ଭୂକମ୍ପ ପରେ ନ କମି ବଢ଼ିଛି ଏଭରେଷ୍ଟ ଉଚ୍ଚତା: ସଂଶୋଧିତ ଉଚ୍ଚତା ସମ୍ପର୍କରେ ନେପାଳ ଦେଲା ସୂଚନା

କାଠମାଣ୍ଡୁ,୮।୧୨: ଗିରିଶୃଙ୍ଗ ଏଭରେଷ୍ଟର ଉଚ୍ଚତା ୨୦୧୫ରେ ନେପାଳରେ ହୋଇଥିବା ଭୂକମ୍ପ ଯୋଗୁ କମିନି, ବଂର ଏହାର ଉଚ୍ଚତା ଭୂକମ୍ପ ପରେ ବଢ଼ିଛି। ଏହାର ସଂଶୋଧିତ ଉଚ୍ଚତା ସମ୍ପର୍କରେ ନେପାଳର ବହିର୍ବ୍ୟାପାର ମନ୍ତ୍ରୀ ପ୍ରଦୀପ କୁମାର ଗାୟାଓ୍ବାଲି ମଙ୍ଗଳବାର ଟୁଇଟ୍‌ କରି ସୂଚନା ଦେଇଛନ୍ତି। ପୂର୍ବରୁ ଏଭରେଷ୍ଟର ଉଚ୍ଚତା ୮୮୪୮ ମିଟର ବୋଲି ଦର୍ଶାଯାଇଥିଲା। ତେବେ ଏହାର ସଂଶୋଧିତ ଉଚ୍ଚତା ୮୮୪୮.୮୬ ମିଟର ବୋଲି ପ୍ରଦୀପ କହିଛନ୍ତି। ନେପାଳରେ ହୋଇଥିବା ଭୂକମ୍ପ ପରେ ଗିରିଶୃଙ୍ଗ ଏଭରେଷ୍ଟର ଉଚ୍ଚତା ମାପିବା ପାଇଁ ଚାଇନା ଏବଂ ନେପାଳ ମଧ୍ୟରେ ୨୦୧୯ ଅକ୍ଟୋବର ୧୩ରେ ଏକ ବୁଝାମଣା ହୋଇଥିଲା। ବୁଝାମଣା ଅନୁସାରେ ଚାଇନା ଏବଂ ନେପାଳ ଝୁମ୍‌ଲାଙ୍ଗମା ଏବଂ ସାଗରମାଥାର ଉଚ୍ଚତା ମାପିବେ ବୋଲି କୁହାଯାଇଥିଲା। ପୂର୍ବରୁ ୧୯୫୪ରେ ଗରିଶୃଙ୍ଗର ଉଚ୍ଚତା ମପା ଯାଇଥିଲା। ସେତେବେଳେ ଏହା ୮୮୪୮ ମିଟର ବୋଲି କୁହାଯାଇଥିଲା।

Share