ସମସ୍ତେ ଜଲ୍‌ଦିରେ

ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍‌ ଜିଲା କାସିବୁଗା ସହରରେ ଥିବା ଭେଙ୍କେଟେଶ୍ୱର ସ୍ବାମୀ ମନ୍ଦିରରେ ୧ ନଭେମ୍ବରରେ ଦଳାଚକଟା ଘଟିବାରୁ ଜଣେ ନାବାଳକଙ୍କ ସମେତ ୯ ଜଣଙ୍କ ପ୍ରାଣହାନି ଘଟିଛି। ଏହା ଏକ ଘରୋଇ ମନ୍ଦିର। ମିନି ତିରୁପତି ନାମରେ ପରିଚିତ ନବନିର୍ମିତ ମନ୍ଦିରଟି ୪ ମାସ ତଳେ ଦର୍ଶକଙ୍କ ପାଇଁ ଖୋଲାଯାଇଥିଲା। କାର୍ତ୍ତିକ ଏକାଦଶୀ ଥିବାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିବା ବେଳେ ପାହାଚ ପାଖରେ ଏକ ଲୁହା ଗ୍ରୀଲ୍‌ ଭୁଶୁଡ଼ି ପଡ଼ିବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଫଳରେ ଜଣଙ୍କ ପରେ ଜଣେ ପଡ଼ିବାକୁ ଲାଗିଲେ। ମନ୍ଦିରରେ ପ୍ରବେଶ ଓ ପ୍ରସ୍ଥାନ ପଥ ଗୋଟିଏ ରହିବା ସୁରକ୍ଷା ବ୍ୟବସ୍ଥା କେଉଁ ସ୍ତରର ରହିଛି ବୁଝାଇବା ଦରକାର ନାହିଁ।
୨୦୨୫ ଜାନୁଆରୀରୁ ନଭେମ୍ବର ୧ ଯାଏ ହିସାବକୁ ନେଲେ ଦେଶରେ ଜଣାଶୁଣା ଦଳାଚକଟାଜନିତ ମୃତ୍ୟୁ ସଂଖ୍ୟା ୧୧୦ରେ ପହଞ୍ଚତ୍ଥିବା ଜଣାପଡ଼ିଛି। ଏହିସବୁ ଦଳାଚକଟା ମଧ୍ୟରେ ରହିଛି ମନ୍ଦିର, କ୍ରିକେଟ ଖେଳରେ ବିଜୟ ଉତ୍ସବ ପାଳନ ବେଳେ ଷ୍ଟାଡିୟମ, ରେଳ ଷ୍ଟେଶନ ଏବଂ ରାଜନୈତିକ ଶୋଭାଯାତ୍ରା। ଯଦି ଘଟଣାକ୍ରମକୁ ଦେଖିବା ତେବେ ଜାନୁଆରୀ ୯ରେ ଆନ୍ଧ୍ରପ୍ରଦେଶର ତିରୁମାଲା ହିଲ୍ସରେ ପ୍ରଭୁ ଭେଙ୍କେଟେଶ୍ୱର ମନ୍ଦିରରେ ପ୍ରବଳ ଭିଡ଼ ହେବାରୁ ୬ ଜଣଙ୍କ ମୃତ୍ୟୁ ଘଟିଥିଲା। ଜାନୁଆରୀ ୨୯ରେ ଉତ୍ତରପ୍ରଦେଶରେ ଅନୁଷ୍ଠିତ ମହାକୁମ୍ଭରେ ସମାନ କାରଣରୁ ସରକାରଙ୍କ କହିବା ଅନୁଯାୟୀ ୩୦ ଜଣଙ୍କ ଜୀବନ ଯାଇଥିଲା। ସେହି ମହାକୁମ୍ଭରେ ଯୋଗଦେବା ଲାଗି ଦିଲ୍ଲୀ ରେଳ ଷ୍ଟେଶନରେ ଫେବୃଆରୀ ୧୫ରେ ଟ୍ରେନ୍‌ରେ ଚଢ଼ିବା ପାଇଁ ଯାତ୍ରୀଙ୍କ ମଧ୍ୟରେ ଅସମ୍ଭାଳ ଭିଡ଼ ଦେଖାଦେବାରୁ ୪ ଜଣ ଶିଶୁଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ଘଟିଥିଲା। ୩ ମେ’ରେ ଉତ୍ତର ଗୋଆର ଲାଇରାଇ ଦେବୀ ଯାତ୍ରା ମନ୍ଦିରରେ ଦଳାଚକଟା ସ୍ଥିତିରୁ ୬ ଜଣଙ୍କ ଜୀବନ ଯାଇଥିଲା। ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି)ର ଆଇପିଏଲ୍‌ ବିଜୟ ପାଇଁ ବେଙ୍ଗାଲୁରୁ ଷ୍ଟାଡିୟମ୍‌ରେ ଜୁନ୍‌ ୪ରେ ଅନୁଷ୍ଠିତ ବିଜୟ ଉତ୍ସବରେ ପ୍ରବଳ ଭିଡ଼ ହେବାରୁ ୧୧ ଜଣଙ୍କ ଜୀବନ ଯାଇଥିଲା। ଜୁଲାଇ ୨୭ରେ ହରିଦ୍ୱାରଠାରେ ମନ୍‌ସ ଦେବୀ ମନ୍ଦିର ଦଳାଚକଟାରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସେପ୍ଟେମ୍ବର ୨୭ରେ ତାମିଲନାଡୁର କରୁରଠାରେ ଅଭିନେତାରୁ ରାଜନେତା ପାଲଟିଥିବା ଟିଭିକେ ମୁଖ୍ୟ ବିଜୟଙ୍କ ରାଜନୈତିକ ଶୋଭାଯାତ୍ରାରେ ୪୧ ଜଣ ଭିଡ଼ ଯୋଗୁ ଅଣନିଃଶ୍ୱାସୀରୁ ପ୍ରାଣ ହରାଇଥିଲେ। ଏସବୁ ଅଘଟଣ ବେଳେ ଗୁରୁତର ଆହତଙ୍କ ମଧ୍ୟରୁ କାହାର ଅବସ୍ଥା କ’ଣ ରହିଥିବ ସେ ବିଷୟରେ ଆଲୋଚନା କେହି ଶୁଣିବାକୁ ପାଉ ନ ଥିବେ। ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ କିଛି ଅନୁକମ୍ପା ରାଶି ପ୍ରଦାନ କରିଦେବା ପରେ ସରକାରୀ ଓ ଆବଶ୍ୟକ ସ୍ଥଳେ ବେସରକାରୀ କର୍ତ୍ତୃପକ୍ଷଙ୍କ କାମ ସରିଗଲା ବୋଲି ଧରାଯାଇଥାଏ। ଉପରେ ଦର୍ଶାଯାଇଥିବା ଦଳାଚକଟାକୁ ଦେଖିଲେ ଷ୍ଟାଡିୟମ ଓ ରାଜନୈତିକ ଶୋଭାଯାତ୍ରାରେ ଅଘଟଣ ବ୍ୟତୀତ ଅନ୍ୟଗୁଡ଼ିକ ମନ୍ଦିର ଓ ଧର୍ମ ସହ ସଂଶ୍ଳିଷ୍ଟ। ବିଶାଳ ଜନସଂଖ୍ୟା ବହୁଳ ରାଷ୍ଟ୍ର ଭାରତରେ ଧର୍ମସ୍ଥଳୀଗୁଡ଼ିକ ପ୍ରତି ଲୋକମାନେ ବେଶି ଆକର୍ଷିତ ହୋଇଥାଆନ୍ତି। କେଉଁ ମନ୍ଦିର ବା ତୀର୍ଥସ୍ଥାନରେ ସୁରକ୍ଷା ବ୍ୟବସ୍ଥା କିଭଳି ରହିଛି, ତାହାକୁ ପୂର୍ବରୁ କିଛି ନ ଜାଣି ଲୋକେ ପଶିଯାଇ ଦର୍ଶକ ପାଲଟିଯାଆନ୍ତି। ଯେତେବେଳେ କୌଣସି କାରଣବଶତଃ ଗୋଟେ ‘ଘୋ’ ସୃଷ୍ଟି ହୋଇଗଲା, ତାହାକୁ ସମ୍ଭାଳିବା ଲାଗି ମନ୍ଦିର ବ୍ୟବସ୍ଥା ବା ସ୍ଥାନୀୟ ପ୍ରଶାସନର ବଳ ପାଇ ନ ଥାଏ। ଭାରତରେ ଲୋକଙ୍କ ସମୟ ମିଳିଲେ ଓ କୌଣସି ମୁଖ୍ୟ ପର୍ବପର୍ବାଣି ଥିଲେ ସେହି ସମୟରେ ଅନେକେ ଗୋଟିଏ ଜାଗାକୁ ଯାଇ ଭିଡ଼ କରିଥାଆନ୍ତି। ପରିବେଶ ପର୍ଯ୍ୟଟନସ୍ଥଳୀ, ବିଜ୍ଞାନଭିତ୍ତିକ ପ୍ରଦର୍ଶନ କେନ୍ଦ୍ର କିମ୍ବା ଐତିହାସିକ ଗୁରୁତ୍ୱ ବହନ କରୁଥିବା ଜାଗାଗୁଡ଼ିକୁ କ୍ୱଚିତ ଯିବା ଦେଖାଯାଇଥାଏ। କେବଳ ଧର୍ମ ପଛରେ ପଡ଼ି ଅନ୍ୟ ବହୁ ବିଷୟକୁ ଭାରତୀୟମାନେ ଗୌଣ ଦୃଷ୍ଟିରେ ଦେଖୁଥିବାରୁ ଧାର୍ମିକ ପୀଠ ବା ତଜ୍ଜନିତ ଜନସମାବେଶରେ ଲୋକେ ହାଉଜାଉ ହେଉଛନ୍ତି। ଏଭଳି ସ୍ଥଳେ ଲୋକଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯିବା କଥା ଥିଲେ ମଧ୍ୟ ତାହାକୁ ଅଣଦେଖା କରାଯାଉଛି।
ଭିଡ଼ଜନିତ ଦଳାଚକଟା ବିଷୟରେ ଆଲୋଚନା କଲା ବେଳେ ଲୋକଙ୍କ ମାନସିକତାକୁ ଅଧ୍ୟୟନ କରିବାର ଆବଶ୍ୟକତା ରହିଛି। ଭିଡ଼ ନିୟନ୍ତ୍ରଣ ଏକ ବଡ଼ ଆହ୍ବାନ ସୃଷ୍ଟି କରୁଥିବାରୁ କୌଣସି ସ୍ଥାନରେ ଏକତ୍ରିତ ହେଉଥିବା ଲୋକମାନେ ସେମାନଙ୍କ ବ୍ୟବହାରରେ ସୁଧାର ଆଣିବା ଦରକାର। କିନ୍ତୁ ପ୍ରାୟତଃ ଦେଖାଯାଉଛି ସେମାନଙ୍କ ଭିତରେ ମବ୍‌ ସାଇକୋଲୋଜି ବା ବିଶୃଙ୍ଖଳିତ ଜନତାଙ୍କ ମନସ୍ତତ୍ତ୍ୱ ପ୍ରତିଫଳିତ ହେଉଛି। କିଭଳି ନିଜେ ବଞ୍ଚତ୍ବେ ସେଥିପାଇଁ ନୀତି ଓ ନିୟମକୁ ଜଳାଞ୍ଜଳି ଦେଇ କେତେକେ ଜଲ୍‌ଦିରେ ବାହାରିଯିବାକୁ ଚେଷ୍ଟା କରିଥାଆନ୍ତି। ସେତେବେଳେ ବୁଝିବା କଥା ଯେ ଭିଡ଼ ଭିତରେ ସେମାନେ ଅସ୍ବାଭାବିକତା ଦେଖାଇଲେ ତାହା ଅନ୍ୟମାନଙ୍କୁ ଅସୁବିଧାରେ ପକାଇବ। ଆଉ ସେହି ଅସୁବିଧା ମଧ୍ୟ ସମସ୍ତଙ୍କ ପାଇଁ କାଳ ହୋଇପାରେ।

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଡ଼ ପଦକ୍ଷେପ: ଆସୁଛି ଶକ୍ତିଶାଳୀ ଲେଜର ଅସ୍ତ୍ର

ନୂଆଦିଲ୍ଲୀ,୨୦।୧: ବିଶ୍ୱରେ ବଦଳୁଥିବା ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଏବେ ନିଜସ୍ୱ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଅଧିକ ସୁଦୃଢ଼ କରିବାକୁ ଯାଉଛି। ରୁଷର S-400...

ଭାରତର ଭିତ୍ତିଭୂମି କ୍ଷେତ୍ରରେ ଅଭିବୃଦ୍ଧି: ଡିସେମ୍ବରରେ ୩.୭ ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ,୨୦।୧: ଦେଶର ଶିଳ୍ପାୟନ କ୍ଷେତ୍ରରୁ ଭଲ ଖବର ଆସିଛି। ଭାରତର ୮ଟି ପ୍ରମୁଖ ଭିତ୍ତିଭୂମି କ୍ଷେତ୍ରର ଅଭିବୃଦ୍ଧି ହାର ଡିସେମ୍ବର ମାସରେ ୩.୭ ପ୍ରତିଶତକୁ ବୃଦ୍ଧି...

ବିଶ୍ୱସ୍ତରୀୟ ଭିତ୍ତିଭୂମି ମିଳିଲେ କ’ଣ ହେବ, ଯଦି ଲୋକଙ୍କ ପାଖରେ ନାହିଁ ସାଧାରଣ ଜ୍ଞାନ

କୋଲକାତା/ଗୁୱାହାଟୀ,୨୦।୧: ଦେଶର ପ୍ରଥମ ହାଇଟେକ୍ ‘ବନ୍ଦେ ଭାରତ ସ୍ଲିପର’ ଏକ୍ସପ୍ରେସ୍‌ର ପରିଚାଳନା ଆରମ୍ଭ ହେବା ପୂର୍ବରୁ ଏହାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶନିବାର...

ବାଇକ ଧକ୍କା ପରେ ଚାପିଦେଲା ଟ୍ରାକ୍ଟର, ୨ ବର୍ଷ ଶିଶୁର ମୃତ୍ୟୁ

ସୁନ୍ଦରଗଡ଼,୨୦।୧: ସୁନ୍ଦରଗଡ଼ ସହରରେ ମଙ୍ଗଳବାର ଏକ ଶୋକାକୁଳ ପରିସ୍ଥିତି ଦେଖିବାକୁ ମିଳିଛି। ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟରେ ଏକ ଟ୍ରାକ୍ଟର ଚଢ଼ିଯିବା ଫଳରେ ୨ ବର୍ଷର...

ଶେୟାର ବଜାରରେ ହାହାକାର: ୧୦୦୦ ପଏଣ୍ଟ ଖସିଲା ସେନସେକ୍ସ, ନିବେଶକଙ୍କ ୭.୬୭ ଲକ୍ଷ କୋଟି ଟଙ୍କା ସ୍ଵାହା

ମୁମ୍ବାଇ,୨୦।୧: ସପ୍ତାହର ଦ୍ଵିତୀୟ କାର୍ଯ୍ୟ ଦିବସରେ ଭାରତୀୟ ଶେୟାର ବଜାରରେ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଆଇଟି, ଅଟୋମୋବାଇଲ୍ ଏବଂ ରିଏଲ୍ ଇଷ୍ଟେଟ୍ କ୍ଷେତ୍ରର...

ଓଡ଼ିଶା ନାଁ ନେଇ ଏମିତି କଥା କହିଲେ ପ୍ରଧାନମନ୍ତ୍ରୀ ମୋଦି: ସବୁଠି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୦।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଜପାର ନୂଆ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ମୁଁ ବିଶ୍ୱର ସର୍ବବୃହତ ରାଜନୈତିକ ଦଳର...

ଏଇ ଭାରତରେ

ଏବେ ବିବାହ ଉତ୍ସବରେ ପରିବେଶ ପ୍ରଦୂଷଣକାରୀ କାର୍ଯ୍ୟ ଦେଖିବାକୁ ମିଳୁଛି। ଖାଦ୍ୟ ନଷ୍ଟ ସହ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍‌ର ବ୍ୟାପକ ବ୍ୟବହାର କରାଯାଉଛି। ହେଲେ ମଧ୍ୟପ୍ରଦେଶରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri