ଅଢେଇ ବର୍ଷ ପରେ ବି ପୋଲିସ ହାତ ଖାଲି

ରାଉରକେଲା,୨୨ା୬(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ଏସ୍‌ଟିଆଇ ଓଭରବ୍ରିଜ ଉପରେ ୨୦୨୦ ମସିହା ଡିସେମ୍ବର ୧୮ ତାରିଖ ରାତି ୯ଟା ୪୫ରେ ଘଟିଥିଲା ଗୁଳିକାଣ୍ଡ। ସରୋଜ ସାହୁ ନାମକ ଜନୈକ ଯୁବକଙ୍କ ଉପରକୁ ଗୁଳିକରି ଦୁର୍ବୃତ୍ତ ବାଇକ୍‌ରେ ଫେରାର ହୋଇଯାଇଥିଲେ। ସରୋଜଙ୍କ ଘର ଓ୍ବାଡ ନଂ. ୫ ଗଙ୍ଗାଧରପାଲ୍ଲୀରେ। ଏହି ଘଟଣାର ଅଢେଇ ବର୍ଷ ପରେ ବି ଅଭିଯୁକ୍ତମାନଙ୍କୁ ଗିରଫ କରିପାରିନି ପୋଲିସ। ଫଳରେ ମୃତକଙ୍କ ପରିବାର ଲୋକଙ୍କ ପୋଲିସ ଉପରୁ ଭରସା ତୁଟୁଛି। ନ୍ୟାୟ ଦାବିରେ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ହେବାକୁ ନିଷ୍ପତ୍ତି ନେଇଛନ୍ତି।
ସରୋଜଙ୍କୁ ହତ୍ୟା ପରେ ତାଙ୍କ ବଡଭାଇ ସତ୍ୟନାରାୟଣ ସାହୁ ଡିସେମ୍ବର ୧୯ରେ ରଘୁନାଥପାଲ୍ଲୀ ଥାନାରେ ଏତଲା ଦେଇଥିଲେ। ପୋଲିସ କିଛି ଦିନ ଧରି ଯୋରସୋର ତଦନ୍ତ ଚଳାଇଥିଲା। ଏଥିସହିତ ମୃତକଙ୍କ ପରିବାର ହତ୍ୟାକାଣ୍ଡ ନେଇ ସନ୍ଦେହ କରୁଥିବା ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖି ପଚରାଉଚରା ପରେ ପୋଲିସ ଛାଡି ଦେଇଥିଲା। ହତ୍ୟାକାଣ୍ଡ ନେଇ ପୋଲିସର ତଦନ୍ତ ପ୍ରକ୍ରିୟା ଶିଥିଳ ହେବାରୁ ମୃତକଙ୍କ ପରିବାର ବର୍ଗ ଏବଂ ଗଙ୍ଗାଧରପଲ୍ଲୀ ବସ୍ତିବାସିନ୍ଦା ରଘୁନାଥପାଲ୍ଲୀ ଥାନା ଘେରାଓ କରିଥିଲେ। ଘଟଣାର ତଦନ୍ତ ଚାଲିଛି, ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରାଯିବ ବୋଲି ପୋଲିସ କହିବାରୁ ବସ୍ତିବାସିନ୍ଦା ଘେରାଓରୁ ଓହରି ଯାଇଥିଲେ। ଏହାପରେ ମଧ୍ୟ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ ଓ ହତ୍ୟାକାରୀମାନଙ୍କ ସମ୍ପର୍କରେ ରଘୁନାଥପାଲ୍ଲୀ ପୋଲିସ ପକ୍ଷରୁ କୌଣସି ପ୍ରକାର ସନ୍ତୋଷଜନକ ଉତ୍ତର ନ ମିଳିବାରୁ ଶେଷରେ ମୃତକଙ୍କ ପରିବାର ବର୍ଗ ତତ୍କାଳୀନ ରାଉରକେଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) ମୁକେଶ କୁମାର ଭାମୁଙ୍କୁ ସାକ୍ଷାତ କରିଥିଲେ। ହତ୍ୟାକାରୀଙ୍କ ଗିରଫ ଦାବି ସହ ଗୁଳିକାଣ୍ଡର ରହସ୍ୟ ଉନ୍ମୋଚନ ନେଇ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ। ହେଲେ ଏପର୍ଯ୍ୟନ୍ତ ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇନାହିଁ। ଯାହାକୁ ନେଇ ମୃତ ଯୁବଙ୍କ ପରିବାର ବର୍ଗ ରାଉରକେଲା ପୋଲିସ ପ୍ରଶାସନ ଉପରୁ ନ୍ୟାୟ ପାଇବା ଭରସା ଉଠି ଯାଇଥିବା ଉଲ୍ଲେଖ କରିବା ସହ ପୋଲିସ ଘଟଣାକୁ ଚାପି ଦେବା ଉଦ୍ଦେଶ୍ୟରେ ମୃତ ସରୋଜଙ୍କ ସ୍ମାର୍ଟ ମୋବାଇଲ ଫୋନ ଏବଂ ଏକ ବ୍ୟାଗ ଲୁଚାଇ ଦେଇଛି, ଯେଉଁଥିରେ ପ୍ରମାଣ ଥିଲା ବୋଲି କହିଛନ୍ତି। ସରୋଜ ଅବିବାହିତ ଥିଲେ। ପରିବାର କହିଲେ ବିଧବା ମା’ ମନୋରମା (୫୫) ଓ ଦୁଇଭାଇ, ଭାଉଜ ପଦ୍ମିନୀ, ପୁତୁରା। ସେ ସେଲସମ୍ୟାନ ଭାବେ କାମ କରି ପରିବାର ଚଳାଉଥିଲେ। ତାଙ୍କ ମୃତ୍ୟୁ ପରେ ମା, ଭାଇ, ଭାଉଜ ସମସ୍ତେ ଭାଙ୍ଗିପଡ଼ିଛନ୍ତି। ସତ୍ୟନାରାୟଣଙ୍କ ସ୍ତ୍ରୀ ପଦ୍ମିନୀ ଏହି ହତ୍ୟାକାଣ୍ଡର ତୁରନ୍ତ ପର୍ଦ୍ଦାଫାଶ କରିବା ଦାବି କରିଥିଲେ। ବସ୍ତିର ନେତ୍ରାନନ୍ଦ ଜେନା, ନମିତା ପାତ୍ର, ଅଜୟ କୁମାର ସାହୁ, ବାସନ୍ତୀ କିଆ, ଶାନ୍ତିଲତା ପରିଡା, ଲକ୍ଷ୍ମୀ ବେହେରା, ଓଷାରାଣୀ ସାହୁ, ଜୟନ୍ତୀଲତା ଜେନା ପ୍ରମୁଖ ବସ୍ତିବାସିନ୍ଦା ମଧ୍ୟ ହତ୍ୟାକାଣ୍ଡରେ ପୋଲିସର ତଦନ୍ତ ପ୍ରକ୍ରିୟା ନିରାଶଜନକ ବୋଲି ଉଲ୍ଲେଖ କରିଛନ୍ତି। ଏନେଇ ରାଉରକେଲା ଆରକ୍ଷୀ ଅଧୀକ୍ଷକ ମିତ୍ରଭାନୁ ମହାପାତ୍ରଙ୍କୁ ପଚାରିବାରୁ ସେ କହିଲେ, ଏଇ ନିକଟରେ ରାଉରକେଲା ଆରକ୍ଷୀ ଅଧୀକ୍ଷକ ଭାର ଗ୍ରହଣ କରିଛି। ମୋ ନଜରକୁ ଘଟଣାଟି ଆସି ନ ଥିଲା। ଘଟଣାର ସମସ୍ତ ପ୍ରୋଗ୍ରେସ ରିପୋର୍ଟ ସଂଗ୍ରହ କରି କଣ ସବୁ କେସ୍‌ରେ ରହିଛି, କ’ଣ ତଦନ୍ତ ବାକି ରହିଛି ତାହାର ଅନୁଧ୍ୟାନ କଲା ପରେ ଘଟଣାର ପ୍ରକୃତ ରହସ୍ୟ ଉନ୍ମୋଚନ ପାଇଁ ବିଧିବଦ୍ଧ ପଦକ୍ଷେପ ପୋଲିସ ପ୍ରଶାସନ ପକ୍ଷରୁ ଗ୍ରହଣ କରାଯିବ ବୋଲି ଉଲ୍ଲେଖ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri