ବର୍ଷାଦିନେ ବି ପିଇବାକୁ ପଡ଼ୁଛି ଚୁଆପାଣି

ଦଶମନ୍ତପୁର, ୨୧।୮(ଡି.ଏନ୍‌.ଏ.): ଚଳିତବର୍ଷ ଦେଶ ସ୍ବାଧୀନତାର ୭୫ବର୍ଷ ପୂରଣ ହୋଇଛି। ତଥାପି ମଧ୍ୟ ଏପରି ଅନେକ ଗାଁ ଅଛି, ଯେଉଁଠି ମୌଳିକ ସୁବିଧା ଲୋକଙ୍କୁ ଠିକ୍‌ଭାବେ ମିଳୁନି। ଏପରି ଏକ ଗାଁ ହେଉଛି କୋରାପୁଟ ଜିଲା ଦଶମନ୍ତପୁର ବ୍ଲକର ମୁଜାଙ୍ଗ ପଞ୍ଚାୟତ ଅଧୀନ ଦୋଡୁଗୁଡା। ସେଠାରେ ଏବେ ମଧ୍ୟ ଲୋକେ ଚୁଆପାଣି ପିଉଛନ୍ତି। ଗାଁକୁ ରାସ୍ତା ନାହିଁ। ଗମନାଗମନ ମାଧ୍ୟମ ପାଲଟିଛି ଭଙ୍ଗା ପୋଲ।
ଏହି ଗଁାରେ ୫୦ ପରିବାରର ୨୦୦ରୁ ଊଦ୍ଧର୍‌ବ ଲୋକ ରୁହନ୍ତି। ସେମାନଙ୍କ ପାଇଁ ଗାଁରେ ଦୁଇଟି ନଳକୂପ ରହିଛି। ଦୀର୍ଘ ୬ ମାସରୁ ଊର୍ଦ୍ଧ୍ୱ ହେବ ଉଭୟ ନଳକୂପ ଖରାପ ହୋଇ ପଡ଼ିଛି। ଗ୍ରାମବାସୀ ଏ ନେଇ ପଞ୍ଚାୟତଠାରୁ ଜିଲା ପ୍ରଶାସନ ଯାଏ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଏଯାଏ ତାହାର ମରାମତି ହୋଇପାରିନି। ଫଳରେ ଲୋକଙ୍କୁ ଶୁଦ୍ଧ ପାନୀୟ ଜଳ ମିଳୁନି। ଲୋକେ ବର୍ଷାଦିନେ ମଧ୍ୟ ନାଳ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି। ଗ୍ରାମ ନିକଟରେ ପ୍ରବାହିତ ନଦୀ ପାଖରେ ଚୁଆ ଖୋଳି ମହିଳାମାନେ ପାନୀୟ ଜଳ ସଂଗ୍ରହ କରୁଛନ୍ତି। ଏହି ଗାଁଟି ନାଲ୍‌କୋ ଶିଳ୍ପାଞ୍ଚଳ ଦାମନଯୋଡ଼ିଠାରୁ ମାତ୍ର ୯ କିଲୋମିଟର ଦୂରରେ ଅବସ୍ଥିତ। ଉକ୍ତ ଗ୍ରାମର ଲୋକେ ଜୀବନଜୀବିକା, ସ୍ବାସ୍ଥ୍ୟସେବା ପାଇଁ ଦାମନଯୋଡ଼ି ସହର ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ଦୀର୍ଘବର୍ଷ ପୂର୍ବେ କେଲାର ଓ ଦୋଡୁଗୁଡା ଗ୍ରାମ ମଧ୍ୟରେ ଥିବା ଏକ ନାଳ ଉପରେ ନାଲ୍‌କୋ ପାରିପାର୍ଶ୍ୱିକ ଯୋଜନାରେ ଗୋଟିଏ ପୋଲ ନିର୍ମାଣ କରାଯାଇଥିଲା, ଯାହାର ଗୋଟିଏ ପାର୍ଶ୍ୱ ୨ ମାସ ପୂର୍ବେ ଭୁଶୁଡି ପଡ଼ିଛି। ତଥାପି ଗ୍ରାମବାସୀ ଜୀବନକୁ ବାଜି ଲଗାଇ ଏହି ଭଙ୍ଗା ପୋଲ ଦେଇ ଦାମନଯୋଡ଼ି ଯିବାଆସିବା କରିଥାନ୍ତି। ପୋଲ ଭୁଶୁଡ଼ିବା ନେଇ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଏଯାବତ୍‌ ଜିଲା କି ବ୍ଲକ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନ ଥିବା ଗ୍ରାମବାସୀ କହିଛନ୍ତି। ରାସ୍ତା ପାଇଁ ଗ୍ରାମବାସୀ ପୂର୍ବରୁ ପଞ୍ଚାୟତରୁ ଆରମ୍ଭ କରି ବ୍ଲକ, ବିଧାୟକ ଏବଂ ଜିଲା ପ୍ରଶାସନକୁ ବାରମ୍ବାର ଲିଖିତ ଏବଂ ମୌଖିକ ଭାବେ ଦାବି କରିଆସୁଥିଲେ ମଧ୍ୟ ପ୍ରଶାସନ ଏଥିପାଇଁ କୌଣସି ପଦକ୍ଷେପ ଗ୍ରହଣ କରି ନ ଥିବା ଗ୍ରାମବାସୀ କ୍ଷୋଭର ସହ ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ବାଲିଗୁଡ଼ା ଛକରୁ କେଲାର ପର୍ଯ୍ୟନ୍ତ ୬ କି.ମି. ରାସ୍ତା ତିଆରି ସହ ଦୋଡୁଗୁଡା ଗ୍ରାମର ପ୍ରତ୍ୟେକ ସମସ୍ୟା ଉପରେ ପ୍ରଶାସନ ଦୃଷ୍ଟି ନ ଦେଲେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଏ ନେଇ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ କନିଷ୍ଠ ଯନ୍ତ୍ରୀ -୨ ଏସ୍‌.ଏ. କୁରେସିଙ୍କୁ ପଚାରିବାରୁ ରବିବାର କର୍ମଚାରୀଙ୍କୁ ଘଟଣାସ୍ଥଳକୁ ପଠାଇ ତଦନ୍ତ କରିବି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

ସୁଦର୍ଶନଙ୍କୁ ଚାପି ଦେଲା ଆମ ବସ୍‌: ଡ୍ରାଇଭର ଖସି ପଳାଇବାକୁ ଉଦ୍ୟମ

ଭୁବନେଶ୍ୱର, ୬ା୧୨(ସତ୍ୟଜିତ ରାଉତ):ରାଜଧାନୀରେ ପୁଣି ଜୀବନ ନେଇଛି ‘ଆମ ବସ୍‌’। ସତ୍‌ସଙ୍ଗ ବିହାର ସମ୍ମୁଖ ୧୬ ନଂ. ଜାତୀୟ ରାଜପଥରେ ଶୁକ୍ରବାର ସାରେ ଏହି ଦୁର୍ଘଟଣା...

ଗଣତନ୍ତ୍ର କ’ଣ ଦଳ-ମୁଖ୍ୟଙ୍କ ତନ୍ତ୍ର

ଯେଉଁ ଦଳର କେନ୍ଦ୍ର ସରକାର ସମ୍ବିଧାନ ଦିବସ (ନଭେମ୍ବର ୨୯) ପାଳନ କରି ସମ୍ବିଧାନର ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଉଛି ସେହି ଦଳର ରାଜ୍ୟ ସରକାର...

ପ୍ରେସିଡେଣ୍ଟ ହାଉସରେ ଆୟୋଜିତ ଡିନରରେ କାହିଁକି ରାହୁଲଙ୍କୁ ମିଳିଲା ନାହିଁ ନିମନ୍ତ୍ରଣ? ଜଣାପଡିଲା କାରଣ

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ସମୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କେରଳ କଂଗ୍ରେସର ଏକ ପୋଷ୍ଟ ରାଜନୈତିକ ଏବଂ...

ପରିଚିତଙ୍କ ହାତରେ ପଦବୀ

ଭବିଷ୍ୟତରେ କାର୍ଯ୍ୟକୁ ସୁଚାରୁରୂପେ ସଞ୍ଚାଳନକରିବା ପାଇଁ ସବୁଠାରୁ ନିରାପଦ ଉପାୟ ଉପରେ ଆନ୍ଧ୍ରପ୍ରଦେଶ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏଥିରେ ଏହାର ଶ୍ରେଷ୍ଠ ବାବୁମାନଙ୍କ ପାଇଁ ରହୁଥିବା...

ଧାନ ବିକ୍ରି ସମସ୍ୟା, ତାତିଲା କଂଗ୍ରେସ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ନାନା ସମସ୍ୟା ଲାଗି ରହିଛି। ଏଥିପାଇଁ ଚାଷୀମାନଙ୍କୁ ବହୁ ହଇରାଣ ହରକତ ହେବାକୁ ପଡୁଛି।...

ପାକିସ୍ତାନ ସଂସଦରେ ପଶିଲା ଗଧ, ୟୁସୁଫ ରାଜା କହିଲେ, ‘ଜୀବଜନ୍ତୁମାନେ ମଧ୍ୟ ଆଇନ ଉପରେ ନିଜର ମତାମତ ଦେବାକୁ ଆସିଛନ୍ତି’

ଇସଲାମାବାଦ,୬।୧୨: ଡିସେମ୍ବର ୫ରେ, ପାକିସ୍ତାନର ସଂସଦରେ ଏକ ହାସ୍ୟରସପୂର୍ଣ୍ଣ କିନ୍ତୁ ପ୍ରକାଶ୍ୟ ସୁରକ୍ଷା ତ୍ରୁଟି ଦେଖାଦେଲା। ଉଚ୍ଚ ସଦନ ସିନେଟ ଅଧିବେଶନ ଚାଲୁଥିଲା ବେଳେ ହଠାତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri