ଭାକ୍ସିନ୍‌ ନେଲେ ବି ମାସ୍କ୍‌ ପିନ୍ଧିବା-ସାମାଜିକ ଦୂରତା ଜରୁରୀ…

ଓ୍ବାଶିଂଟନ,୭।୬: ପୃଥିବୀରେ କରୋନା ମହାମାରୀ ତାଣ୍ଡବ ରଚିଛି। ଏପରିସ୍ଥଳେ ଆମେରିକାର ନର୍ଥ କାରୋଲିନା ବିଶ୍ୱବିଦ୍ୟାଳୟର ଗବେଷକ ଭାକ୍ସିନ୍‌ ନେବା ପରେ କରୋନା ସଂକ୍ରମଣର ଆଶଙ୍କା ଦୂର ହୋଇ ନ ଥାଏ ବୋଲି ସୂଚନା ଦେଇଛନ୍ତି। ଭାକ୍ସିନ୍‌ ନେେଇ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଥାଏ। ତେବେ ଭାକ୍ସିନ୍‌ ନେବା ପରେ ବି ମାସ୍କ୍‌ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବା ସହିତ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଗୁରୁତ୍ୱଦେବା ଜରୁରୀ ବୋଲି ପ୍ରଫେରସ ମେହୁଲ ପଟେଲ ପରାମର୍ଶ ଦେଇଛନ୍ତି। ତାଙ୍କ ନେତୃତ୍ୱରେ ଗବେଷକ ଦଳ ଏକ କୋଟିରୁ ଅଧିକ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲାଗି ଏକ ଗାଣିତିକ ମଡେଲର ବ୍ୟବହାର କରିଛନ୍ତି। ଭାକ୍ସିନ୍‌ ନେବା ପରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେବା ସହିତ ହସ୍ପିଟାଲରେ ଭର୍ତ୍ତି ହେବା ଲୋକଙ୍କ ସଂଖ୍ୟା ମଧ୍ୟ ବଢୁଛି। ମାସ୍କ୍‌ ନ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ନ ରଖିବା ଯୋଗୁ ପୁଣି କରୋନା ସଂକ୍ରମଣ ହୋଇଥିବା ରିପୋର୍ଟରେ କୁହାଯାଇଛି।

Share