Posted inଜାତୀୟ

ପ୍ରତି ୪ ଜଣଙ୍କ ମଧ୍ୟରୁ ଜଣେ ଭାରତୀୟଙ୍କୁ ଘାରିଛି ଚାକିରି ଚାଲିଯିବାର ଭୟ

ନୂଆଦିଲ୍ଲୀ,୨୫।୧: ସମଗ୍ର ବିଶ୍ୱରେ ବଡ଼ ବଡ଼ ବୈଷୟିକ କମ୍ପାନୀଗୁଡିକରେ ଚାକିରି ଛଟେଇ ଚାଲିଛି। ଏହି କମ୍ପାନୀଗୁଡିକ ଶହ ଶହ କର୍ମଚାରୀଙ୍କୁ ଚାକିରିରୁ ବିଦା କରୁଛନ୍ତି। ପ୍ରତି ୪ ଜଣ ଭାରତୀୟଙ୍କ ମଧ୍ୟରୁ ଜଣଙ୍କର ଚାକିରି ଚାଲିଯିବାର ଭୟ ଘାରିଛି। ଅନ୍ୟପକ୍ଷରେ ୪ ଜଣ ଭାରତୀୟଙ୍କ ମଧ୍ୟରୁ ୩ ଜଣ ମୁଦ୍ରାସ୍ଫୀତି ବୃଦ୍ଧି ନେଇ ଚିନ୍ତିତ ଅଛନ୍ତି। ଏଥିସହିତ ପ୍ରାୟ ଅଧା ଲୋକ ବିଶ୍ୱାସ କରନ୍ତି, ୨୦୨୩ରେ ଦେଶର ଅର୍ଥନୀତି ବୃଦ୍ଧି ପାଇପାରେ। ମାର୍କେଟିଂ ଡାଟା ଏବଂ ଆନାଲିଟିକ୍ସ ଫାର୍ମ କାଣ୍ଟାର ଦ୍ୱାରା କରାଯାଇଥିବା ଏକ ସର୍ଭେରେ ଏହି ଖୁଲାସା ହୋଇଛି।
ଭାରତର ସାଧାରଣ ବଜେଟ ସର୍ଭେ-୨୦୨୩ (ଭାରତୀୟ ଅର୍ଥନୀତି ଅଭିବୃଦ୍ଧି) ର ଦ୍ୱିତୀୟ ସଂସ୍କରଣରେ ଫାର୍ମ କାଣ୍ଟାର ସର୍ଭେ ପ୍ରକାଶ କରି କହିଛି ଯେ, ଉପଭୋକ୍ତା ଆୟକର ସମ୍ବନ୍ଧରେ ନୀତି ପରିବର୍ତ୍ତନ ଘୋଷଣା କରାଯାଇପାରେ। ଏଥିରେ ଆୟକର ଛାଡ଼ର ସୀମା ବର୍ତ୍ତମାନର ୨.୫ ଲକ୍ଷରୁ ବୃଦ୍ଧି କରାଯାଇପାରିବ। ସର୍ବେକ୍ଷଣ ଅନୁଯାୟୀ, ମାକ୍ରୋ-ଅର୍ଥନୈତିକ ସ୍ତରରେ ଅଧିକାଂଶ ଲୋକଙ୍କ ଚିନ୍ତାଧାରା ସକାରାତ୍ମକ ରହିଛି।
କାଣ୍ଟାରା ସର୍ଭେ ଅନୁଯାୟୀ, ୨୦୨୩ରେ ଭାରତୀୟ ଅର୍ଥନୀତି ବୃଦ୍ଧି ପାଇବ ବୋଲି ୫୦ ପ୍ରତିଶତ ଲୋକ ବିଶ୍ୱାସ କରନ୍ତି। ୩୧ ପ୍ରତିଶତ ଲୋକ ଅନୁଭବ କରନ୍ତି ଯେ, ଏହାର ଗତି ହ୍ରାସ ପାଇବ ବୋଲି ଆଶା କରାଯାଉଛି। ସେହିପରି ୫୪ ପ୍ରତିଶତ ଛୋଟ ସହରଗୁଡ଼ିକ ମେଟ୍ରୋ ଅପେକ୍ଷା ଅଧିକ ସକାରାତ୍ମକ ରହିଛନ୍ତି।
କାଣ୍ଟାର କାର୍ଯ୍ୟନିର୍ବାହୀ ପରିଚାଳନା ନିର୍ଦ୍ଦେଶକ ଦୀପେନ୍ଦ୍ର ରାଣା କହିଛନ୍ତି, ଏହି ସର୍ଭେ ୧୨ଟି ଭାରତୀୟ ସହର (ମୁମ୍ବାଇ, ଦିଲ୍ଲୀ, ଚେନ୍ନାଇ, କୋଲକାତା, ପୁଣେ, ହାଇଦ୍ରାବାଦ, ବେଙ୍ଗାଲୁରୁ, ଅହମ୍ମଦାବାଦ, ଇନ୍ଦୋର, ପାଟନା, ଜୟପୁର ଏବଂ ଲକ୍ଷ୍ନୌ)ରେ କରାଯାଇଥିଲା। ୨୧-୫୫ ବର୍ଷ ବୟସର ଲୋକଙ୍କ ମଧ୍ୟରେ ଡିସେମ୍ବର ୧୫, ୨୦୨୨ରୁ ଜାନୁୟାରୀ ୧୫, ୨୦୨୩ ମଧ୍ୟରେ ଏହି ସର୍ଭେ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଜିଗଡରେ ଅନନ୍ୟ ପରମ୍ପରା; ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ, ଭକ୍ତଙ୍କ ପିଠିରେ ଚଢ଼ି ଫେରିଲେ ମା’

ଲାଞ୍ଜିଗଡ,୨୯।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡର ମା’ ଠାକରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ରବିବାର ମହା ସମାରୋହରେ ସମ୍ପନ୍ନ ହେଇଯାଇଛି । ଲାଞ୍ଜିଗଡ ଇଷ୍ଟଦେବୀ…

ସକାଳୁ ସକାଳୁ ଜଳଖିଆ ହୋଟେଲ କ୍ୟାବିନତଳୁ ଉଦ୍ଧାର ହେଲା ୨ କିଙ୍ଗ କୋବ୍ରା, ଲୋକେ ଦେଖି….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁର ନିଳାଞ୍ଚଳ ସାହୁଙ୍କ ଜଳଖିଆ ହୋଟେଲର କ୍ୟାବିନତଳୁ କିଙ୍ଗ କୋବ୍ରା ଉଦ୍ଧାର ହୋଇଛି…

ହୋଇପାରେ ଭୟଙ୍କର ଯୁଦ୍ଧ! ଇରାନ ବିରୁଦ୍ଧରେ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଉଛି ଆମେରିକା

ନୂଆଦିଲ୍ଲୀ,୨୯।୩:  ଇରାନ ସହିତ ମାସେ ଧରି ଚାଲିଥିବା ସଂଘର୍ଷର କୌଣସି ଠୋସ୍ ଫଳାଫଳ ମିଳି ନଥିବା ଲକ୍ଷ୍ୟ କରି, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ନୂତନ ପ୍ରସ୍ତୁତି…

ଦୋକାନ-ରାଜପଥ ବନ୍ଦ, ବିବାହ ଉପରେ ପ୍ରତିବନ୍ଧକ… ଲାଗିଲା ‘ସ୍ମାର୍ଟ ଲକଡାଉନ’, କେମିତି ହେବ ଲାଗୁ ଜାଣନ୍ତୁ

ଇସଲାମାବାଦ,୨୯।୩: ଇରାନ ସହିତ ସଂଘର୍ଷ ପରେ, ଏକ ବିଶ୍ୱ ତୈଳ ସଙ୍କଟ ଦେଖାଦେଇଛି। ଏହି ତୈଳ ସଙ୍କଟ ଯୋଗୁ, ପାକିସ୍ତାନର ଆର୍ଥିକ ସ୍ଥିତି ବହୁତ ଖରାପ ହୋଇଛି।…

ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୯।୩: ଭାରତର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ପୁଣିଥରେ ତାଙ୍କ ବ୍ୟାଟ ସହିତ ଧମାଲ କରିଛନ୍ତି। IPL 2026 ର ଉଦଘାଟନୀ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର…

ପଶ୍ଚିମବଙ୍ଗରେ ଗର୍ଜିଲେ ଦିଦି, ଭାଜପାକୁ ଟାର୍ଗେଟ କରି କହିଲେ ନନଭେଜ୍…..

ନୂଆଦିଲ୍ଲୀ,୨୯।୩:  ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ସମସ୍ତ ରାଜନୈତିକ ଦଳ ସେମାନଙ୍କର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଶାସକ ତୃଣମୂଳ କଂଗ୍ରେସ (TMC) ପକ୍ଷରୁ ମୁଖ୍ୟମନ୍ତ୍ରୀ…

ଯୁଦ୍ଧ ଭିତରେ ପାକିସ୍ତାନକୁ ଲାଗିଲା ଶକ୍ତ ଝଟକା!

ଇସଲାମାବାଦ,୨୯।୩: ପାକିସ୍ତାନ ସରକାର କ୍ରମାଗତ ପଞ୍ଚମ ଥର ପାଇଁ ବିମାନ ଇନ୍ଧନର ମୂଲ୍ୟ ବୃଦ୍ଧି କରିଛନ୍ତି। ଏହି ବୃଦ୍ଧି ଗତ ୨୮ ଦିନ ମଧ୍ୟରେ ଘଟିଛି ଏବଂ…

ଜମି ବିବାଦ ତୁଟାଇବା ପାଇଁ RI ନେଉଥିଲେ ୩୦ ହଜାର ଟଙ୍କା, ମାଡ଼ି ବସିଲା ଭିଜିଲାନ୍ସ ଟିମ୍

କଟକ,୨୯।୩: ଭିଜିଲାନ୍ସ ଜାଲରେ କଟକ ଜିଲା ଟାଙ୍ଗୀ-ଚୌଦ୍ୱାର ରାଜସ୍ୱ ନୀରିକ୍ଷକ । ଆରଆଇ ଅଧିକାରୀ ରାଜାରାମ ବିନ୍ଦ୍ରା ଲାଞ୍ଚ ନେବା ବେଳେ ଧରିଛି ଭିଜିଲାନ୍ସ ବିଭାଗ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri