Categories: ଜାତୀୟ

‘ପ୍ରତି ମହିଳାଙ୍କୁ ମାସକୁ ମିଳିବ ହଜାର ଟଙ୍କା’

ମୋଗା,୨୨।୧୧: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏକ ବଡ ନିର୍ବାଚନ ପ୍ରତିଶୃତି ଦେଇଛନ୍ତି। ପଞ୍ଜାବର ମୋଗାରେ ଏକ ସମାବେଶକୁ ସମ୍ବୋଧିତ କରିବାବେଳେ ସେ କହିଛନ୍ତି ଯେ, ଯଦି ପଞ୍ଜାବରେ ଆମ ଆଦମୀ ପାର୍ଟି ସରକାର ଗଠନ ହୁଏ ତେବେ ୧୮ ବର୍ଷରୁ ଊର୍ଦ୍ଧ୍ୱ ପ୍ରତ୍ୟେକ ମହିଳାଙ୍କୁ ମାସକୁ ୧୦୦୦ ଟଙ୍କା ଦିଆଯିବ। ପେନସନ ବ୍ୟତୀତ ଏହି ଟଙ୍କା ଉପଲବ୍ଧ ହେବ। ଏହା ଦୁନିଆର ସବୁଠାରୁ ବଡ ମହିଳା ସଶକ୍ତିକରଣ ଅଭିଯାନ ହେବ ବୋଲି ସେ କହିଛନ୍ତି।
କେଜ୍‌ରିଓ୍ବାଲ ଆହୁରି ମଧ୍ୟ କହିଛନ୍ତି ଯେ, ମୋର ବିରୋଧୀମାନେ କହିବେ ଟଙ୍କା କେଉଁଠୁ ଆସିବ? କେବଳ ପଞ୍ଜାବରୁ ମାଫିଆକୁ ହଟାଇବାକୁ ଚାହୁଁଛନ୍ତି। ଟଙ୍କା ଆସିଯିବ। ମୁଖ୍ୟମନ୍ତ୍ରୀ ବିମାନ କିଣନ୍ତି। ମୁଁ କିଣିଲି ନାହିଁ, ମୁଁ ଟିକେଟ ମାଗଣା କରିଦେଲି। କେଜ୍‌ରିଓ୍ବାଲ ଯାହା କୁହନ୍ତି ତାହା କରନ୍ତି। ଏହି ନିର୍ବାଚନ ପଞ୍ଜାବର ଭବିଷ୍ୟତକୁ ବଦଳାଇପାରେ ଏଥର ପିତା କିମ୍ବା ସ୍ବାମୀ କାହାକୁ ଭୋଟ ଦେବେ ତାହା କହିବେ ନାହିଁ। ବରଂ ମହିଳାମାନେ କାହାକୁ ଭୋଟ ଦେବେ ତାହା ସ୍ଥିର କରିବେ। ସମସ୍ତ ମହିଳା ଘରେ କହିବା ଉଚିତ୍‌ ଯେ ଏଥର କେବଳ କେଜ୍‌ରିଓ୍ବାଲଙ୍କୁ ସୁଯୋଗ ଦିଅ ବୋଲି ସେ କହିଛନ୍ତି।

Share