ନିର୍ବାଚନ ହାରିଲେ ବି ସହଜରେ ଛାଡ଼ିିବିନି କ୍ଷମତା: ଟ୍ରମ୍ପ୍‌

ଓ୍ବାଶିଂଟନ, ୩୦।୯: ନଭେମ୍ବର ୩ରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ। ଏନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବଂ ଜୋ ବାଇଡେନ୍‌ଙ୍କ ମଧ୍ୟରେ ପ୍ରଥମ ନିର୍ବାଚନୀ ତର୍କ ଅନୁଷ୍ଠିତ ହୋଇଛି। ଟ୍ରମ୍ପ୍‌ କହିଛନ୍ତି ଯେ, ନିର୍ବାଚନରେ ହାରିଲେ ବି ସେ ସହଜରେ କ୍ଷମତା ଛାଡ଼ିବେନି। ଉଭୟଙ୍କ ମଧ୍ୟରେ କରୋନା ମହାମାରୀ, ବର୍ଣ୍ଣବୈଷମ୍ୟ ହିଂସା ଏବଂ ଦେଶର ଅର୍ଥବ୍ୟବସ୍ଥା ନେଇ ତର୍କ ହୋଇଥିଲା। ଓହାୟୋର କ୍ଲିବ୍‌ଲାଣ୍ଡରେ ହୋଇଥିବା ଏହି ତର୍କରେ ଟ୍ରମ୍ପ୍‌ ସମସ୍ତ ପ୍ରସଙ୍ଗ ଉପରେ ବାଇଡନ୍‌ଙ୍କ ପକ୍ଷରୁ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇଥିଲେ। ୯୦ ମିନିଟରେ ଏହି ତର୍କରେ ନିର୍ବାଚନର ବୈଧତା ନେଇ ବାଇଡନ୍‌ ପ୍ରଶ୍ନ କରିଥିଲେ। ଏହାର ଉତ୍ତର ଟ୍ରମ୍ପ୍‌ ଦେଇଥିଲେ। ଟ୍ରମ୍ପ୍‌ଙ୍କ କ୍ଷମତା ନ ଛାଡ଼ିବା ମନ୍ତବ୍ୟକୁ ନେଇ ଏବେ ଅନ୍ତର୍ଜାତୀୟସ୍ତର ସହିତ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ଆରମ୍ଭ ହୋଇଛି।

Share