ପ୍ରତିଟି ମାନବ ଜୀବନ ଆମ ପାଇଁ ମୂଲ୍ୟବାନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା ‘ୟାସ୍‌’ ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଭାବିତ ହେବାକୁ ଥିବା ଜିଲାଗୁଡ଼ିକରେ ପ୍ରସ୍ତୁତି ନେଇ ମଙ୍ଗଳବାର ମୁଖ୍ୟ ଶାସନ ସଚିବ ଏବଂ ଏସ୍‌ଆର୍‌ସି ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି। ଏହାପରେ ପ୍ରତିକ୍ରିୟା ରଖି ପ୍ରତିଟି ମାନବ ଜୀବନ ମୂଲ୍ୟବାନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାଛଡ଼ା କ୍ଷୟକ୍ଷତି ନିମନ୍ତେ ସମସ୍ତ ପ୍ରକାର ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ନିୟମିତ ଭାବେ ସ୍ଥିତି ଉପରେ ନଜର ରଖାଯାଇଛି। ଜିରୋ କାଜୁଆଲିଟି ଆମ ସରକାରଙ୍କ ଲକ୍ଷ୍ୟ। ହେଲେ ଏଥିପାଇଁ ଜନସାଧାରଣଙ୍କ ସହଯୋଗ ନିମନ୍ତେ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।