ଭାକ୍ସିନ୍‌ର ୨ ଡୋଜ୍‌ ନେଇ ବି ସହରରେ ୪୦୦୦ ଜଣଙ୍କୁ କରୋନା…

ଓ୍ବାଶିଂଟନ,୨୩।୬: କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ଭାକ୍ସିନ୍‌ ପ୍ରଦାନ କରାଯାଉଛି। ଆମେରିକାର ମାସାଚୁସେଟସ୍‌ ସହରରେ କରୋନା ଭାକ୍ସିନ୍‌ର ୨ ଡୋଜ୍‌ ନେବା ପରେ ବି ୪୦୦୦ ଜଣ ଲୋକ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ନେଇ ସ୍ଥାନୀୟ ପ୍ରଶାସନର ଚିନ୍ତା ବଢ଼ିବାରେ ଲାଗିଛି। ସହରର ଜନସଂଖ୍ୟା ୩୦ ଲକ୍ଷରୁ ଅଧିକ। ଏଭଳି ସମସ୍ୟା ସୃଷ୍ଟି ହେବ ବୋଲି ପୂର୍ବରୁ ଆଶଙ୍କା କରାଯାଉଥିବା ବୋଷ୍ଟନ୍‌ ବିଶ୍ୱବିଦ୍ୟାଳୟର ମହାମାରୀ ରୋଗ ବିଶେଷଜ୍ଞ ଡେଭିଡ୍‌ସନ୍‌ ହେମର କହିଛନ୍ତି।

Share