Posted inଖେଳ

ସଲମାନଙ୍କୁ ବିବାହ କରିବା ପାଇଁ କାର୍ଡ ଛପା ସରିଥିଲେ ମଧ୍ୟ ଏହି ଅଭିନେତ୍ରୀଙ୍କ ଭାଙ୍ଗିଯାଇଥିଲା ବିବାହ

ବଲିଉଡ ଅଭିନେତ୍ରୀ ସଙ୍ଗୀତା ବିଜଲନୀ ଆଜି ୬୩ ବର୍ଷରେ ପଦାର୍ପଣ କରିଛନ୍ତି। ୯୦ ଦଶକର ସୁନ୍ଦରୀମାନଙ୍କ ମଧ୍ୟରେ ତାଙ୍କ ନାମ ଗଣାଯାଏ। ସେ ଜୁଲାଇ ୯, ୧୯୬୦ରେ ମୁମ୍ବାଇରେ ରହୁଥିବା ଏକ ସିନ୍ଧି ପରିବାରରେ ଜନ୍ମଗ୍ରହଣ କରିଥିଲେ। ସଙ୍ଗୀତା ବିଜଲାନି ପିଲାଦିନରୁ ଗୀତ ଗାଇବା ଏବଂ ଖେଳିବାକୁ ଭଲ ପାଉଥିଲେ। ଏହି କାରଣରୁ ତାଙ୍କ ଅଧ୍ୟୟନ ପରେ ସେ ସଙ୍ଗୀତା ମଡେଲିଂ ଦୁନିଆରେ ପାଦ ଦେଇଥିଲେ। ସେତେବେଳେ ତାଙ୍କର ବୟସ ମାତ୍ର ୧୬ ବର୍ଷ ଥିଲା। ୨୦ ବର୍ଷ ବୟସରେ ସେ ମିସ ଇଣ୍ଡିଆ ୟୁନିଭର୍ସ ଟାଇଟଲ ଜିତିଥିଲେ। ଏହା ପରେ ସେ ଚଳଚ୍ଚିତ୍ର ଜଗତରେ ପାଦ ଦେଇ ଖ୍ୟାତି ଅର୍ଜନ କରିଥିଲେ।
ସଙ୍ଗୀତା ବିଜଲାନୀଙ୍କ ନାମ ସଲମାନ ଖାନଙ୍କ ସହ ଜଡିତ ଥିଲା। କୁହାଯାଏ ଯେ ଉଭୟ ୨୭ ମେ ୧୯୯୪ରେ ବିବାହ କରିବାର ଥିଲା। ଏଥିପାଇଁ ବିବାହ କାର୍ଡ ମଧ୍ୟ ଛପା ଯାଇଥିଲା। ଧାର୍ଯ୍ୟ ତାରିଖର କିଛି ଦିନ ପୂର୍ବରୁ ବିବାହ କରିବାକୁ ମନା କରିଦେଇଥିଲେ ସଲମାନ। ସଲମାନଙ୍କ ସହ ସମ୍ପର୍କ ଭାଙ୍ଗିବା ପରେ ସଙ୍ଗୀତା ମଧ୍ୟ ଭାଙ୍ଗି ପଡିଥିଲା। ସେହି ସମୟରେ ଭାରତୀୟ କ୍ରିକେଟ ଦଳର ତତ୍କାଳୀନ ଅଧିନାୟକ ମହମ୍ମଦ ଅଜହରୁଦ୍ଦିନ ତାଙ୍କ ଜୀବନରେ ପ୍ରବେଶ କରିଥିଲେ। ଏକ ବିଜ୍ଞାପନର ଶୁଟିଂ ସମୟରେ ଦୁହେଁ ପ୍ରଥମେ ସାକ୍ଷାତ ହୋଇଥିଲେ ଏବଂ ଦୁହେଁ ପରସ୍ପରକୁ ଭଲ ପାଉଥିଲେ। ସଙ୍ଗୀତାଙ୍କୁ ବିବାହ କରିବା ପାଇଁ ଅଜହରୁଦ୍ଦିନ ତାଙ୍କର ପ୍ରଥମ ପତ୍ନୀ ନୌରିନଙ୍କୁ ଛାଡପତ୍ର ଦେଇଥିଲେ ଏବଂ ୧୯୯୬ରେ ସଙ୍ଗୀତାଙ୍କୁ ବିବାହ କରିଥିଲେ। ଅବଶ୍ୟ ଏହି ସମ୍ପର୍କରେ ମଧ୍ୟ ମତଭେଦ ଦେଖାଦେଇଥିଲା ଏବଂ ୨୦୧୦ ରେ ଦୁହେଁ ପାରସ୍ପରିକ ସହମତି ସହିତ ଅଲଗା ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

ବଜ୍ରପାତରେ ଜଳିଗଲା ନଡ଼ିଆ ଗଛ

ଢେଙ୍କିକୋଟ,୧୯ା୩(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟଠାରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସାଙ୍ଗକୁ ବର୍ଷା ହୋଇଥିଲା। ବଜ୍ରପାତରେ ଢେଙ୍କିକୋଟ ବଜାରସ୍ଥିତ ରାମଚନ୍ଦ୍ର ସାହୁଙ୍କ ବାଡ଼ିରେ ଥିବା ନଡ଼ିଆ ଗଛ…

ପୁଣି କିମ୍‌ ଯଙ୍ଗ୍‌ ଉନ୍‌ ବିଜୟୀ

ପୋଙ୍ଗୟାଙ୍ଗ୍‌ ,୧୯ା୩: ଉତ୍ତର କୋରିଆ ଶାସକ କିମ୍‌ ଯଙ୍ଗ୍‌ ଉନ୍‌ ଜାତୀୟ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ୧୫ତମ ସୁପ୍ରିମ ପିପୁଲ୍ସ ଆସେମ୍ବ୍ଲି ପାଇଁ ଗତ…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଘୋଷଣା ହେଲା ତାରିଖ ଏବଂ ସ୍ଥାନ, ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୩: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୮ମ ସଂସ୍କରଣ ୨୦୨୭ ଅକ୍ଟୋବର ୨୯ରୁ ନଭେମ୍ବର ୪ ମାଲ୍‌ଟା ଓ ଗୋଜୋରେ ହେବ। ଉଦ୍‌ଘାଟନୀ ଉତ୍ସବ ଅକ୍ଟୋବର ୨୯ରେ ଏହାପଛକୁ ଅକ୍ଟୋବର…

ଆମେରିକାକୁ ଟାର୍ଗେଟ କରିପାରେ ପାକିସ୍ତାନର…! ଗୁପ୍ତଚର ସଂସ୍ଥା ମୁଖ୍ୟଙ୍କ ବୟାନ ପରେ ବିଶ୍ୱରେ ଚାଞ୍ଚଲ୍ୟ

ୱାଶିଂଟନ/ଇସଲାମାବାଦ,୧୯।୩: ଆମେରିକାର ଶୀର୍ଷ ଗୁପ୍ତଚର ସଂସ୍ଥାର ମୁଖ୍ୟ ତୁଲସୀ ଗବାର୍ଡଙ୍କ ଏକ ବିସ୍ଫୋରକ ବୟାନ ଏବେ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ପାକିସ୍ତାନ ଏବେ ଏଭଳି…

ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କୁ ମିଳିବ ସମ୍ମାନଜନକ ‘ଡିଜିପି ଡିସ୍କ ଆୱାର୍ଡ’,ଛୁଟିଛି ଶୁଭେଚ୍ଛାର ସୁଅ

ଛତ୍ରପୁର,୧୯।୩(ଦିଲ୍ଲୀପ ସାମଲ): ପୋଲିସ ସେବାରେ ନିଜର ଉଲ୍ଲେଖନୀୟ କୃତିତ୍ୱ ଓ ଦକ୍ଷତା ପାଇଁ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ (SP) ଶୁଭେନ୍ଦୁ କୁମାର ପାତ୍ର ‘ଡିଜିପି ଡିସ୍କ ଆୱାର୍ଡ’…

IPL 2026 ପୂର୍ବରୁ CSKକୁ ବଡ଼ ଝଟ୍‌କା, ପୁରା ସିଜନ୍‌ରୁ ବାଦ୍‌ ପଡ଼ିଲେ ଘାତକ ବୋଲର୍‌…

ନୂଆଦିଲ୍ଲୀ,୧୯।୩: ଗତ ସିଜନର ଖରାପ ପ୍ରଦର୍ଶନକୁ ପଛରେ ପକାଇ ଆଇପିଏଲ୍‌ ୨୦୨୬ରେ ନୂଆ ଆଶା ଓ ଉତ୍ସାହ ସହ ପଡ଼ିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ଚେନ୍ନାଇ ସୁପର…

କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା, ମଣ୍ଡିରେ ଭିଜିଲା ଧାନ

ମାଥିଲ,୧୯।୩(ସୁବାଷ ଚନ୍ଦ୍ର ଖୁଡୁପିଆ) ମାଲକାନଗିରି ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ପବନ ସାଙ୍ଗକୁ କୁଆପଥର ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ବର୍ଷା ଯୋଗୁ ମାଲକାନଗିରି ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri