଚଳବାସୀଙ୍କ ତରଫରୁ ଉଚ୍ଛେଦ ନକରିବା ପାଇଁ ତହସିଲଦାରଙ୍କ ଜରିଆରେ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସରକାର ଏହି ସମସ୍ୟାର ସମାଧାନ ନ କଲେ ଆଗାମୀ ଦିନରେ ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନର ପନ୍ଥା ଆପଣାଇବାକୁ ଯୋଜନା କରିଛନ୍ତି। ଏନେଇ ଝରିଗାଁ ତହସିଲଦାର ସୁମନ୍ତ ପାତ୍ରଙ୍କ ସହ ଯୋଗାଯୋଗ କରିବାରୁ ଲୋକେ ଦେଇଥିବା ଆବେଦନକୁ ଜିଲାପାଳଙ୍କ ନିକଟକୁ ପଠାଯାଇଛି, ଯାହା ଜିଲାପାଳ ନିର୍ଦ୍ଦେଶ ଦେବେ, ସେ ପ୍ରକାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri