Categories: ଜାତୀୟ

ମୋଦି ଅଛନ୍ତି ତ ସବୁ ସମ୍ଭବ: ସ୍ମୃତି ଇରାନୀ

ନୂଆଦିଲ୍ଲୀ,୨୨।୯: ସଂସଦରେ ମହିଳା ସଂରକ୍ଷଣ ବିଲ ପାରିତ ହେବା ପରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଖୁସି ବ୍ୟକ୍ତ କରିଛନ୍ତି। ଏହି ଐତିହାସିକ ମୁହୂର୍ତ୍ତ ପାଇଁ ସେ ସମସ୍ତଙ୍କୁ ପ୍ରଶଂସା କରିଥିଲେ। ସେ ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିବା ସହ କହିଛନ୍ତି ଯେ, ଏହି ସଫଳତା ଦର୍ଶାଉଛି ଯେ ‘ମୋଦି ହୈ ତୋ ମୁମକିନ ହୈ’ କେବଳ ଏକ କାହାଣୀ ନୁହେଁ, ଏହା ପ୍ରକୃତ ସତ କଥା।
ଏହି ନିୟମକୁ ଦୀର୍ଘ ଦିନ ଧରି ଦାବି କରାଯାଉଥିଲା। ଶେଷରେ ଏହା ସଂସଦରେ ପାରିତ ହେବା ପରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ କହିଛନ୍ତି ଯେ, ଆମେ ପ୍ରାୟତଃ ଶୁଣିଥାଉ ଯେ, ଯଦି ମୋଦି ଅଛନ୍ତି ତେବେ ଏହା ସମ୍ଭବ। ଆଜି ପ୍ରଧାନମନ୍ତ୍ରୀ ପୁଣି ଥରେ ଏହା ପ୍ରମାଣ କରିଛନ୍ତି।
ରାଜ୍ୟ ସଭାରେ ଏହି ବିଲ୍‌କୁ ସମର୍ଥନ କରି ୨୧୪ ଭୋଟ ଦିଆଯାଇଥିଲା। କେହି ଏହାକୁ ବିରୋଧ କରି ନାହାଁନ୍ତି। ଦୀର୍ଘ ଦିନ ଧରି ଆଲୋଚନା ପରେ ବୁଧବାର ଲୋକ ସଭାରେ ଏହି ବିଲ ଅନୁମୋଦନ କରାଯାଇଥିଲା। ଗୃହରେ ୪୫୪ ଭୋଟ ଏହି ବିଲ ସପକ୍ଷରେ ଏବଂ ୨ଟି ଭୋଟ ଦିଆଯାଇଥିଲା। ଲୋକ ସଭାରେ ଏବଂ ଆସେମ୍ବଲିରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ଏହି ବିଲରେ ବ୍ୟବସ୍ଥା ରହିଛି। ବର୍ତ୍ତମାନ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ଏହି ବିଲ ପଠାଯିବ।

Share