ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପୁଣିଥରେ ନିଜ ଗ୍ଲାମରସ ଲୁକ୍କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଆଇଫେଲ ଟାୱାର୍ର ଚମତ୍କାର ପୃଷ୍ଠଭୂମିରେ ଆୟୋଜିତ ‘ଲୋରିଆଲ ପ୍ୟାରିସ ଲେ ଡେଫିଲେ ୨୦୨୬’ରେ ଐଶ୍ୱର୍ଯ୍ୟା ରାମ୍ପ ୱାକ କରିଛନ୍ତି। ସେ ରାମ୍ପରେ ପ୍ରବେଶ କରିବା ମାତ୍ରେ ଦର୍ଶକଙ୍କ ନଜର ତାଙ୍କ ଉପରେ ଅଟକି ଯାଇଥିଲା।
ଲୋରିଆଲ ପ୍ୟାରିସ୍ର ଦୀର୍ଘଦିନର ଆମ୍ବାସାଡର୍ ଐଶ୍ୱର୍ଯ୍ୟା ଡିଜାଇନର୍ ୟାରା ଶୁମେକରଙ୍କ ଫଲ/ୱିଣ୍ଟର୍ ୨୦୨୬-୨୭ କଲେକ୍ସନ୍ର ଏକ ଆକର୍ଷଣୀୟ ପୋଷାକ ପିନ୍ଧିଥିଲେ। କଳା ରଙ୍ଗର ଫିଟେଡ ଭେଲଭେଟ ଡ୍ରେସ ଉପରେ ବିଶେଷ ଟେକ୍ସଚର୍ ଓ ୩ଡି ଫ୍ରିଞ୍ଜ ଏମ୍ବ୍ରଏଡରି କରାଯାଇଥିଲା। ଏହା ଉପରେ କ୍ରିଷ୍ଟାଲ୍ରେ ସଜାଯାଇଥିବା କେପ ତାଙ୍କ ଲୁକ୍କୁ ଆହୁରି ଚମକାଇ ଥିଲା। ଏହା ସହ ଐଶ୍ୱର୍ଯ୍ୟା କ୍ରାଉନ ଷ୍ଟାଇଲ ହେଡପିସ ପିନ୍ଧିଥିଲେ।
ଏହି ଫ୍ୟାଶନ ଇଭେଣ୍ଟରେ ଐଶ୍ୱର୍ଯ୍ୟାଙ୍କ ବ୍ୟତୀତ ଅନେକ ଅନ୍ତର୍ଜାତୀୟ ତାରକା ଓ ଲୋରିଆଲ ପ୍ୟାରିସ୍ ଆମ୍ବାସାଡର୍ ମଧ୍ୟ ଯୋଗ ଦେଇଥିଲେ। ସିମୋନ ଏଶ୍ଲି, ସେଲିନ ଡିଅନ, ଇଭା ଲଙ୍ଗୋରିଆ ଓ କେଣ୍ଡାଲ ଜେନରଙ୍କ ଭଳି ତାରକାମାନେ ଏଥିରେ ସାମିଲ ହୋଇଥିଲେ।
ଚଳିତ ବର୍ଷ ଆରମ୍ଭରେ ଐଶ୍ୱର୍ଯ୍ୟା କାନ୍ସ ଫିଲ୍ମ ଫେଷ୍ଟିଭାଲ୍ରେ ମଧ୍ୟ ନିଜ ଫ୍ୟାଶନ ଷ୍ଟାଇଲକୁ ନେଇ ଚର୍ଚ୍ଚାରେ ଥିଲେ।