Categories: ଜାତୀୟ

ଇଣ୍ଡଷ୍ଟ୍ରି ସମସ୍ତଙ୍କର: ମୁକେଶ ଖାନ୍ନା

ମୁମ୍ବାଇ,୧୯।୯: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କକୁ ନେଇ ବଲିଉଡରେ ବର୍ତ୍ତମାନ ତୁ ତୁ ମେମେ ଲାଗି ରହିଛି। ସୋମବାର ଲୋକସଭାରେ ଏ ପ୍ରସଙ୍ଗ ଉଠାଇ ଅଭିନେତା ତଥା ଭାଜପା ଏମପି ରବି କିଶନ ବଲିଉଡକୁ ନର୍ଦ୍ଦମା ବୋଲି କହିଥିଲେ। ଆଉ ତା’ପର ଦିନ ରାଜ୍ୟସଭାରେ ଜୟା ବଚ୍ଚନ ଏହି ମନ୍ତବ୍ୟକୁ ବିରୋଧ କରିଥିଲେ। କିଛି ଲୋକ ଯେଉଁ ଥାଳିରେ ଖାଉଛନ୍ତି, ସେଥିରେ ଛିଦ୍ର କରୁଛନ୍ତି ବୋଲି ଜୟା ପ୍ରକାଶ କରିଥିଲେ।
ତେବେ ଜୟାଙ୍କ ଏପରି ମନ୍ତବ୍ୟ ଉପରେ ଶୁକ୍ରବାର ମୁକେଶ ଖାନ୍ନା ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ସମସ୍ତେ ଏଠାରେ ପରିଶ୍ରମ କରୁଛନ୍ତି। ଇଣ୍ଡଷ୍ଟ୍ରି ସମସ୍ତଙ୍କର, କାହା ବାପାଙ୍କର ନୁହେଁ। ଇଣ୍ଡଷ୍ଟ୍ରି ବର୍ଷ ବର୍ଷ ଧରି ରହିଆସିଛି। ବର୍ତ୍ତମାନ ଗୋଷ୍ଠୀବାଦ ବୃଦ୍ଧି ପାଇଛି ବୋଲି ସେ ପ୍ରକାଶ କରିଛନ୍ତି।

Share