ଇଏଲ୍‌ରେ ଥାଇ ମଧ୍ୟ ଶିକ୍ଷୟିତ୍ରୀଙ୍କୁ ମିଳୁଛି ନିୟମିତ ଦରମା

ନବରଙ୍ଗପୁର,୨୪୩ା୯(ବି.ପ୍ର.): ସରକାରୀ ନିୟମ ଉଲ୍ଲଂଘନ କରୁଛି ଜିଲା ଶିକ୍ଷା ବିଭାଗ। ମାସେରୁ ଅଧିକ ସମୟ ଇଏଲ୍‌ରେ ଥିଲେ ମଧ୍ୟ ଜଣେ ଶିକ୍ଷୟିତ୍ରୀଙ୍କୁ ମିଳୁଛି ନିୟମିତ ଦରମା। ଏଭଳି ଘଟଣାକୁ ନେଇ ଜିଲା ଶିକ୍ଷା ବିଭାଗ ଏବେ ଚର୍ଚ୍ଚାରେ। ନବରଙ୍ଗପୁର ଜିଲା ମେଣ୍ଟ୍ରି ୟୁଜି ହାଇସ୍କୁଲରେ ଏପରି ଏକ ଘଟଣା ଘଟିଛି।
ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ମେଣ୍ଟ୍ରି ୟୁଜି ହାଇସ୍କୁଲର ପିଇଟି ଶିକ୍ଷୟିତ୍ରୀ ଗୀତାଞ୍ଜଳୀ ଚାନ୍ଦ। ଜୁନ୍‌ ୧୭ରେ ସ୍କୁଲ ଖୋଲିବା ଦିନଠାରୁ ଶିକ୍ଷୟିତ୍ରୀ ଜଣଙ୍କ ବିଦ୍ୟାଳୟରେ ଅନୁପସ୍ଥିତ। ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଶିକ୍ଷୟିତ୍ରୀଙ୍କୁ ୩ ମାସ ହେବ ଅନୁକମ୍ପା ଦେଖାଇଛନ୍ତି। ଜୁନ୍‌ ୬ରୁ ସ୍କୁଲ ଛୁଟି ହୋଇ ୧୭ରେ ଖୋଲିଲା। ଶିକ୍ଷୟିତ୍ରୀ ଜଣକ ଜୁନ୍‌ ୧୭ରୁ ଜୁଲାଇ ୧୫ ତାରିଖ ପର୍ଯ୍ୟନ୍ତ ଛୁଟିରେ ରହିବେ ବୋଲି ପ୍ରଧାନ ଶିକ୍ଷକଙ୍କୁ ଦରଖାସ୍ତ ଦେଇଥିଲେ । ଦରଖାସ୍ତରେ ଛାତି ଯନ୍ତ୍ରଣା ହେଉଥିବା ନେଇ ଉଲ୍ଲେଖ ରହିଛି। ଇତିମଧ୍ୟରେ ୪ ଥର ଛୁଟି ଦରଖାସ୍ତ ପୋଷ୍ଟାଲରେ ପଠାଇଛନ୍ତି। ୧୬ ଜୁଲାଇରୁ ୩୧, ଅଗଷ୍ଟ ୧ରୁ ୩୧ ଓ ୧ ସେପ୍ଟେମ୍ବରରୁ ୩୦ ପର୍ଯ୍ୟନ୍ତ ଛୁଟିରେ ରହିବେ ବୋଲି ଦରଖାସ୍ତରେ ଜଣାଇ ଚାଲିଛନ୍ତି। ଏହା ମଧ୍ୟରେ ଶିକ୍ଷୟିତ୍ରୀ ଜଣଙ୍କ ଅଗଷ୍ଟ ପ୍ରଥମ ସପ୍ତାହରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଦରଖାସ୍ତ ମାଧ୍ୟମରେ ନିଜ ସମସ୍ୟା ଜଣାଇଛନ୍ତି। ବିବାହ ପରଠାରୁ ଶାଶୁଘର ଲୋକେ ଅତ୍ୟାଚାର କରୁଛନ୍ତି। ସ୍ବାମୀ ମଧ୍ୟ ମାନସିକ ଓ ଶାରୀରିକ ଯନ୍ତ୍ରଣା ଦେବା ସହ ଜୀବନରେ ମାରିଦେବାକୁ ଧମକ ଦେଉଛନ୍ତି। ତେଣୁ ତାଙ୍କୁ ବାପଘର ଭଦ୍ରକ ଜିଲାକୁ ବଦଳି କରାଯାଉ ବୋଲି ଶିକ୍ଷୟିତ୍ରୀ ଜଣକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଦେଇଥିବା ଦରଖାସ୍ତରେ ଉଲ୍ଲେଖ ରହିଛି। ଏବେ ସେ ଛୁଟିରେ ଭଦ୍ରକରେ ରହୁଛନ୍ତି ବୋଲି ଲିଖିତ ଭାବେ ଦର୍ଶାଇଛନ୍ତି। ଏହାପରେ ଅଗଷ୍ଟ ୭ରେ ବିଭାଗୀୟ ଯୁଗ୍ମ ସଚିବ ଜିଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରି ଘଟଣା ସମ୍ପର୍କରେ ଜଣାଇଛନ୍ତି। ଯୁଗ୍ମ ସଚିବଙ୍କ ଚିଠି ପାଇବା ପରେ ମଧ୍ୟ ଶିକ୍ଷୟିତ୍ରୀ ଚାନ୍ଦଙ୍କ ଦରମା ବିଲ୍‌ ଜୁନ୍‌, ଜୁଲାଇ, ଅଗଷ୍ଟ ମାସରେ ଅନୁକମ୍ପା ଦେଖାଇ ପ୍ରଦାନ କରାଯାଇଛି। ଶିକ୍ଷୟିତ୍ରୀ ଚାନ୍ଦ ଇଏଲ୍‌ରେ ଅଛନ୍ତି ଓ ତାଙ୍କ ଦରମା ନ କରିବାକୁ ଷ୍ଟେଟ୍‌ମେଣ୍ଟ ଜିଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ ପ୍ରତି ମାସ ଦାଖଲ କରୁଛନ୍ତି ବୋଲି ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପବିତ୍ର କୁମାର ମିଶ୍ର କହିଛନ୍ତି। ଘଟଣା ସମ୍ପର୍କରେ ଜାଣିବା ପାଇଁ ଶିକ୍ଷୟିତ୍ରୀ ଚାନ୍ଦଙ୍କୁ ତାଙ୍କ ମୋବାଇଲ ନମ୍ବର ୭୦୦୮୩୪୭୯୫୨ ଓ ୯୧୭୮୧୦୩୬୦୬କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ ଏହାର ଉତ୍ତର ଦେଇନାହାନ୍ତି। ଏନେଇ ଜିଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗଙ୍କୁ ପଚାରିବାରୁ ଏହି ବିଷୟରେ ଜାଣିନାହିଁ ବୋଲି କହିବା ସହ କାର୍ଯ୍ୟାଳୟ କର୍ମଚାରୀଙ୍କୁ ଡାକି ଘଟଣା ବିଷୟରେ ପଚାରି ବୁଝିଥିଲେ। ବିଦ୍ୟାଳୟ ଖୋଲିବା ଦିନରୁ ଯଦି ଶିକ୍ଷୟିତ୍ରୀ ଛୁଟିରେ ଅଛନ୍ତି ତେବେ ତାଙ୍କର ଦରମା ଜୁନ୍‌ ମାସରୁ ହିଁ ହେବା କଥା ନୁହେଁ। ଯଦି ସ୍ବାସ୍ଥ୍ୟଗତ ସମସ୍ୟା ନେଇ ଛୁଟି ନେଇଛନ୍ତି, ତେବେ ଜଏନ୍‌ କରି ସମସ୍ତ ତଥ୍ୟ ଦେବା ପରେ ହିଁ ଦରମା ହେବା କଥା ବୋଲି ସେ କହିଛନ୍ତି। ଯଦି ଜୁନ୍‌, ଜୁଲାଇ, ଅଗଷ୍ଟ ମାସର ଦରମା ପ୍ରଦାନ କରାଯାଇଛି ତେବେ ତାହା ରିକଭରି କରାଯିବ ବୋଲି ସେ କହିଛନ୍ତି। ଇଏଲ୍‌ରେ ଥିବା ଶିକ୍ଷୟିତ୍ରୀଙ୍କ ସମସ୍ତ ତଥ୍ୟ ଥାଇ ଯେଉଁମାନେ ଦରମା କରିଛନ୍ତି ସେମାନଙ୍କ ବିରୋଧରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri