Categories: ଜାତୀୟ

ଆୟୁର୍ବେଦିକ୍‌ ଡାକ୍ତର ବି କରିପାରିବେ ଅପରେଶନ୍‌: କେନ୍ଦ୍ର ସରକାରଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,୨୨।୧୧: ଏବେ ଆୟୁର୍ବେଦିକ୍‌ ଡାକ୍ତରମାନେ ମଧ୍ୟ ସାଧାରଣ ଅପରେଶନ୍‌ କରିପାରିବେ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁଜ ସଙ୍କେତ ଦିଆଯାଇଛି। ଆୟୁର୍ବେଦିକ୍‌ ଡାକ୍ତରମାନେ ସାଧାରଣ ଅପରେଶନ୍‌ ସହିତ ଆର୍ଥୋପେଡ଼ିକ୍‌, ଆଖି, କାନ ଏବଂ ଗଳା ଆଦିରେ ସର୍ଜରୀ କରିପାରିବେ। ଭାରତୀୟ କେନ୍ଦ୍ରୀୟ ଚିକିତ୍ସା ପରିଷଦ ପକ୍ଷରୁ ଏନେଇ ସୂଚନା ଜାରି କରାଯାଇଛି। ଆୟୁର୍ବେଦିକ୍‌ ପୋଷ୍ଟ ଗ୍ରାଜୁଏଟ୍‌ ଡାକ୍ତରଙ୍କୁ ଏନେଇ ପ୍ରଶିକ୍ଷଣ ଦିଆଯିବ। ସୂଚନାଯୋଗ୍ୟ, ଆୟୁର୍ବେଦିକ୍‌ ଡାକ୍ତରଙ୍କୁ ଅପରେଶନ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଉଥିଲେ ମଧ୍ୟ ସେମାନଙ୍କୁ ଏଭଳି କରିବା ଲାଗି ଅଧିକାର ମିଳି ନ ଥିଲା। ମାତ୍ର ଏବେ କେନ୍ଦ୍ର ସରକାର ଏହି ଅଧିକାର ପ୍ରଦାନ କରିଛନ୍ତି।

Share