Categories: ଜାତୀୟ

ପୀଡ଼ିତାଙ୍କ ଶରୀରରେ କ୍ଷତଚିହ୍ନ ନ ଥିଲେ ବି ଅଭିଯୋଗ କୋହଳ ହେବ ନାହିଁ, ହାଇକୋର୍ଟଙ୍କ ରାୟ…

କୋଲକାତା,୧୯।୨ : ବଳାତ୍କାର ମାମଲାରେ ପୀଡ଼ିତାଙ୍କ ଶରୀରରେ କ୍ଷତଚିହ୍ନ ନ ଥିଲେ ବି ଅଭିଯୋଗ କୋହଳ ହେବ ନାହିଁ। ଜଣେ ନାବାଳିକଙ୍କର ବଳାତ୍କାର ମାମଲାର ବିଚାର ସମୟରେ କୋଲକାତା ହାଇକୋର୍ଟ ଏଭଳି ରାୟ ଦେଇଛନ୍ତି। ବିଚାରପତି ବିଭାସ ପଟ୍ଟନାୟକ ଏବଂ ଜୟମାଲୟ ବାଗ୍‌ଚିଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ୭ ବର୍ଷ ବୟସ୍କା ଜଣେ ନାବାଳିକଙ୍କ ବଳାତ୍କାର ମାମଲାର ବିଚାର କରି ଏଭଳି କହିଛନ୍ତି।

ପ୍ରତିପକ୍ଷ ଆଇନଜୀବୀଙ୍କ ପକ୍ଷରୁ ଅଭିଯୁକ୍ତଙ୍କ ବକ୍ତବ୍ୟକୁ ଉପସ୍ଥାପନ କରାଯାଇ କୁହାଯାଇଥିଲା ଯେ, ପୀଡ଼ିତାଙ୍କ ଶରୀରରେ କୌଣସି କ୍ଷତଚିହ୍ନ ନାହିଁ। ତେବେ ଖଣ୍ଡପୀଠ କହିଥିଲେ, କ୍ଷତଚିହ୍ନ ନ ଥିଲେ ବି ଅଭିଯୋଗକୁ କୋହଳ କରାଯାଇ ପାରିବ ନାହିଁ।

ସେସନ୍ସ୍‌ କୋର୍ଟ ଅଭିଯୁକ୍ତଙ୍କୁ ଭାରତୀୟ ଦଣ୍ଡ ସଂହିତା ଧାରା ୩୭୬(୨)(ଏଫ୍‌) ଅନ୍ତର୍ଗତ ୧୦ ବର୍ଷର ସଶ୍ରମ କାରାଦଣ୍ଡାଦେଶ ସହିତ ୫,୦୦୦ ଟଙ୍କାର ଜରିମାନା ଦଣ୍ଡାଦେଶ କରିଥିଲେ। ଜରିମାନା ପୈଠ ନ କଲେ ଅଧିକ ୬ମାସ କାରାଦଣ୍ଡ ଭୋଗୀବାକୁ ପଡ଼ିବ ବୋଲି ସେସନ୍ସ୍‌ କୋର୍ଟ କହିଥିଲେ। ୨୦୧୩ ଏପ୍ରିଲ୍‌ ୧୪ରେ ଘଟିଥିବା ଏହି ମାମଲାରେ ହାଇକୋର୍ଟ ଅଭିଯୁକ୍ତଙ୍କ ଅପିଲ୍‌କୁ ଖାରଜ କରିଛନ୍ତି।

Share